ସାରା ଦେଶରେ ଖେଳ କରିବେ ମମତା : ଦିଲ୍ଲୀରୁ ଦିଦି ଦେଲେ ସନ୍ଦେଶ, ଓଡ଼ିଶାରେ ପଡ଼ିପାରେ ‘ନବୀନ’ ପ୍ରଭାବ

ସାରା ଦେଶରେ ଖେଳ କରିବେ ମମତା : ଦିଲ୍ଲୀରୁ ଦିଦି ଦେଲେ ସନ୍ଦେଶ, ଓଡ଼ିଶାରେ ପଡ଼ିପାରେ ‘ନବୀନ’ ପ୍ରଭାବ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: କେବଳ ପଶ୍ଚିମବଙ୍ଗ (west bengal) କାହିଁକି ସମଗ୍ର ଦେଶରେ ‘ଖେଲା’ (khela hobe)ହେବ ।  ପଶ୍ଚିମବଙ୍ଗ ନିର୍ବାଚନରେ ନିଜ ଆସନରୁ ହାରି ମଧ୍ୟ ଜିତ୍ ହାସଲ କରି ଗାଦି ଦଖଲ କରିଥିବା ଦିଦି ଏବେ ସିଧା ଦିଲ୍ଲୀର (new delhi) ଦିଲ୍ ରୁ ଦେଶବାସୀଙ୍କୁ ଦେଇଛନ୍ତି ରାଜନୈତିକ ମନ୍ତ୍ରଣା । କହିଛନ୍ତି ସାରା ଦେଶରେ ଖେଲା ହୋବେ ଅର୍ଥାତ ବଙ୍ଗର ରିପିଟ୍ ଟେଲିକାଷ୍ଟ  ହିନ୍ଦି ହାର୍ଟଲାଣ୍ଡ ସମେତ ପୂର୍ବ-ଉତ୍ତର ପୂର୍ବ , ପଶ୍ଚିମ ସମେତ ସାରା ଦକ୍ଷିଣରେ କେବଳ ଦିଦିଙ୍କ ଦବଦବା ରହିବ । ଦିଲ୍ଲୀ ଗସ୍ତରେ ଥିବା ମମତା ଏମିତି କହି 24 ବେଳକୁ ପ୍ରଧାନସେବକ ( Prime minister narendra modi) ଗାଦି ହାତେଇବାକୁ ଆଶା ବାନ୍ଧି ବସିଛନ୍ତି । ଏଥିପାଇଁ ହାତ ସହ ହାତ ମିଶାଇ ପୁରୁଣା ରାଗ ରୁଶା ଭୁଲି ଏକଲା ନୁହେଁ ସଭିଙ୍କୁ ସାଙ୍ଗରେ ନେଇ ଶାସନ କରିବେ ବୋଲି ଶପଥ ନେଇଛନ୍ତି ।

ଯଦି ବଙ୍ଗଳାରେ ବିଜେପିକୁ ରୋକାଯାଇପାରିଲା ଏବଂ ଏହା କରି ଟିଏମସି ଦେଖାଇ ପାରିଲା ତେବେ ଦେଶର ଅନ୍ୟ ରାଜ୍ୟରେ ମଧ୍ୟ ଏହା ସମ୍ଭବ ବୋଲି ମମତା ଦୃଢ଼ତାର ସହ କହିଛନ୍ତି ।

ହେଲେ ଖେଲା ହୋବେ ଠାରୁ ଆରମ୍ଭ କରି ମୋଦିଙ୍କୁ ତାତ୍ସ୍ୟଲ କରି ମମତା କହିଥିବା କେମ୍ ଛୋ ଅର୍ଥାତ ଗୁଜରାଟୀ ଭାଷାରେ କେମିତି ଅଛ  ଏହାକୁ ନେଇ ଚର୍ଚ୍ଚା ଅଧିକ । ସେ ଗୃହମନ୍ତ୍ରୀ ଅମିତ ଶାହଙ୍କ (amit saha) ଠାରୁ ଏହା ଶିଖିଛନ୍ତି ବୋଲି ମଧ୍ୟ କହିଛନ୍ତି ମମତା  ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସାମ୍ବାଦିକଙ୍କ (media) ଏକ ପ୍ରଶ୍ନ ଥିଲା ଯେ, ବିରୋଧୀ ଦଳର ମେଣ୍ଟକୁ ଶସକ୍ତ କରିବା ପାଇଁ ମମତା କି ସ୍ଲୋଗାନ ଦେବେ ? ଏହାର ଉତ୍ତରରେ ମମତା କହିଥିଲେ ଯେ, ସାରା ଦେଶରେ ଖେଲା ହୋବେ ।…

ଆଉ ଏକ ମଜା କଥା ହେଲେ ମମତାଙ୍କୁ ଯେତେବେଳେ ପ୍ରଶ୍ନ ଥିଲା ଯେ, ସେ ଏତେ ହିନ୍ଦି କେମିତି ସ୍ପଷ୍ଟ ଭାବେ କହିପାରୁଛନ୍ତି ଏହାର ଉତ୍ତରରେ ସେ କହିଛନ୍ତି ଯେ, ସେ କୁଆଡ଼େ ପ୍ରଧାନସେବକ ମୋଦିଙ୍କ ଠାରୁ ହିନ୍ଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଠାରୁ ଗୁଜରାଟୀ ଶିଖିଛନ୍ତି ।..

ସୂଚନା ଥାଉ କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ନିଜ ରାଜ୍ୟ ଗୁଜରାଟରେ (gujurat) ଆସନ୍ତା ଡିସେମ୍ବରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଆଉ ଏପଟେ ପଶ୍ଚିମବଙ୍ଗରେ ସବୁ ରାଜନୈତକ ଗଣିତକୁ ଏପଟ ସେପଟ କରିଥିବା ମମତା ବର୍ତ୍ତମାନ ଦିଲ୍ଲୀ ଦରବାରରୁ ଅଣବିଜେପି ଦଳର ମଙ୍ଗୁଆଳ ସାଜି ଏନଡିଏକୁ ମାତ ଦେବାକୁ ବଳ ଗୋଟାଉଛନ୍ତି । ଦିଲ୍ଲୀରେ ରହି ବଳ ଗୋଟାଏ ସାରିଲା ପରେ ରାଜନୀତିର ନୂଆ ଗୋଟି ଚାଳନା କରି 2024 ସାଧାରଣ ନିର୍ବାଚନର (2024 general election) ଗତିପଥ ବଦଳାଇବା ସହ ବିଜେପିର ହ୍ୟାଟ୍ରିକ୍ ବିଜୟ ଉପରେ ରୋକ ଲଗାଇବା ପାଇଁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରୁଛନ୍ତି ।…

ତାମିଲନାଡୁ, ପଞ୍ଜାବ, ଦିଲ୍ଲୀ ଏବଂ ଉତ୍ତର ପ୍ରଦେଶର ନିର୍ବାଚନ ପାଇଁ ମଧ୍ୟ ମମତା ଏବେଠୁ ବିରୋଧୀ ଦଳର କମାଣ ସମ୍ଭାଳିବା ପାଇଁ ପରୋକ୍ଷରେ ଇଶାରା ଦେଇଛନ୍ତି ।

ୟୁନାଇଟେଡ୍ ଅପୋଜିସନ୍ (united oppisition) କୁ ନେଇ ମମତା କହିଛନ୍ତି ଯେ, ଯେଉଁ ପିଲା ଜନ୍ମ ହୋଇନାହିଁ ତାହାର ନାମ କରଣ କେମିତି କରିହେବ ବୋଲି ସେ ଓଲଟା ପ୍ରଶ୍ନ କରିଛନ୍ତି ।

ଶେଷରେ ସେ ସେୟା କହିଲେ ଯାହା ଶେଷକୁ କହିଲେ ହିଁ ହେଡଲାଇନ୍ ହେବ ଏବଂ ବିଜେପି ନେତା, କର୍ମୀ ଏବଂ ମୋଦି ସରକାରର ନୀତି ଆଦର୍ଶ ଉପରେ ପ୍ରଶ୍ନ ସୃଷ୍ଟି କରିବ ।  ବିଜେପି ଏବଂ ମୋଦି ସରକାରରୁ ସମାଲୋଚନା କରିବାକୁ ଯାଇ ମମତା ଏନଡିଏ ସରକାରର ତୃଟିପୂର୍ଣ୍ଣ ନୀତି, କରୋନା ପରିଚାଳନାରେ ବିଫଳତା, ମହଙ୍ଗା ମାଡ଼, ଦୁର୍ବଳ ଅର୍ଥନୀତି ହିଁ ବିଜେପିକୁ ତଳି ତଳାନ୍ତ କରିବା ପାଇଁ ପ୍ରଧାନ କାରଣ ହେବ ।

ସଚ୍ଚେ ଦିନ୍ ଦେଖନା ହେ, ବହୁତ ଅଚ୍ଛେ ଦିନ ଦେଖ ଲିୟା ବୋଲି ମଧ୍ୟ କହି ତେରଛା ବାଣ ମାରିଛନ୍ତି ମମତା (mamata banarjee) । 

ଏବେ ଦିଖିବାର କଥା ସାରା ଦେଶରେ ଖେଳ କରିବାକୁ ଏକ ପ୍ରକାର ପ୍ରସ୍ତୁତ ହୋଇଥିବା ତୃଣମୂଳ ମୁଖିଆ (chief minister of west bengal) ମାଡାମ ଓଡ଼ିଶା ପ୍ରତିପକ୍ଷ ନବୀନ ପଟ୍ଟନାୟକଙ୍କୁ ନିଜ କ୍ୟାମ୍ପରେ ଯୋଡ଼ୁଛନ୍ତି ନା ନବୀନ (odisha chief minister naveen pattnaik)ସହ ମଧ୍ୟ ଖେଳ ଖେଳିବେ ….

0 Comments

Leave Your Comment

Your email address will not be published. Required fields are marked *

%d bloggers like this: