ଉତ୍ତରାଖଣ୍ଡରେ ଉଡ଼ତା ବିଜେପି: ଟ୍ରେଣ୍ଡିଂରେ ତୀରଥ ସିଂ ରାୱତ

ଉତ୍ତରାଖଣ୍ଡରେ ଉଡ଼ତା ବିଜେପି: ଟ୍ରେଣ୍ଡିଂରେ ତୀରଥ ସିଂ ରାୱତ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: କ୍ଷମତାର ଲୋଭ ନା ରାଜନୀତିର ଚକ୍ରବ୍ୟୂହ। ଉତ୍ତରାଖଣ୍ଡରେ ବିଜେପିର ରାଜନୈତିକ ମହାନାଟକକୁ ନେଇ ଏବେ ଚର୍ଚ୍ଚା । ନାଟକୀୟ ମୋଡରେ ମୁଖ୍ୟମନ୍ତ୍ରୀ ତୀରଥ ସିଂ ରାୱତଙ୍କ ଇସ୍ତଫା ଦେବା ଏବଂ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନଇ ବିଚାରବିମର୍ଶ ଲାଗି ରହିବା ଏହା ପ୍ରମାଣିତ କରୁଛି ଯେ, ଆଗାମୀ ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ବଡ଼ ଖେଳ ଖେଳିବାକୁ ଯାଉଛି । ଏହାକୁ ନେଇ କଂଗ୍ରେସ, ଆମ ଆଦମୀ ସମେତ ଅନ୍ୟ ରାଜନୈତିକ ଦଳ ବିଜେପିକୁ ସମାଲୋଚନା କରିବାକୁ ପଛାଇ ନାହାନ୍ତି । ଜନମତକୁ ଅସମ୍ମାନ ଜଣାଇ ବିଜେପି ଯେମିତି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନାଟକର ଚରିତ୍ର ଭଳି ବଦଳାଉଛି ଏହା ଶୁଭଙ୍କର ନୁହେଁ । 

 ଉତ୍ତରାଖଣ୍ଡରେ ମାତ୍ର ୪ ମାସ ଭିତରେ ପୁଣି ମୁଖ୍ୟମନ୍ତ୍ରୀ ବଦଳିବାକୁ ଯାଉଛନ୍ତି । ମୁଖ୍ୟମନ୍ତ୍ରୀ ତିରଥ ସିଂହ ରାୱତ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଜାତୀୟ ଗଣମାଧ୍ୟମ ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତ୍ , ରାଜ୍ୟପାଳଙ୍କୁ ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଓ କେନ୍ଦ୍ରୀୟ ନେତାଙ୍କ ସହ ଦିଲ୍ଲୀରେ ବୈଠକ ପରେ ପରେ ଏପରି ହଠାତ୍ ଇସ୍ତାଫା ଦେଇଛନ୍ତି । ଏହା ପଛରେ ସମ୍ବିଧାନିକ ସଂକଟ ଏକ କାରଣ ବୋଲି ଶୁଣାଯାଉଛି ।

ତ୍ରିବେନ୍ଦ୍ର ସିଂଙ୍କୁ ହଟାଇ ମାର୍ଚ୍ଚ ୧୦ ତାରିଖରେ ତିରଥ ସିଂହ ରାୱତଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା ବିଜେପି । ତେଣୁ ସେ ମୁଖ୍ୟମନ୍ତ୍ରୀ ପଦରେ ରହିବାକୁ ହେଲେ ସେପ୍ଟେମ୍ବର ୧୦ ତାରିଖ ସୁଦ୍ଧା ସେ ବିଧାୟକ ଭାବେ ନିର୍ବାଚିତ ହୋଇ ବିଧାନସଭାକୁ ଆସିବା ଜରୁରୀ । କିନ୍ତୁ ଆସନ୍ତା ବର୍ଷ ଫେବ୍ରୁଆରୀ –ମାର୍ଚ୍ଚରେ ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ ହେବ, ତେଣୁ ଏବେ ଉପନିର୍ବାଚନ କରିବା ନିଷ୍ପତି ନିର୍ବାଚନ କମିସନଙ୍କ ଉପରେ ନିର୍ଭର କରେ।

ଅନ୍ୟପଟେ ବିଜେପିରେ ମୁଖ୍ୟମନ୍ତ୍ରୀ ଚୟନ ପ୍ରକ୍ରିୟା ଆରମ୍ଭ ହେଲାଣି । ଆଜି ଉତ୍ତରାଖଣ୍ଡ ବିଜେପିର ବିଧାୟକ ଦଳ ବୈଠକ ଡକାଯାଇଛି । ଯେଉଁଥିରେ ବିଧାୟକ ଦଳ ନେତା ତଥା ପରବର୍ତି ମୁଖ୍ୟମନ୍ତ୍ରୀଙ୍କ ନାମ ଚୟନ କରାଯିବ । ଏଥିପାଇଁ ଦିଲ୍ଲୀରୁ ଉତ୍ତରାଖଣ୍ଡ ପ୍ରଭାରୀ ନରେନ୍ଦ୍ର ସିଂ ତୋମାର ଡେରାଡୁନ ଯାଇଛନ୍ତି । ଏଥିସହ ସମସ୍ତ ବିଜେପି ବିଧାୟକଙ୍କୁ ଡେରାଡୁନରେ ହାଜର ହେବା ପାଇଁ ଦଳ ପ କ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।  ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବାର ମାତ୍ର ୪ ମାସ ପରେ ତିରଥ ସିଂ ରାୱତ ଇସ୍ତଫା ଦେଇଛନ୍ତି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: