ଏହି ଦେଶରେ ମଦୁଆଙ୍କୁ ଗାଡ଼ି ମନା

ଏହି ଦେଶରେ ମଦୁଆଙ୍କୁ ଗାଡ଼ି ମନା

ପ୍ରିଜମ ନ୍ୟୁଜ ବ୍ୟୁରୋ: ଭାରତରେ ମଦ ପିଇ ଡ୍ରାଇଭିଂ ଘଟଣା ଅଧିକ ରହିଥାଏ। ଉତ୍ସବ ସମୟରେ ଏହାର ହାର ଅଧିକ ରହିଥାଏ। ମଦ ପିଇ ଗାଡି ଚଲାଇବା ଦଣ୍ଡନୀୟ ଅପରାଧ ହୋଇଥିଲେ ମଧ୍ୟ ଭାରତ ସମେତ ଅନେକ ଦେଶରେ ଲୋକ ଏହାକୁ ଖାତିର କରନ୍ତି ନାହିଁ। ସେମାନେ ନିଜ ଜୀବନ ତଥା ଅନ୍ୟମାନଙ୍କ ଜୀବନକୁ ବିପଦରେ ପକାଇବାକୁ ପଛାନ୍ତି ନାହିଁ। ୨୦୧୯ରେ, ମୋଟର ଯାନ ଅଧିନିୟମରେ ସଂଶୋଧନ କରାଯାଇ ମଦ୍ୟପାନ କରି ଗାଡି ଚଳାଇବା ପାଇଁ ଜୋରିମନା ୨,୦୦୦ରୁ ୧୦,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଥିଲା। ବର୍ତ୍ତମାନ ପ୍ରଥମ ଥର ଅପରାଧ ପାଇଁ ଡ୍ରାଇଭରଙ୍କୁ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମନା ଦେବାକୁ କୁହାଯାଇପାରେ ଏବଂ ୬ ମାସ ପର୍ଯ୍ୟନ୍ତ ଜେଲ ମଧ୍ୟ ହୋଇପାରେ। ଦ୍ୱିତୀୟ ଅପରାଧ ପାଇଁ ଜୋରିମନା ୧୫,୦୦୦ ଟଙ୍କା ପର୍ଯ୍ୟନ୍ତ ହୋଇପାରେ ଏବଂ ଜେଲଦଣ୍ଡ ଦୁଇ ବର୍ଷ ପର୍ଯ୍ୟନ୍ତ ବଢିପାରେ। ଏତେ ସବୁ ପରେ ବି ଭାରତରେ ମଦ ପିଇ ଗାଡ଼ି ଚଳାଇବା ଘଟଣା କମିବାର ନାଁ ଧରୁନି।ମଦ ପିଇ ଗାଡି ଚଲାଉଥିବା ବ୍ୟକ୍ତିଙ୍କ ପାଇଁ ବିଭିନ୍ନ ଦେଶରେ ବିଭିନ୍ନ ପ୍ରକାର ଦଣ୍ଡର ବ୍ୟବସ୍ଥା ରହିଛି।

ବ୍ରିଟେନରେ ଜୋରିମନା ଅସୀମିତ ଏବଂ ଏହି ମାମଲାର ଶୁଣାଣି ପ୍ରଶାସନ ଦ୍ୱାରା ସ୍ଥିର ହୋଇଛି। ସ୍ବିଡେନରେ ଦୁଇ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ରହିଛି ଏବଂ ଗୁରୁତର ପରିସ୍ଥିତିରେ ଦୁଇ ବର୍ଷ କିମ୍ବା ତା’ଠାରୁ ଅଧିକ ସମୟ ପାଇଁ ଲାଇସେନ୍ସ ରଦ୍ଦ ହୋଇପାରେ।ତେବେ ଅଷ୍ଟ୍ରେଲିଆରେ ଏକ ନିଆରା ସିଷ୍ଟମ ରହିଛି। ଏଠାରେ ଇଗ୍ନିସନ ଇଣ୍ଟରଲକ ସିଷ୍ଟମ ନାମକ ଏକ ନୂତନ ଟେକ୍ନୋଲୋଜି ବ୍ୟବହାର କରାଯାଉଛି। ଯେଉଁଥିରେ ଜଣେ ମଦ୍ୟପ ଡ୍ରାଇଭରକୁ ଚିହ୍ନିବା ପାଇଁ ପୋଲିସର ଆବଶ୍ୟକତା ନଥାଏ। କାରଣ ଯଦି ଡ୍ରାଇଭର ମଦ୍ୟପାନ କରନ୍ତି ତେବେ ଗାଡି ଷ୍ଟାର୍ଟ ହୁଏ ନାହିଁ।ରିପୋର୍ଟ୍ ଅନୁଯାୟୀ, ଏହି ସିଷ୍ଟମ୍‌ ଗାଡି ଷ୍ଟାର୍ଟ କରିବା ପାଇଁ ଏକ ନିଶ୍ୱାସ ନମୁନା ପ୍ରଦାନ କରିବା ଆବଶ୍ୟକ କରେ। ଏକ ନିର୍ଦ୍ଦିଷ୍ଟ ପରିମାଣର ମଦ୍ୟପାନ ଆପଣଙ୍କ ନିଶ୍ୱାସ ବିଶ୍ଳେଷଣକାରୀ ୟୁନିଟକୁ ଗାଡି ଷ୍ଟାର୍ଟ କରିବାକୁ ଅନୁମତି ଦେଇଥାଏ। ଇଣ୍ଟରଲକରେ ଏକ କ୍ୟାମେରା ମଧ୍ୟ ରହିଥାଏ।ନ୍ୟୁ ସାଉଥ ୱେଲ୍ସ କମ୍ୟୁନିଟି ସଡକ ସୁରକ୍ଷା ଯୋଜନା ୨୦୨୧ର ଏକ ସର୍ଭେ ଅନୁଯାୟୀ, ଇଗ୍ନିସନ ଇଣ୍ଟରଲକ ସିଷ୍ଟମରେ ବହୁତ୍ ସଫଳତା ମିଳିଛି। ପ୍ରାୟ ୮୪% ଲୋକ ଅନୁଭବ କରିଛନ୍ତି ଯେ ସଡକ ସୁରକ୍ଷା ପାଇଁ ମଦ୍ୟପାନ ଇଣ୍ଟରଲକ ଗୁରୁତ୍ୱପୂର୍ଣ୍ଣ ଅଟେ। ତେବେ ଏହାଦ୍ବାରା ସେଠାରେ ଦୁର୍ଘଟଣା ମାତ୍ରା କମା ଯାଇ ପାରିଥିବା ସୂଚନା ମିଳିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: