ପୁଣି ବଢ଼ିଲା ସଂକ୍ରମଣ ଚିନ୍ତା: ଓଡ଼ିଶାରେ ୩ ୟୁକେ ଷ୍ଟ୍ରେନ୍

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଦେଶର ୧୮ଟି ରାଜ୍ୟରେ କୋରୋନାର ୭୭୧ ରୂପରେଖ ଚିହ୍ନଟ ହୋଇଛି। ଏଥିରୁ ୭୩୭ ବ୍ରିଟେନ ଷ୍ଟ୍ରେନ, ୩୪ ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ ଓ ଗୋଟିଏ ବ୍ରାଜିଲ ଷ୍ଟ୍ରେନ ଚିହ୍ନଟ ହୋଇଛି। ସେଥିମଧ୍ୟରୁ ଓଡ଼ିଶାରରେ ବ୍ରିଟେନର ୩ଟି ଷ୍ଟ୍ରେନ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଏନେଇ ସୂଚନା ଦେଇଛନ୍ତି ଏନସିଡିସି ନିର୍ଦ୍ଦେଶକ ଡକ୍ଟର ଏସକେ ସିଂ।
ସେପଟେ ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ଏସିଏସ୍। ତାଙ୍କ କହିବାନୁସାରେ, ଓଡ଼ିଶାରେ ଚିହ୍ନଟ ହୋଇଥିବା ୩ ୟୁକେ ଷ୍ଟ୍ରେନ୍ କୋରୋନା ଆକ୍ରାନ୍ତ ଗତ ଡିସେମ୍ବର ମାସରେ ବ୍ରିଟେନ୍ ରୁ ଫେରିଥିଲେ। ICMR ପକ୍ଷରୁ ଜିନୋମ୍ ସିକ୍ୟୁଏନ୍ସିଂ ବେଳେ ଏହା ଜଣାପଡ଼ିଥିଲା। ଲୋକେ ଭୟଭୀତ ହୋଇପଡ଼ିବା ଆଶଙ୍କା କରି ପ୍ରକାଶ କରାଯାଉ ନ ଥିଲା। ଆଜି ଏ ସମ୍ପର୍କରେ ଜଣାପଡ଼ିବା ପରେ ଭୟଭୀତ ନହେବା ପାଇଁ ଲୋକଙ୍କୁ ଅପିଲ୍ କରିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର।

%d bloggers like this: