ନାଗାର୍ଜୁନ ବେଶ, ଜାଣନ୍ତୁ ନୀତିକାନ୍ତି ବିଷୟରେ…

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଆସନ୍ତା ୨୭ରେ ମହାପ୍ରଭୁଙ୍କ ନଗାର୍ଜୁନ ବେଶ। ଏନେଇ ବୁଧବାର ଅନୁଷ୍ଠିତ ହୋଇଛି ପ୍ରସ୍ତୁତି ବୈଠକ। ତେବେ ବୈଠକର ନିଷ୍ପତ୍ତି ଅନୁସାରେ, ପତିତପାବନଙ୍କ ନାଗାର୍ଜୁନ ବେଶ କରିବେ ପୂଜାପଣ୍ଡା ସେବାୟତ। ଦ୍ୱାରଫିଟା ନୀତି ପରେ ବେଶ ଶ୍ରୀମନ୍ଦିରକୁ ବିଜେ କରିବ। ଗରୁଡ଼ ସ୍ତମ୍ଭ ପାଖରେ ରହିବ ଏବଂ ଅବକାଶ ନୀତି ପରେ ଆରମ୍ଭ ହେବ ବେଶ ପ୍ରକ୍ରିୟା।

ମାତ୍ର ଅଳ୍ପ ଦିନ ଥିବାରୁ ବେଶ ନିର୍ମାଣ କାର୍ଯ୍ୟ କିଭଳି ସୁରୁଖୁରୁରେ ହେବ ସେ ନେଇ ପ୍ରସ୍ତୁତି ବୈଠକ ଆଲୋଚନା ହୋଇଛି। ଶ୍ରୀମନ୍ଦିର ନୀତି ପ୍ରଶାସକ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବେଶ ଯୋଗାଉ ଥିବା ସେବାୟତ , ବେଶ ନିର୍ମାଣ କରୁଥିବା କାରିଗରଙ୍କ ସମେତ ବିଭିନ୍ନ ସେବାୟତ ଏବଂ ଶ୍ରୀମନ୍ଦିର ପରିଚଳନା କମିଟି ସଦସ୍ୟ ଉପସ୍ଥିତ ଥିଲେ। ସୂଚନା ଅନୁଯାୟୀ, ବେଶ ନିର୍ମାଣ କାର୍ଯ୍ୟ ସଠିକ ବାଟରେ ଆଗେଇ ଚାଲିଛି। ୪୦ ପ୍ରତିଶତ ବେଶ ନିର୍ମାଣ ଶେଷ ହୋଇଛି। ତେବେ ବେଶ ହେବାର ପୂର୍ବଦିନ ଅର୍ଥାତ୍ ନଭେମ୍ବର ୨୬ ତାରିଖ ରାତି ୧୨ଟାରେ ପହୁଡ଼ ପଡ଼ିବ। ରାତି ୨ଟାରେ ଦ୍ୱାର ଫିଟା ପରେ ବେଶ ସାମଗ୍ରୀ ଅଣାଯାଇ ଜଗମୋହନରେ ରଖାଯିବ। ଭୋର ୪ଟାରେ ମହାପ୍ରଭୁଙ୍କ ଅବକାଶ ନୀତି ପରେ ବେଶ ଆରମ୍ଭ ହେବ।

%d bloggers like this: