ମହାକାଶରୁ ପୃଥିବୀ ଆଡ଼କୁ ମାଡ଼ିଆସୁଛି ମହା ବିପଦ

ମହାକାଶରୁ ପୃଥିବୀ ଆଡ଼କୁ ମାଡ଼ିଆସୁଛି ମହା ବିପଦ

ପ୍ରିଜମ ନ୍ୟୁଜ ବ୍ୟୁରୋ: ମହାକାଶରୁ ପୃଥିବୀ ଆଡ଼କୁ ମାଡ଼ିଆସୁଛି ମହା ବିପଦ। ପୃଥିବୀ ଆଡ଼କୁ ମାଡ଼ି ଆସୁଛି ବିଶାଳକାୟ ଗ୍ରହାଣୁ। ଆମେରିକା ବୈଜ୍ଞାନିକ ଗବେଷଣା ସଂସ୍ଥା ନାସା ଏହି ସୂଚନା ଦେଇଛି।ମହାକାଶରେ ନାସା ନିଜର ଆଷ୍ଟ୍ରଏଡ୍ ଡିଫ୍ଲେକ୍ସନ ଟେକ୍ନୋଲୋଜି ବ୍ୟବହାର କରି ଏହି ବୃହତ୍ ଗ୍ରହାଣୁ ବିଷୟରେ ଜାଣିବାକୁ ପାଇଛି। ପୃଥିବୀ ଆଡ଼କୁ ମାଡ଼ିଆସୁଥିବା ଏହି ଗ୍ରହାଣୁର ସାଇଜ ବିଶ୍ୱର ସବୁଠାରୁ ବଡ଼ ଷ୍ଟାଚ୍ୟୁ ଅଫ୍ ୟୁନିଟିର ଆକାର ଠାରୁ ବି ବଡ଼ ବୋଲି କୁହାଯାଉଛି। ଚଳିତ ସପ୍ତାହ ଭିତରେ ଏହି ଗ୍ରହାଣୁଟି ପୃଥିବୀ ଆଡ଼କୁ ମାଡ଼ିଆସୁଛି। ଏହାର ଆକାର ୨୧୦ମିଟର ହେବ ବୋଲି ନାସା କହିଛି।

ବୈଜ୍ଞାନିକଙ୍କ ସୂଚନା ଅନୁସାରେ, ୪.୬ ବିଲିୟନ ବର୍ଷ ପୂର୍ବେ ସୌରମଣ୍ଡଳ ଗଠନ ହେବା ବେଳେ ମହାକାଶରେ ବାକି ରହିଯାଇଥିବା ପଥର ଖଣ୍ଡକୁ ଗ୍ରହାଣୁ ବୋଲି କୁହାଯାଉଛି। ନାସାର ସୂଚନା ଅନୁସାରେ, ଗ୍ରହାଣୁକୁ ପୃଥିବୀର ନିକଟର ହେଉଥିବା ବେଳେ ଏହା ସୂର୍ଯ୍ୟଠାରୁ ପୃଥିବୀର ଦୂରତାର ୧.୩ ଗୁଣା କମ ଦୂରରେ ରହିଛି। ନାସାର ସୂଚନା ଅନୁସାରେ, ୨୦୦୫ RX3 ନାମରେ ନାମିତ ଏହି ଗ୍ରହାଣୁ ସେପ୍ଟେମ୍ବର ୧୮ ତାରିଖରେ ପୃଥିବୀ ନିକଟତର ହେବ। ଏହା ଘଣ୍ଟାପ୍ରତି ୬୨,୮୨୦ କିମି ବେଗରେ ଆଘାତ ଦେବାର କ୍ଷମତା ରଖିଛି। ଯଦି ଏହି ଗ୍ରହାଣୁ ସାମାନ୍ୟ ତମ ଭାବେ ପୃଥିବୀ ସହ ଧସେଇ ଯାଏ ତେବେ ବଡ କ୍ଷତି କରିପାରେ। ତେଣୁ ନାସା ପକ୍ଷରୁ ସତର୍କ କରାଯାଇଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: