ମଣିଷ ଶରୀରରେ ପ୍ରତିବର୍ଷ ପ୍ରଵେଶ କରୁଛି ୨୮୭ ଗ୍ରାମ ପ୍ଲାଷ୍ଟିକ

ମଣିଷ ଶରୀରରେ ପ୍ରତିବର୍ଷ ପ୍ରଵେଶ କରୁଛି ୨୮୭ ଗ୍ରାମ ପ୍ଲାଷ୍ଟିକ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଦିନକୁ ଦିନ ପ୍ଲାଷ୍ଟିକ ମାନବ ସମାଜ ପାଇଁ କାଳ ହେଲାଣି। ଏହା ପରିବେଶ ସହ ଜୀବଜଗତ ନଷ୍ଟ କରୁଥିବା ବେଳେ ଏବେ ପ୍ଲାଷ୍ଟିକ ମଣିଷ ଶରୀରରେ ପଶି। ମାନବ ଶରୀରରେ ପ୍ଲାଷ୍ଟିକ କଣିକା ଏକ ଉଦ୍ବେଗଜନକ ସ୍ତରରେ ବୃଦ୍ଧି ପାଉଛି। ମାନବ ସ୍ବାସ୍ଥ୍ୟ ପାଇଁ, ଏହା ଏକ ସମୟ-ବୋମା ପରି ହୋଇଗଲାଣି, ଯାହା ଅର୍ଦ୍ଧେକରୁ ଅଧିକ ଆଭ୍ୟନ୍ତରୀଣ ଅଙ୍ଗକୁ କ୍ଷତି ପହଞ୍ଚାଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ମାଲେସିଆ, ଅଷ୍ଟ୍ରେଲିଆ ଏବଂ ଇଣ୍ଡୋନେସିଆର ଅନୁସନ୍ଧାନକାରୀମାନେ ଏକ ନୂତନ ଗବେଷଣା ରିପୋର୍ଟରେ ଏହା ପ୍ରକାଶ କରିଛନ୍ତି।ଏଥିରେ ଦର୍ଶାଯାଇଛି ଯେ ସପ୍ତାହରେ ହାରାହାରି ୫ ଗ୍ରାମ ପ୍ଲାଷ୍ଟିକ ମାନବ ଶରୀରରେ ପହଞ୍ଚୁଛି। ଏକ କ୍ରେଡିଟ କାର୍ଡର ଓଜନ ସହିତ ଏହା ସମାନ।

ଅନେକ ଲୋକଙ୍କ ଶରୀରରେ ଏହାଠାରୁ ଅଧିକ ଓଜନର ପ୍ଲାଷ୍ଟିକ ମଧ୍ୟ ପ୍ରବେଶ କରୁଛି। ସର୍ବଶେଷ ଅଧ୍ୟୟନ ଅନୁଯାୟୀ, ସମଗ୍ର ବିଶ୍ୱରେ ବିନା ପ୍ରତିବନ୍ଧକରେ ପ୍ରାୟ ୧୦ ହଜାର ପ୍ରକାରର ରାସାୟନିକ ପଦାର୍ଥ ପ୍ଲାଷ୍ଟିକରେ ମିଶ୍ରିତ ହେଉଛି। ଚାଇନା ସର୍ବାଧିକ ପ୍ଲାଷ୍ଟିକ ପ୍ରଦୂଷଣ ବିସ୍ତାର କରୁଛି ବୋଲି ଜଣା ପଡିଛି। ଏହା ପଛକୁ ରହିଛି ଇଣ୍ଡୋନେସିଆ। ଏଠାରେ ଥିବା ଏୟାରଲାଙ୍ଗଗା ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀ ଭେରିଲ ହାସନ ଦାବି କରିଛନ୍ତି ଯେ ଏବେ ସାମୁଦ୍ରିକ ମାଛ ମାନବ ଶରୀରକୁ ମାଇକ୍ରୋ ପ୍ଲାଷ୍ଟିକ ପ୍ରବେଶର ମୁଖ୍ୟ ମାଧ୍ୟମ ପାଲଟିଛି। ଆକଳନ କରାଯାଇଛି ଯେ ୨୦୫୦ ସୁଦ୍ଧା ସମୁଦ୍ରରେ ପହଞ୍ଚୁଥିବା ପ୍ଲାଷ୍ଟିକର ଓଜନ ମାଛଙ୍କର ମୋଟ ଓଜନଠାରୁ ଢେର ଗୁଣ ଅଧିକ ହେବ। ମାଲେସିଆର ସାଇନ୍ସ ୟୁନିଭରସିଟିର ଅନୁସନ୍ଧାନକାରୀ ଲି ୟୋଙ୍ଗ ୟେ କହିଛନ୍ତି ଯେ ମାଇକ୍ରୋପ୍ଲାଷ୍ଟିକ ମାନବ ଅଙ୍ଗର ଅଧାରୁ ଅଧିକରେ ପହଞ୍ଚିଛି।

ଯାହାରି ପ୍ରଭାବରେ ବୈଜ୍ଞାନିକମାନେ କର୍କଟ ଠାରୁ ଆରମ୍ଭ କରି ଆଭ୍ୟନ୍ତରୀଣ ଅଙ୍ଗ ଆକାମୀ ହେବାର ଆଶଙ୍କା କରିଛନ୍ତି। ମାଇକ୍ରୋ ପ୍ଲାଷ୍ଟିକ ୫ ମିଲିମିଟରରୁ ଛୋଟ କଣିକା। ମାଲେସିଆର ଅନୁସନ୍ଧାନକାରୀମାନେ ଦାବି କରିଛନ୍ତି ଯେ ୧୨ ରୁ ଏକ ଲକ୍ଷ ପର୍ଯ୍ୟନ୍ତ ୫ ମିଲିମିଟରରୁ କମ ଆକାରର ପ୍ଲାଷ୍ଟିକ କଣିକା ଦୈନିକ ମାନବ ଶରୀରରେ ପ୍ରବେଶ କରୁଛି।ବର୍ଷକରେ ପ୍ରାୟ ୧୧ ହଜାର ୮୪୫ରୁ ୧ଲକ୍ଷ ୯୩ ହଜାର ୨୦୦ ପର୍ଯ୍ୟନ୍ତ ମାଇକ୍ରୋ ପ୍ଲାଷ୍ଟିକ କଣିକା ମଣିଷ ଶରୀରରେ ପ୍ରବେଶ କରିଥାଏ। ଯାହାର ମୋଟ ଓଜନ ୭.୭ ଗ୍ରାମରୁ ୨୮୭ ଗ୍ରାମ ପର୍ଯ୍ୟନ୍ତ। ସଫଳତା ମିଳି ନାହିଁ । ଶରୀରରେ ଏହା ଖାଦ୍ୟ ସାମଗ୍ରୀର ପ୍ଲାଷ୍ଟିକ ପ୍ୟାକେଜିଂ ଏବଂ ପ୍ଲାଷ୍ଟିକ ପ୍ଲେଟ-ଗ୍ଲାସ ମାଧ୍ୟମରେ ପ୍ରବେଶ କରୁଛି। ପ୍ୟାକେଜ ବୋତଲ-ପାଣି ଏ ଦୃଷ୍ଟିରୁ ଅଧିକ ବିପଦପୂର୍ଣ୍ଣ। ଅଧ୍ୟୟନରୁ ଜଣାପଡିଛି ଯେ ମାଇକ୍ରୋ ପ୍ଲାଷ୍ଟିକ ବୋତଲ ପାଣିରେ ଅଧିକ ରହୁଛି।

ଏହାଛଡା ପ୍ରଦୂଷଣ ହେଉଛି ଏହାର ସବୁଠାରୁ ବଡ କାରଣ। ପ୍ଲାଷ୍ଟିକ ଆମର ସମୁଦ୍ର, ନଦୀ, ମାଟି, ବାୟୁ ଏବଂ ବର୍ଷା ଜଳରେ ମିଶିବାରେ ଲାଗିଛି।ମା’ କ୍ଷୀରରେ ମଧ୍ୟ ମାଇକ୍ରୋପ୍ଲାଷ୍ଟିକ୍ସର ଉପସ୍ଥିତି ବୈଜ୍ଞାନିକମାନେ ନିଶ୍ଚିତ କରିଛନ୍ତି। ନେଦରଲ୍ୟାଣ୍ଡର ବୈଜ୍ଞାନିକମାନେ ୮ ଟି ମାଂସ ନମୁନାରୁ ୭ ଟିରେ ଏହା ଚିହ୍ନଟ କରିଥିବାବେଳେ ଏବଂ ୨୫ ଟି ଦୁଗ୍ଧ ନମୁନାରୁ ୧୮ ଟି ମାଇକ୍ରୋପ୍ଲାଷ୍ଟିକ ପାଇଛନ୍ତି।ଯେଉଁମାନେ ମାଛ ଏବଂ ସମୁଦ୍ର ଲୁଣ ଖାଉଛନ୍ତି ସେମାନଙ୍କ ଶରୀରକୁ ପ୍ଲାଷ୍ଟିକ ମଧ୍ୟ ଯାଉଛି । ଏହାକୁ ହଜମ ପ୍ରକ୍ରିୟା ଏବଂ ଅନ୍ତନଳୀ ଠାରୁ ଆରମ୍ଭ କରି କୋଷ ପାଇଁ ବିପଦ ଭାବରେ ଅଧ୍ୟୟନରେ ବିବେଚନା କରାଯାଇଛି।କର୍କଟ , ହୃଦ ରୋଗ, କିଡନୀ, ପେଟ ଏବଂ ଯକୃତ ସମସ୍ୟା, ମେଦବହୁଳତା, ମାତୃ ଗର୍ଭରେ ଥିବା ଗର୍ଭସ୍ଥ ଶିଶୁର ବିକାଶକୁ ବନ୍ଦ କରିବା ପାଇଁ ଏହା ଦାୟୀ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସେହିପରି କିଛି ଦିନ ତଳେ ମଣିଷ ରକ୍ତରେ ମଧ୍ୟ ମାଇକ୍ରୋ ପ୍ଲାଷ୍ଟିକ ମିଳିଥିଲା।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: