କୋଲକାତା ମ୍ୟୁନିସିପାଲଟି ନିର୍ବାଚନ: ୧୩୪ ଓ୍ଵାର୍ଡ ହାତେଇଲା  TMC

କୋଲକାତା ମ୍ୟୁନିସିପାଲଟି ନିର୍ବାଚନ: ୧୩୪ ଓ୍ଵାର୍ଡ ହାତେଇଲା TMC

ପ୍ରିଜମ ନ୍ୟୁଜ ବ୍ୟୁରୋ: ବିଧାନସଭା ପରେ କୋଲକାତା ମ୍ୟୁନିସିପାଲଟି ନିର୍ବାଚନରେ ବଡ ସଫଳତା ପାଇଛି TMC। ୧୪୪ ଓ୍ଵାର୍ଡରେ ଅନୁଷ୍ଠିତ ମ୍ୟୁନିସିପାଲଟି ନିର୍ବାଚନରେ ତୃଣମୂଳ କଂଗ୍ରେସ କ୍ଲିନ ସୁଇପ୍ କରି ୧୩୪ ଓ୍ଵାର୍ଡରେ ବିଜୟ ହାସଲ କରିଛି। କେବଳ ଏତିକି ନୁହେଁ ତିନି ଓ୍ଵାର୍ଡ ଜିତିଥିବା ସ୍ଵାଧୀନ ପ୍ରାର୍ଥୀ ଟିଏମସିରେ ମିଶିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏହାକୁ ମିଶାଇ କୋଲକାତା ନଗର ନିଗମ ନିର୍ବାଚନର ୧୩୭ ଆସନ ଟିଏମସି ହାତକୁ ଆସିଛି। ଅନ୍ୟପଟେ ବିଜେପିକୁ ଲାଗିଛି ଶକ୍ତ ଝଟକା। ବିଜେପି ମାତ୍ର ତିନୋଟି ଆସନରେ ସଫଳତା ପାଇଛି । କଂଗ୍ରେସ ଓ ସିପିଏମର ଅବସ୍ଥା ଶୋଚନୀୟ ରହିଛି। ଦୁଇ ଦଳ କେବଳ ୨-୨ ଓ୍ଵାର୍ଡ ଜିତିଛନ୍ତି। କୋଲକାତା ନଗର ନିଗମ ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ କରିବା ପରିବର୍ତ୍ତେ ଆହୁରି ନିମ୍ନାଗାମୀ ହୋଇଛି। ୫ ବର୍ଷ ପୂର୍ବେ ଦଳ ଏଠାରେ ୫ଟି ଓ୍ଵାର୍ଡ ଜିତିଥିବା ବେଳେ ଏଥର ମାତ୍ର ୩ ଟି ଓ୍ଵାର୍ଡ ପାଇଛି। ଏହା ମଧ୍ୟରେ ଓ୍ଵାର୍ଡ ନମ୍ଵର ୧୩୫ରୁ ବିଜୟ ହାସଲ କରିଥିବା ରୁବିନା ନାଜ ଆଜି ହିଁ ଟିଏମସିରେ ମିଶିବାକୁ ନିଷ୍ପତ୍ତି ନେଇଛନ୍ତି। ତାଙ୍କ ସ୍ଵାମୀ ଟିଏମସିର ନେତା। ଅନ୍ୟ ଦୁଇ ନିର୍ଦ୍ଦଳୀୟ ବିଜେତା ପୁରବାସା ନାସ୍କର ଓ ଆଏସା କନିଜ ମଧ୍ୟ ଟିଏମସିରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଛି। ଗୋଆ ଓ ୟୁପି ବିଧାନସଭା ନିର୍ବାଚନ ଲଢିବାକୁ ପ୍ରସ୍ତୁତି ଚଳାଇଥିବା ମମତା ବାନାର୍ଜୀ ଏହି ଫଳାଫଳକୁ ବିରୋଧୀଙ୍କ ପାଇଁ ଉଚିତ୍ ଶିକ୍ଷା ବୋଲି କହିଛନ୍ତି। ମମତା କହିଛନ୍ତି, କୋଲକାତାବାସୀ ବିଜେପି ଓ ବାମପନ୍ଥୀଙ୍କୁ ମାତ ଦେଇଛନ୍ତି। ଏହାସହ ସେ କହିଛନ୍ତି ମୋତେ ପୂରା ବିଶ୍ଵାସ ଯେ ପଶ୍ଚିମବଙ୍ଗ ଓ କୋଲକାତା ଲୋକେ ସମଗ୍ର ଦେଶକୁ ସଠିକ୍ ରାସ୍ତା ଦେଖାଇବେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: