ରାଜ୍ୟସଭାକୁ  ୩ ପ୍ରାର୍ଥୀ ନିର୍ଦ୍ବନ୍ଦରେ ବିଜୟୀ

ରାଜ୍ୟସଭାକୁ ୩ ପ୍ରାର୍ଥୀ ନିର୍ଦ୍ବନ୍ଦରେ ବିଜୟୀ

ପ୍ରିଜମ ନ୍ୟୁଜ ବ୍ୟୁରୋ: ରାଜ୍ୟସଭାର ୩ଟି ଆସନ ପାଇଁ ଅନ୍ୟ କେହି ବୈଧ ପ୍ରାର୍ଥୀ ନଥିବାରୁ ବିଜେଡିର ତିନି ପ୍ରାର୍ଥୀ ସୁଲତା ଦେଓ, ମାନସ ରଞ୍ଜନ ମଙ୍ଗରାଜ ଓ ସସ୍ମିତ୍ ପାତ୍ର ରାଜ୍ୟସଭାକୁ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ସେ ଆସନ୍ତା ଜୁଲାଇ ମାସରୁ ରାଜ୍ୟସଭା ସାଂସଦ ଭାବେ ସେମାନଙ୍କ କାର୍ଯ୍ୟକାଳ ଆରମ୍ଭ ହେବ । ଏହି ୩ ସାଂସଦଙ୍କୁ ୬ବର୍ଷ ନିମନ୍ତେ ଖାଲି ହୋଇଥିବା ଆସନରେ ବିଜେଡି ପ୍ରାର୍ଥୀ କରିଥିଲା । ନିର୍ବାଚନ ରିଟର୍ଣ୍ଣିଂ ଅଫିସର ଏହି ୩ ରାଜ୍ୟସଭା ପ୍ରାର୍ଥୀଙ୍କୁ ବିଜୟ ସାର୍ଟିଫିକେଟ୍ ପ୍ରଦାନ କରିଛନ୍ତି ।

ନେତା ପ୍ରସନ୍ନ ଆଚାର୍ଯ୍ୟ, ଏନ୍ ଭାସ୍କର ରାଓ ଓ ସସ୍ମିତ ପାତ୍ରଙ୍କ କାର୍ଯ୍ୟକାଳ ଜୁଲାଇ ୧ରେ ଶେଷ ହେଉଥିବାରୁ ଏହି ୩ଟି ଆସନରେ ନିର୍ବାଚନ ପ୍ରକ୍ରିୟା ଚାଲିଥିଲା` ଯାହା ଆଜି ପ୍ରାର୍ଥୀଙ୍କ ବିଜୟ ଘୋଷଣା ସହ ସମାପ୍ତ ହୋଇଛି ।ସେହିପରି ସୁବାସ ସିଂଙ୍କ ଇସ୍ତଫା ପରେ ଖାଲି ହୋଇଥିବା ଗୋଟିଏ ରାଜ୍ୟସଭା ଆସନରେ ଉପନିର୍ବାଚନ ପ୍ରକ୍ରିୟା ଜାରି ରହିଛି । ଏହି ଆସନରେ ନିରଞ୍ଜନ ବିଶିଙ୍କୁ ବିଜେଡି ପ୍ରାର୍ଥୀ କରିଛି । ଆଜି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ଥିବାବେଳେ ଆସନ୍ତାକାଲି ପ୍ରାର୍ଥୀପତ୍ର ଯାଂଚ ହେବ। ତେବେ ଏହି ଆସନ ପାଇଁ ଅନ୍ୟ କେହି ପ୍ରାର୍ଥୀ ନଥିବାରୁ ଜୁନ ୬ରେ ତାଙ୍କୁ ବିଧିବଦ୍ଧ ବିଜୟୀ ଘୋଷଣା କରାଯିବ ବୋଲି ବିଧାନସଭା ସୂତ୍ରରୁ ଜଣାପଡ଼ିଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: