ଏହି ଗାଁରେ ନାହିଁ ଗୋଟିଏ ବି ପୂଜାସ୍ଥଳୀ, ମୃତ ଶରୀର ଅବସ୍ଥାକୁ ଏମିତି କରନ୍ତି ଦେଖିଲେ ଡରିବେ

ଏହି ଗାଁରେ ନାହିଁ ଗୋଟିଏ ବି ପୂଜାସ୍ଥଳୀ, ମୃତ ଶରୀର ଅବସ୍ଥାକୁ ଏମିତି କରନ୍ତି ଦେଖିଲେ ଡରିବେ

ପ୍ରିଜମ ନ୍ୟୁଜ ବ୍ୟୁରୋ:ହିନ୍ଦୁ ଧର୍ମରେ ମୃତ୍ୟୁ ପରେ ଶବଦାହ କରାଯାଏ ଏବଂ ମୃତକଙ୍କ ଶବକୁ ଜାଳିଦେବା ପରେ ତାଙ୍କ ଚିତା ଭସ୍ମକୁ କୌଣସି ପବିତ୍ର ନଦୀରେ ଫିଙ୍ଗି ଦିଆଯାଏ। ଏହି ରୀତିନୀତି ଏବଂ ପରମ୍ପରା ଶତାବ୍ଦୀ ଧରି ଚାଲିଆସୁଛି, ଯାହାକି ଏହିପରି ଜାରି ରହିବ, କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଗାଁ ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କ ହାଡ ସହିତ ଏହିପରି କିଛି କରାଯାଇଥାଏ ଯାହା ବିଷୟରେ ବିଶ୍ବାସ କରିବା ଏବଂ ଭାବିବା ଅନ୍ୟମାନଙ୍କ ପାଇଁ ଅସମ୍ଭବ।

ଆଜି ଆମେ ଆପଣଙ୍କୁ ରାଜସ୍ଥାନର ସେହି ଗାଁ ବିଷୟରେ କହିବାକୁ ଯାଉଛୁ, ଯେଉଁଠାରେ ରହୁଥିବା ଲୋକମାନେ ନଦୀରେ ଚିତା ଭସ୍ମ ଭାସେଇବାରେ ଏବଂ କୌଣସି ଧାର୍ମିକ କାର୍ଯ୍ୟରେ ବିଶ୍ୱାସ କରନ୍ତି ନାହିଁ। ଏହି ନିଆରା ଗାଁ ରାଜସ୍ଥାନର ଚୁରୁ ଜିଲ୍ଲାର ତାରାନଗର ତହସିଲରେ ଅବସ୍ଥିତ, ଯାହାର ନାମ ‘ଲାମ୍ବା କି ଢାଣି କି’ । ଏହି ଗାଁରେ ମୃତ୍ୟୁ ପରେ ନଦୀରେ ଚିତା ଭସ୍ମ ଢ଼ାଳିବା ପରିବର୍ତ୍ତେ ତାହାକୁ ପୁନର୍ବାର ଜାଳି ପାଉଁଶ କରି ଦେଇଥାନ୍ତି।

ସମଗ୍ର ଗାଁରେ କେବଳ ୧୦୫ ଘର:

ରାଜସ୍ଥାନର ଚରୁ ଜିଲ୍ଲାର ଏହି ଗାଁ ଅତ୍ୟନ୍ତ ଅନନ୍ୟ, ଏଠାରେ ବାସ କରୁଥିବା ଲୋକମାନେ ଈଶ୍ବରଙ୍କ ଉପରେ ବିଶ୍ୱାସ ରଖନ୍ତି, କିନ୍ତୁ ଏହା ସତ୍ତ୍ୱେ ଏହି ଗାଁରେ ଗୋଟିଏ ବି ହେଲେ ମନ୍ଦିର ନାହିଁ । ଏଠାରେ ରହୁଥିବା ଲୋକମାନେ ବିଶ୍ବାସ କରନ୍ତି ଯେ ଧାର୍ମିକ ରୀତିନୀତି ଅପେକ୍ଷା ମଣିଷମାନେ ସେମାନଙ୍କର ପରିଶ୍ରମ ଏବଂ ନିଷ୍ଠା ପ୍ରତି ଅଧିକ ଧ୍ୟାନ ଦେବା ଉଚିତ୍। ସୂଚନାନୁସାରେ, ‘ଲାମ୍ବା କି ଢାଣି କି’ ଗ୍ରାମରେ କେବଳ ୧୦୫ ଟି ଘର ଅଛି, ସେଥିମଧ୍ୟରୁ ୧୦ ଟି ଘର ମେଘୱାଲ, ୯୧ ଟି ଜାଟ ଏବଂ ୪ ଟି ନାୟକ ଘର ଅଛନ୍ତି।

ଲୋକମାନେ ପୂଜାରେ ବିଶ୍ୱାସ କରନ୍ତି ନାହିଁ :

ଏହି ଗାଁର ସମସ୍ତ ଲୋକ ପୂଜାପାଠ ଏବଂ ଧାର୍ମିକ କାର୍ଯ୍ୟ ଅପେକ୍ଷା ସେମାନଙ୍କର କାର୍ଯ୍ୟକୁ ଗୁରୁତ୍ୱ ଦିଅନ୍ତି । ଗାଁର ଲୋକମାନେ କୁହନ୍ତି ଯେ, ସେମାନଙ୍କର କାମ ହେଉଛି ସେମାନଙ୍କର ପୂଜା। ବୋଧହୁଏ ଏହି କାରଣରୁ ଏଠାରେ ରହୁଥିବା ଲୋକମାନେ ସେମାନଙ୍କ ଜୀବନରେ ବହୁତ ସଫଳ ଅଟନ୍ତି । ଏହି ଗାଁର ୩୦ ଜଣ ଲୋକ ସୈନ୍ୟବାହିନୀରେ ଅଛନ୍ତି, ୩୦ ଜଣ ପୋଲିସ, ରେଳବାଇରେ ୧୭ ଜଣ ରେଳ ବିଭାଗରେ ଏବଂ ୩୦ ଜଣ ବ୍ୟକ୍ତି ମେଡିକାଲ କ୍ଷେତ୍ରରେ ଚାକିରି କରି ଗାଁ ପାଇଁ ଗୌରବ ଆଣିଛନ୍ତି। ଏହା ବ୍ୟତୀତ ଗାଁର ପାଞ୍ଚ ଜଣ ଯୁବକ କ୍ରୀଡା କ୍ଷେତ୍ରରେ ଜାତୀୟ ସ୍ତରରେ ପଦକ ପାଇଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: