ଟୁଥପେଷ୍ଟ ଚୋରକୁ ଗିରଫ ପାଇଁ ୨ ରାଜ୍ୟ ପୋଲିସ ନାକେଦମ୍

ଟୁଥପେଷ୍ଟ ଚୋରକୁ ଗିରଫ ପାଇଁ ୨ ରାଜ୍ୟ ପୋଲିସ ନାକେଦମ୍

ପ୍ରିଜମ ନ୍ୟୁଜ ବ୍ୟୁରୋ: ଯେତେବେଳେ ଚୋରି ଘଟଣା ସାମ୍ନାକୁ ଆସେ, ଆପଣ ନିଶ୍ଚୟ ଶୁଣିଥିବେ ଯେ ଚୋରମାନେ ସୁନା, ରୂପା, ଟଙ୍କା ବା ଅନ୍ୟ ଦାମୀ ଜିନିଷ ଚୋରି କରିଛନ୍ତି । କିନ୍ତୁ ଚୋରିର ଏପରି ଘଟଣା ଦେଶର ରାଜଧାନୀରେ ସାମ୍ନାକୁ ଆସିଛି, ଯାହା ଶୁଣିବା ପରେ ଆପଣ ବିଶ୍ଵାସ କରି ନାପରାନ୍ତି ବା ଆଶ୍ଚର୍ଯ୍ୟର ସୀମା ରହିବ ନାହିଁ। ଜଣେ ଚୋର ସୁନା, ରୂପା କି ଦାମୀ ଜିନିଷ ନୁହେଁ ଟୁଥପେଷ୍ଟ ଚୋରି କରିଥିବା ଅଭିଯୋଗ ହୋଇଛି।

ଜଣେ ଚୋର ଦିଲ୍ଲୀରୁ ଟୁଥପେଷ୍ଟ ଚୋରି କରି ପଳାଇଥିବା ଅଭିଯୋଗ ହୋଇଛି। ଯାହାକୁ ଧରିବା ପାଇଁ ଦିଲ୍ଲୀ ପୋଲିସ ୟୁପି ପର୍ଯ୍ୟନ୍ତ ଯିବା ସହ ଅନେକ ଖୋଜାଖୋଜି କରି ଶେଷରେ ସେହି ଚୋରକୁ ଧରିଥିଲା। ବାସ୍ତବରେ, ବାହରାଇଚରୁ ଧରାଯାଇଥିବା ଚୋର ୧୧ ଲକ୍ଷ ମୂଲ୍ୟର ତୁଥପେଷ୍ଟ ଚୋରି କରି ନେଇଥିବା ଜଣା ପଡ଼ିଛି।ଚୋରିର ଏହି ଅଜବ ମାମଲା ନେଇ ଦିଲ୍ଲୀର ଲାହୋରୀ ଗେଟ୍ ପୋଲିସ ଷ୍ଟେସନରେ ଏଫଆଇଆର ରୁଜୁ ହୋଇଥିଲା। ଚୋର କାହିଁକି ଟୁଥପେଷ୍ଟ ଚୋରି କରିବ ସେନେଇ ପୋଲିସ ମଧ୍ୟ ଚକିତ ହୋଇଯାଇଥିଲା। କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ପୋଲିସ ଚୋରର ଚତୁରତାକୁ ବୁଝି ପାରୁଥିଲା।

ଚୋରଟି ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ୨୦୦ ରୁ ଅଧିକ ପେଟି ଟୁଥପେଷ୍ଟ ଚୋରି କରିଥିଲା। ଯେଉଁଥିପାଇଁ ପୀଡିତାମାନେ ବହୁତ ଅସନ୍ତୋଷ ପ୍ରକାଶ କରିଥିଲେ।ଚୋରମାନେ ୨୧୫ ବାକ୍ସ ଟୁଥପେଷ୍ଟ ଚୋରି କରିଥିଲେ, ଯାହାର ମୋଟ ମୂଲ୍ୟ ୧୧ ଲକ୍ଷ ଥିଲା। ୨୨ ନଭେମ୍ବରରେ ଚୋର ଏହି ଘଟଣା ଘଟେଇ ଥିଲେ ​​। ସୂଚନା ପାଇବା ମାତ୍ରେ ପୋଲିସ ଅଭିଯୁକ୍ତକୁ ତନାଘନା କରି ଖୋଜିବା ଆରମ୍ଭ କରିଥିଲା ​​ଏବଂ ଶେଷରେ ଜାଣିବାକୁ ପାଇଲା ଯେ ସେ ଦିଲ୍ଲୀରୁ ଚୋରି କରି ଉତ୍ତରପ୍ରଦେଶର ନିଜ ଗାଁରେ ଲୁଚି ରହିଛି। ଯାହା ବାହରାଇଚ୍ ଜିଲ୍ଲାର ଜରୱାଲ୍ ରୋଡ୍ ପୋଲିସ୍ ଷ୍ଟେସନ୍ ଅଞ୍ଚଳରେ ଅବସ୍ଥିତ। ସୂଚନାଦାତାଙ୍କଠାରୁ ମିଳିଥିବା ସୂଚନାକୁ ଭିତ୍ତି କରି ପୋଲିସ ସେଠାରେ ଚଢ଼ାଉ କରି ସମସ୍ତ ଚୋରି ସାମଗ୍ରୀ ଜବତ କରିବା ସହ ପୋଲିସ ଟିମ୍ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: