ନିଆରା ଢଙ୍ଗରେ ପାଳନ ହେବ ଏବର୍ଷର ଦୀପାବଳି

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଆଲୋକର ପର୍ବ ଦୀପାବଳୀ। ଏଥିପାଇଁ ସମସ୍ତେ ହେଲେଣି ସଜବାଜ। କିନ୍ତୁ ଅନ୍ୟବର୍ଷ ଅପେକ୍ଷା ଚଳିତ ବର୍ଷର ଦୀପାବଳି ସମ୍ପୂର୍ଣ୍ଣ ନିଆରା ଢଙ୍ଗରେ ପାଳିତ ହେବ। କାରଣ ରାଜ୍ୟରେ
କୋରୋନା ମହାମାରୀ ସଂକ୍ରମଣକୁ ଆଖିରେ ରଖି ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଚଳିତ ବର୍ଷ ଦୀପାବଳିରେ ବାଣବିକ୍ରି କିମ୍ବା ବାଣ ଫୁଟା ଉପରେ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର। ଏଥର ଦୀପାବଳି ଦୀପ ମହମବତୀ ଓ ଅନ୍ୟ ଲାଇଟ୍ ଲଗାଇ ପାଳନ କରାଯିବ। ନଭେମ୍ବର ୧୦ ରୁ ୩୦ ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। ଯଦି କୌଣସି ବ୍ୟକ୍ତି ଏହି ନିୟମ ପାଳନ ନ କରନ୍ତି, ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। କାରଣ ସମଗ୍ର ବିଶ୍ୱ ଏକ ମହାମାରୀ ଦ୍ବାରା କବଳିତ।

ଦୀର୍ଘ ଦିନ ହେବ ଏଇ ମହାମାରୀ ସହିତ ଆମେ ସଂଘର୍ଷ କରି ଆସୁଛେ। ତେଣୁ ଏଥର ଦିପାବଳୀରେ ଆତସବାଜି ବନ୍ଦ କରା ନ ଗଲେ ବାୟୁ ପ୍ରଦୂଷଣ ଭୟଙ୍କର ବିପଦ ଡାକି ଆଣିବ। ବାୟୁ ପ୍ରଦୂଷଣ ଯୋଗୁ ସଂକ୍ରମଣ ହାର ବଢିନପାରେ କିନ୍ତୁ ସଂକ୍ରମିତଙ୍କ ସମସ୍ୟା ବଢିଯିବ। ଦୁର୍ବଳଥିବା କୋରୋନା ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିପାରେ। ଖାଲି ସେତିକି ନୁହେଁ ସୁସ୍ଥ ହୋଇଥିବା ଲୋକଙ୍କ ଫୁସଫୁସକୁ ବାୟୁ ପ୍ରଦୂଷଣ କ୍ଷତି ପହଞ୍ଚାଇଲେ ଅବସ୍ଥା ସାଂଘାତିକ ହୋଇପାରେ। ଦୀର୍ଘ ୯ ମାସର କଠିନ ପରିଶ୍ରମ ଯୋଗୁ ନିୟନ୍ତ୍ରଣକୁ ଆସିଥିବା ସ୍ଥିତି ପୁଣି ଗୁରୁତର ରୂପ ନେବା ଆଶଙ୍କା ରହିଛି। ଏପରିକି ଖସୁଥିବା ମୃତ୍ୟୁହାର ବି ବଢିପାରେ। ଏମିତି ହେଲେ ସରକାରଙ୍କର ସବୁ ପରିଶ୍ରମ ପାଣିରେ ପଡିଯିବ। ସଂକ୍ରମଣ ବ୍ଯାପିବା ଆଶଙ୍କାରେ ମାର୍ଚ୍ଚରୁ ଏଯାବତ୍ ସମସ୍ତ ପାର୍ବଣ ଓ ଉତ୍ସବ ଉପରେ ଅଙ୍କୁଶ ଲାଗିଛି। ଗଣେଶ ପୂଜାରୁ ନେଇ ଦୁର୍ଗାପୂଜା ପର୍ଯ୍ୟନ୍ତ ସବୁ ନିରାଡମ୍ବର ଭାବେ ପାଳନ କରାଯାଇଛି।
ରାତି ପହିଲେ ଦୀପାବଳି। ରାଜଧାନୀ ଭୁବନେଶ୍ୱର ଠାରୁ ଆରମ୍ଭ କରି କଟକ, ବ୍ରହ୍ମପୁର ଆଦି ସହର ପାଇଁ ସ୍ୱତନ୍ତ୍ର କଟକଣା ରହିଛି।


ଅମାାାବାସ୍ୟାର ଅନ୍ଧାର ରାତିରେ ଆତସବାଜି ଆଖିକୁ ସୁନ୍ଦର ଦିଶିପାରେ। କିନ୍ତୁ ଏଇ ଆତସବାଜି ପର୍ବ ଡାକି ଆଣିବ ମହାବିପତ୍ତି ବୋଲି ପରିବେଶବିତ ଓ ବିଶେଷଜ୍ଞ କହିଛନ୍ତି।
କିଛିଦିନ ହେବ ସଂକ୍ରମଣ ହାର କମିଛି। କିନ୍ତୁ ବିପଦ ଟଳିନି। ଶୀତରେ ସଂକ୍ରମଣ ହାର ପୁଣି ଶୀର୍ଷ ଛୁଇଁପାରେ। ଏମିତିରେ ଦୀପାବଳୀ ଆତସବାଜିରୁ ନିର୍ଗତ ପ୍ରଦୂଷଣ ସ୍ଥିତିକୁ ଆହୁରି ବିଗାଡ଼ିପାରେ।

ସାଧାରଣ ଦିନ ଅପେକ୍ଷା ଦୀପାବଳିରେ ବାୟୁ ପ୍ରଦୂଷଣର ହାର ପ୍ରାୟ ୫୦ ଗୁଣ ବଢିଯାଏ। ସ୍ଥିତି ସ୍ବାଭାବିକ ହେବାକୁ ୩-୪ ଦିନ ଲାଗିଯାଏ। ଏଥିରୁ ଅନୁମାନ କରାଯାଇପାରେ, ବାଣ ବିସ୍ଫୋରଣ କେତେ ବିପଦଜନକ। ଗୋଟିଏ ଦିନର ମଉଜ ମଜଲିସ୍ ପାଇଁ ପରିବେଶ ଓ ଜନଜୀବନକୁ ବିପଦକୁ ଠେଲିବା କେତେ ଯୁକ୍ତିଯୁକ୍ତ।

%d bloggers like this: