କୋର୍ଟଙ୍କ ଆଦେଶ ମାନିଲେ ଅନୁଭବ,ବର୍ଷାଙ୍କୁ ଦେଲେ

କୋର୍ଟଙ୍କ ଆଦେଶ ମାନିଲେ ଅନୁଭବ,ବର୍ଷାଙ୍କୁ ଦେଲେ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଅଭିନେତା ତଥା କେନ୍ଦ୍ରାପଡ଼ା ଏମ୍‌ପି ଅନୁଭବ ମହାନ୍ତି ବର୍ଷା ପ୍ରିୟଦର୍ଶିନୀଙ୍କ ଆକାଉଣ୍ଟକୁ ଶୁକ୍ରବାର ଟଙ୍କା ପଠାଇଛନ୍ତି। କଟକ ଏସ୍‌ଡିଜେଏମ୍‌ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଅନୁଭବ ସ୍ତ୍ରୀ ବର୍ଷାଙ୍କ ଆକାଉଣ୍ଟରେ ୩୦ ହଜାର ଟଙ୍କା ଜମା କରିଛନ୍ତି । ପରେ ଅନୁଭବ ଏ ନେଇ ଓ ତାଙ୍କ ଓକିଲ ଏବଂ କୋର୍ଟଙ୍କୁ ମଧ୍ୟ ଅବଗତ କରାଇଛନ୍ତି । କୋର୍ଟରେ ହାଜର ହୋଇ ଟଙ୍କା ଜମା କରାଯାଇଥିବା ଅନୁଭବ ଜଣାଇଛନ୍ତି।ପ୍ରତି ମାସ ୧୦ ତାରିଖ କିମ୍ବା ଏହାର ପୂର୍ବରୁ ବର୍ଷାଙ୍କ ଆକାଉଣ୍ଟରେ ୩୦ ହଜାର ଟଙ୍କା ଜମା କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଅନୁଭବଙ୍କ ପୂର୍ବ ପିଟିସନକୁ କୋର୍ଟ ବିଚାର କରି ଏପରି ନିର୍ଦ୍ଦେଶ ଦେଇଥିଲେ ।

ଅନୁଭବ ପିଟିସନରେ ଉଲ୍ଲେଖ କରିଥିଲେ ଯେ, ବାପାଙ୍କ ଦେହ ଅସୁସ୍ଥ ଥିବାରୁ ବର୍ଷା, ତାଙ୍କ ପୈତୃକ ଘର ଛାଡ଼ନ୍ତୁ । ମାମଲାର ଶୁଣାଣି କରି କୋର୍ଟ ବର୍ଷାଙ୍କ ଚଳିବା ପାଇଁ ମାସିକ ୩୦ ହଜାର ଟଙ୍କା ଦେବାକୁ ଅନୁଭବଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପ୍ରଥମ ମାସିକ ଟଙ୍କା ପୈଠ କରିବାର ଦୁଇ ମାସ ମଧ୍ୟରେ ବର୍ଷା ଅନୁଭବଙ୍କ ପୈତୃକ ଘର ଛାଡି ଅନ୍ୟତ୍ର ରହିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: