ବିଜୁ ପକ୍କା ଘର ମରାମତି ପାଇଁ ରାଜ୍ୟ ସରକାର ଦେବେ ଟଙ୍କା

ପ୍ରିଜମ ନ୍ୟୁଜ ବ୍ୟୁରୋ: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆବାସ ଯୋଜନା ଉପରେ ଏକ ବଡ ଘୋଷଣା କରିଛନ୍ତି। ବିଜୁ ପକ୍କା ଘର ପାଇଥିବା ଏବଂ ପିଏମ ଆବାସ ଯୋଜନାରୁ ବଞ୍ଚିତ ହିତାଧିକାରୀଙ୍କୁ ମିଳିବ ମରାମତି ଖର୍ଚ୍ଚ। ଏଥିରେ ୩୦ ଲକ୍ଷ ପରିବାର ଉପକୃତ ହେବେ ବୋଲି ଜଣାପଡ଼ିଛି। ଏଥିପାଇଁ ସରକାର ୧୪୪୪ କୋଟି ଟଙ୍କା ଖର୍ଚ୍ଚ କରିବେ। ଆଜି ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକ ପରେ ଏହା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।ଘୋଷଣା ଅନୁଯାୟୀ, ବିଜୁ ପକ୍କା ଘର ପାଇଥିବା ହିତାଧିକାରୀଙ୍କୁ ଘର ମରାମତି ଖର୍ଚ୍ଚ ବାବଦରେ ୩ ହଜାର ଟଙ୍କା ମିଳିବ। ବିଜୁ ପକ୍କା ଘର, ନିର୍ମାଣ ଶ୍ରମିକ ପକ୍କା ଘର ହିତାଧିକାରୀଙ୍କୁ ଏହି ଟଙ୍କା ମିଳିବ। ଖଣି ଅଞ୍ଚଳ ପକ୍କା ଘର ଯୋଜନାର ହିତାଧିକାରୀଙ୍କୁ ମଧ୍ୟ ଏହି ଆର୍ଥିକ ସହାୟତା ମିଳିବ। ଏଥିସହ କେନ୍ଦ୍ରୀୟ ଯୋଜନା ଅର୍ଥାତ ପିଏମ ଆବାସ ଯୋଜନାରୁ ବଞ୍ଚିତ ଲୋକଙ୍କୁ ଘର ମରାମତି ପାଇଁ ୫ ହଜାର ଟଙ୍କା ସହାୟତା ରାଶି ମିଳିବ। ଉଭୟ ସହାୟତା ରାଶି ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ।

Leave a Reply

Your email address will not be published. Required fields are marked *