ଢ଼ୋ ଢ଼ୋ ହୋଇ ଫୁଟିଲା ଗ୍ୟାସ୍ ସିଲିଣ୍ଡର, ବିସ୍ଫୋରଣରେ ଥରି ଉଠିଲା ସାରା ଅଞ୍ଚଳ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଢ଼ୋ ଢ଼ୋ ହୋଇ ଫୁଟିଲା ଗ୍ୟାସ୍ ସିଲିଣ୍ଡର। ପ୍ରଚଣ୍ଡ ଶବ୍ଦରେ ଥରି ଉଠିଲା ସମଗ୍ର ଅଞ୍ଚଳ। ଗ୍ୟାସ୍ ସିଲିଣ୍ଡର ବୋଝେଇ ଟ୍ରକରେ ଏହି ବିସ୍ଫୋରଣ ଘଟିଥିଲା। ବିଜୁଳି ମାରିବାରୁ ଢୋ ଢୋ ହୋଇ ଫୁଟି ଉଠିଥିଲା ଗୋଟିଏ ପରେ ଗୋଟିଏ ଗ୍ୟାସ୍ ସିଲିଣ୍ଡର। କେହି କିଛି ବୁଝିବା ଆଗରୁ ମାତ୍ର କେଇ ସେକେଣ୍ଡରେ ୪୫୦ଟି ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣରେ ଛିନ୍ନଛତ୍ର ହୋଇପଡ଼ିଥିଲା। ଦେଢ଼ କିଲୋମିଟର ଉଡ଼ିଲା ଲୁହା ଖଣ୍ଡ । ମଙ୍ଗଳବାର ବିଳମ୍ବିତ ରାତିରେ ଏମିତି ଏକ ଭୟାନକ ଘଟଣା ରାଜସ୍ଥାନର ଭିଲୱାଡା ଜିଲ୍ଲା ହନୁମାନନଗର ଥାନା ଅଞ୍ଚଳରେ ଘଟିଛି। ସତର୍କତା ଦୃଷ୍ଟିରୁ ଦୀର୍ଘ ୧୫ ଘଣ୍ଟା ଧରି ବନ୍ଦ ରହିଥିଲା ରାଜରାସ୍ତା। ଗୋଟିଏ ଟ୍ରକରେ ପାଖାପାଖି ୪୫୦ଟି ଗ୍ୟାସ୍ ସିଲିଣ୍ଡର ବୋଝେଇ ହୋଇ ଯାଉଥିବା ବେଳେ ହଠାତ୍ ଟ୍ରକ ଉପରେ ବଜ୍ରପାତ ହୋଇ ନିଆଁ ଲାଗିଯାଇଥିଲା। ଫଳରେ ଟ୍ରକରେ ଥିବା ସିଲିଣ୍ଡରଗୁଡିକ ଫାଟିବାକୁ ଲାଗିଥିଲା ।

ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଆଖପାଖ ଅଞ୍ଚଳ ଥରିବାକୁ ଲାଗିଥିଲା। ଭିଲୱାଲା ପୋଲିସ ଥାନା ଅଧିକାରୀଙ୍କ କହିବା ଅନୁଯାୟୀ, ଜୟପୁରରୁ ଟ୍ରକଟି ୪୦୦ରୁ ଅଧିକ ଗ୍ୟାସ୍ ସିଲିଣ୍ଡର ନେଇ ୫୨ତମ ଜାତୀୟ ରାଜପଥ ଦେଇ କୋଟା ଅଭିମୁଖେ ଯାଉଥିଲା। ଟିକଡ ଗାଁ ନିକଟରେ ଟ୍ରକଟି ଏକ ଡିଭାଇଡର ଦେହରେ ପିଟି ହୋଇଯିବାରୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ସମୟରେ ସେହି ଅଞ୍ଚଳରେ ବର୍ଷା ସହ ବିଜୁଳି ମାରୁଥିଲା । ହଠାତ୍ ଏକ ବିଜୁଳି ଟ୍ରକରେ ପଡ଼ି ନିଆଁ ଲାଗିଯାଇଥିଲା। ଏହାପରେ ଗୋଟିଏ ପରେ ଗୋଟିଏ ଗ୍ୟାସ ସିଲିଣ୍ଡର ଫାଟିବାକୁ ଲାଗିଥିଲା। ସୂଚନା ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ରାସ୍ତାର ଦୁଇ ପାର୍ଶ୍ବରେ ଯାତାୟତ ବନ୍ଦ କରିଦେଇଥିଲା । ଉକ୍ତ ରାସ୍ତା ପ୍ରାୟ ୧୫ ଘଣ୍ଟା ବନ୍ଦ ରହିଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ବିସ୍ଫୋରଣର ଭୟାବହ ଏପରିଥିଲା ଯେ, ଆଖପାଖ ଗାଁରେ ଗ୍ୟାସ୍ ସିଲିଣ୍ଡର ଖଣ୍ଡ ଛିଟିକି ପଡ଼ିଥିଲା । ସେପଟେ ଟ୍ରକଟି ମଧ୍ୟ ସମ୍ପୂର୍ଣ୍ଣ ଜଳି ଯାଇଥିବା ଜଣାପଡ଼ିଛି । ତେବେ ସୌଭାଗ୍ୟ ବଶତଃ ଏତେ ବଡ଼ ଦୁର୍ଘଟଣାରେ କାହାର ଜୀବନ ହାନୀ ହୋଇନାହିଁ।

%d bloggers like this: