ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୨,୯୧୭ କରୋନା ସଂକ୍ରମିତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ୫୪୯ ପଜିଟିଭ ଚିହ୍ନଟ

ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୨,୯୧୭ କରୋନା ସଂକ୍ରମିତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ୫୪୯ ପଜିଟିଭ ଚିହ୍ନଟ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଆଜି ରାଜ୍ୟରେ ୩ ହଜାର ତଳକୁ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୪୫ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୨,୯୧୭ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୪୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪,୧୫୪ରେ ପହଞ୍ଚିଛି।

ଗତକାଲି କଟକରୁ ସର୍ବାଧିକ ୬୧୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୫୪୯ ପଜିଟିଭ ଚିହ୍ନଟ ହୋଇଛନ୍ତି। କଟକରୁ ଆଜି ୪୨୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍‌ରୁ ୧୬୭୭ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କଣ୍ଟାକ୍ସ ୧୨୪୦ ରହିଛି।

ଆଜି ଚିହ୍ନଟ ହୋଇଥିବା ୨,୯୧୭ କରୋନା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳରୁ ୮୬, ବାଲେଶ୍ୱରରୁ ୨୩୭, ବରଗଡ଼ରୁ ୨୨, ଭଦ୍ରକରୁ ୧୬୩, ବଲାଙ୍ଗିରରୁ ୭, ବୌଦ୍ଧରୁ ୧୯, କଟକରୁ ୪୨୨, ଦେବଗଡ଼ରୁ ୫, ଢେଙ୍କାନାଳରୁ ୭୭, ଗଜପତିରୁ ୬, ଗଞ୍ଜାମରୁ ୨୧, ଜଗତସିଂହପୁରରୁ ୧୧୯, ଯାଜପୁରରୁ ୨୧୮, ଝାରସୁଗୁଡ଼ାରୁ ୮, କଳାହାଣ୍ଡିରୁ ୨୧, କନ୍ଧମାଳରୁ ୧୩, କେନ୍ଦ୍ରାପଡ଼ାରୁ ୭୯, କେନ୍ଦୁଝରରୁ ୭୫, ଖୋର୍ଦ୍ଧାରୁ ୫୪୯, କୋରାପୁଟରୁ ୫୫, ମାଲକାନଗିରିରୁ ୫୯, ମୟୂରଭଞ୍ଜରୁ ୧୬୫, ନବରଙ୍ଗପୁରରୁ ୧୯, ନୟାଗଡ଼ରୁ ୯୬, ନୂଆପଡ଼ାରୁ ୮, ପୁରୀରୁ ୧୩୨, ରାୟଗଡ଼ାରୁ ୫୩, ସମ୍ବଲପୁରରୁ ୨୨, ସୋନପୁରରୁ ୧୨, ସୁନ୍ଦରଗଡ଼ରୁ ୪୮ ଓ ଷ୍ଟେଟ୍‌ ପୁଲ୍‌ରୁ ୧୦୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୯,୧୯,୦୨୬ରେ ପହଞ୍ଚି ଥିବାବେଳେ ୮,୮୪,୨୬୨ ଜଣ ସୁସ୍ଥ ହୋଇଛନ୍ତି। ତେବେ ଆକ୍ଟିଭ୍‌ କେସ୍‌-୩୦,୫୫୭ ରହିଛି। ଗତକାଲି ରାଜ୍ୟରେ ୩,୨୨୨  ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୬ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିଲା।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: