ତୁର୍କୀରେ ଭୟଙ୍କର ଭୂକମ୍ପ ; ୧୮୦ ରୁ ଅଧିକ ମୃତ

ପ୍ରିଜମ ନ୍ୟୁଜ ବ୍ୟୁରୋ: ତୁର୍କୀରେ ସୋମବାର ଏକ ବଡ଼ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ୭.୮ ଥିବା ରେକର୍ଡ କରାଯାଇଛି। ଦକ୍ଷିଣପୂର୍ବ ତିର୍କୀର ଗାଜିଆନଟେପରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି। ଏଥିରେ ଅନେକ କୋଠା ନଷ୍ଟ ହୋଇଥିବା ବେଳେ ୧୮୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହାସହ ୫୦୦ ରୁ ଅଧିକ ଆହତ ହୋଇଛନ୍ତି। ମୃତାହତଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। କାରଣ ଭୂମିକମ୍ପ ବେଳେ ଲୋକେ ଘରେ ଶୋଇଥିଲେ। ସ୍ଥାନୀୟ ସମୟ ଅନୁସାରେ ଭୋର ୪ ଟା ୧୭ମିନିଟ୍‌ରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହାର ୧୫ ମିନିଟ୍ ପରେ ସେଠାରେ ଆଉ ଏକ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା, ଯାହାର ତୀବ୍ରତା ୬.୭ ରହିଥିଲା। ତେବେ ଏହାଦ୍ବାରା ବିପୁଳ କ୍ଷୟକ୍ଷତି ହୋଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *