ରାଜଧାନୀକୁ ପୁଣି ଫେରିଲା କଣ୍ଟେନମେଣ୍ଟ ଜୋନ

ପ୍ରିଜମ ନ୍ୟୁଜ ବ୍ୟୁରୋ: ରାଜ୍ୟରେ ଓମିକ୍ରନ ସଂକ୍ରମିତ ଚିହ୍ନଟ ହେବା ପରେ ସବୁଠି ଭୟ ସୃଷ୍ଟି ହୋଇଛି। ଅନ୍ୟ ପଟେ ରାଜଧାନୀକୁ ପୁଣି ଫେରିଛି କଣ୍ଟେନମେଣ୍ଟ ଜୋନ। ବମିଖାଲ ଜୟଦୁର୍ଗା ନଗର ଅଞ୍ଚଳରେ କଣ୍ଟେନମେଣ୍ଟ ଘୋଷଣା କରିଛି ଭୁବନେଶ୍ଵର ମହାନଗର ନିଗମ। ଏକାଧିକ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଜୟଦୁର୍ଗାନଗରର ପ୍ଲଟ ନଂ ୧୩୦୩/୧୩୦୪କୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ବିଏମସି। ଏଥିସହ ଭିଏସଏସ ନଗରରେ ମଧ୍ୟ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। କରୋନାର ଦ୍ଵିତୀୟ ଲହରର ପ୍ରକୋପ କମିବା ପରେ ରାଜଧାନୀର ସ୍ଥିତି ସ୍ଵାଭାବିକ ହୋଇଥିଲା। ତେବେ ଓମିକ୍ରନ ଯୋଗୁଁ ପୁଣି ଥରେ କଟକଣା ଲାଗୁ ହେବାର ଆଶଙ୍କା କରାଯାଉଛି। ତେବେ ରାଜ୍ୟ ବାହାରୁ ଆସିଥିବା କିଛି ଲୋକଙ୍କ ଯୋଗୁଁ ସଂକ୍ରମଣ ଚିନ୍ତା ବଢିଛି। ଗତ କିଛି ଦିନ ଧରି ଭୁବନେଶ୍ଵରର କିଛି ଅଞ୍ଚଳ ଉପରେ ନଜର ରଖାଯାଇଥିବା ବେଳେ ଜୟଦୁର୍ଗାନଗର ବମିଖାଲ ଏବଂ ଭିଏସଏସ ନଗରରେ ଏକାଧିକ କରାେନା ପଜିଟିଭ୍ ଚିହ୍ନଟ ପରେ ସେଠାରେ ସଂକ୍ରମଣ ରୋକିବାକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି।

Leave a Reply

Your email address will not be published. Required fields are marked *