ଗୋଟିଏ ଗାଁରେ ୨୯ ପଜିଟିଭ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ନୂଆପଡା ଜିଲ୍ଲା ସିନାପାଲି ବ୍ଲକରେ ଗୋଟିଏ ଗାଁରୁ ୨୯ ଜଣ କୋରୋନା ପଜିଟିଭ ଚିହ୍ନଟ। ଗୋଡ଼ାଲ ପଞ୍ଚାୟତ ବ୍ରାହ୍ମଣପଡ଼ାରେ ୨୯ ଜଣ କୋରୋନା ପଜିଟିଭ ହୋଇଥିବା ସୂଚନା ମିଳିଛି। ଗାଁରେ ସର୍ବମୋଟ ଦୁଇ ଦିନରେ ୩୩ଜଣ ଆକ୍ରାନ୍ତ ହୋଇଛନ୍ତି। ଗୁରୁବାର ଏକ ଡାକ୍ତର ଟିମ୍ ସ୍ଥିତି ଅନୁଧ୍ୟାନ ପାଇଁ ଯିବେ। ତେବେ ପଜିଟିଭ ଚିହ୍ନଟ ହେବା ପରେ ଗାଁର ଦୁଇ ପ୍ରବେଶ ପଥରେ ପୋଲିସ ମୁତୟନ କରାଯାଇଛି। ଗାଁର ସବୁ ଲୋକଙ୍କ କୋରୋନା ଟେଷ୍ଟ କରାଯିବ।

%d bloggers like this: