ଶତକ ମୁହାଁ ନୂଆ ସଂକ୍ରମଣ

ଶତକ ମୁହାଁ ନୂଆ ସଂକ୍ରମଣ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଦେଶରେ ହୁ ହୁ ହୋଇ ବଢ଼ିଚାଲିଛି କରୋନାର ରୂପାନ୍ତରିତ ବା ନୂଆ ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା । ଏହା ଅଚାନକ ୩୮ରୁ ୭୧କୁ ବୃଦ୍ଧି ପାଇଥିବା ବେଳେ ଖୁବଶୀଘ୍ର ଏହା ଶହେ ଟପିଯିବ ବୋଲି ଆଶଙ୍କା କରାଯାଉଛି ।  ବ୍ରିଟେନର ଏହି କରୋନା ଭୂତାଣୁ ଅପେକ୍ଷାକୃତ ଭାବେ ବହୁ ଅଧିକ ମାତ୍ରାରେ ବ୍ୟାପୁଛି।

ଚୀନ୍‌ର ଉହାନ ସହରରୁ ବ୍ୟାପିଥିବା କରୋନା ଭୂତାଣୁ ଜନିତ ସଂକ୍ରମଣ ଏବେ ଭାରତରେ କମିବାରେ ଲାଗିଛି। ଗତ କିଛିଦିନ ହେଲା ଏହା କମୁଥିବାରୁ ସରକାର ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି। କିନ୍ତୁ ଏଭଳି ସ୍ଥିତିରେ ବ୍ରିଟେନରେ ଚିହ୍ନଟ ହୋଇଥିବା କରୋନାର ନୂଆ ତଥା ରୂପାନ୍ତରିତ ଭୂତାଣୁ (ବି ୧.୧.୭)ରେ ସଂକ୍ରମିତ ଲୋଙ୍କ ସଂଖ୍ୟା ଭାରତରେ ବଢ଼ିବାରେ ଲାଗିଛି ଯାହା ଚିନ୍ତା ବଢ଼ାଇଛି।

ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଦେଶରେ ମୋଟ୍‌ ୫୮ ଜଣ ନୂଆ ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ନଭେମ୍ବର ୨୫ରୁ ଡିସେମ୍ବର ୨୩ ମଧ୍ୟରେ ପ୍ରାୟ ୩୩ ହଜାର ଯାତ୍ରୀ ବ୍ରିଟେନ୍‌ରୁ ଆସି ଭାରତର ବିଭିନ୍ନ ବିମାନ ବନ୍ଦରରେ ଅବତରଣ କରିଛନ୍ତି। ସମସ୍ତ ଯାତ୍ରୀଙ୍କୁ ବିଭିନ୍ନ ରାଜ୍ୟରେ ଟ୍ରାକ୍‌ କରାଯାଇଛି। ତେବେ ସ୍ଥିତି ଏବେ ନିୟନ୍ତ୍ରଣାଧୀନ ରହିଛି ଏବଂ ରାଜ୍ୟମାନଙ୍କୁ ଏଦିଗରେ ନିୟମିତ ପରାମର୍ଶ ଦିଆଯାଉଛି। ନୂଆ ଭୂତାଣୁ ସଂକ୍ରମିତ ହୋଇଥିବା ରୋଗୀମାନଙ୍କୁ ସ୍ବତନ୍ତ୍ର ଭାବେ ରଖି ଚିକିତ୍ସା କରାଯାଉଛି। କିନ୍ତୁ ‌ସେମାନଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନେ ସେମାନଙ୍କ ଠାରେ କୌଣସି ଗୁରୁତର ଅସୁସ୍ଥତା ଦେଖିବାକୁ ପାଇ ନଥିବା ଜଣାପଡ଼ିଛି। ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ନୂଆ ପ୍ରଜାତିର କରୋନା ଭୂତାଣୁ ଏବେ ଡେନମାର୍କ, ନେଦରଲାଣ୍ଡ୍‌, ଅଷ୍ଟ୍ରେଲିଆ, ଇଟାଲି, ସ୍ବିଡେନ୍‌,ଫ୍ରାନ୍ସ, ସ୍ପେନ୍‌, ସ୍ବିଜରଲାଣ୍ଡ୍‌, ଜର୍ମାନୀ, କାନାଡ଼ା, ଜାପାନ, ଲେବାନନ୍‌, ସିଙ୍ଗାପୁର୍‌ରେ ଚିହ୍ନଟ ହୋଇଛି।

%d bloggers like this: