ଟେଷ୍ଟି ଟେଷ୍ଟି ପଞ୍ଜାବୀ ଫିସ୍ କରି

ଟେଷ୍ଟି ଟେଷ୍ଟି ପଞ୍ଜାବୀ ଫିସ୍ କରି

ପ୍ରିଜମ ନ୍ୟୁଜ ବ୍ୟୁରୋ: ଆପଣ ମାଛରେ ପ୍ରସ୍ତୁତ ଅନେକ ପ୍ରକାର ଖାଦ୍ୟ ଖାଇଥିବେ ହେଲେ ଆଜି ଆପଣଙ୍କୁ ଏକ ଭିନ୍ନ ଧରଣର ମାଛ ରେସିପ୍ ବିଷୟରେ ଶିଖାଇବୁ। ଏହାକୁ ପଞ୍ଜାବୀ ଫିସ୍ କରି କୁହାଯାଏ।

ଆବଶ୍ୟକ ସାମଗ୍ରୀ:ଛୋଟ ଖଣ୍ଡ କଟା ଯାଇଥିବା ମାଛ – ୫୦୦ ଗ୍ରାମ,ଅଦା ରସୁଣ ବଟା – ୫୦ ଗ୍ରାମ, ଲଙ୍କା ଗୁଣ୍ଡ ୧ ଚାମଚ,ଲେମ୍ବୁ ରସ – ୧ ଚାମଚ,ଜୁଆଁଣୀ – ଅଳ୍ପ,ବେସନ – ୨୦୦ ଗ୍ରାମ,ଅଣ୍ଡା – ୨ଟି ଲୁଣ ସ୍ୱାଦ ଅନୁଯାୟୀ, ଦହି ଅଳ୍ପ, ତେଲ, ହଳଦୀ।

ପ୍ରସ୍ତୁତି ପ୍ରଣାଳୀ: ଏହି ମାଛ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ମାଛକୁ ଭଲ ଭାବେ ଧୋଇ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ। ଏବେ ସେଥିରେ ଲୁଣ, ହଳଦୀ,ଲେମ୍ବୁ ରସ , ଅଦାରସୁଣ ବଟା, ଲଙ୍କା ଗୁଣ୍ଡ ପକାଇ ଭଲ ଭାବେ ଗୋଳେଇ ଦିଅନ୍ତୁ। ଏବେ ଆଉ ଏକ ପାତ୍ରରେ ବେସନ,ଦହି,ଅଣ୍ଡା, ଜୁଆଣୀ,ଲୁଣ ଓ ପାଣି ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ। ଏବେ ଏହି ମିଶ୍ରଣରେ ପୂର୍ବରୁ ଥିବା ମାଛକୁ ପକାଇ ୧୦ ମିନିଟ୍‍ ବୁଡାଇ ରଖି ଦିଅନ୍ତୁ। ଏବେ ଗ୍ୟାସରେ ଏକ କଡେଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ପୂର୍ବରୁ ଥିବା ମାଛକୁ ଭଲ ଭାବେ ଛାଣି ଦିଅନ୍ତୁ। ଏହାକୁ ଏକ ପାତ୍ରକୁ କାଢି ମାଛ ଉପରେ ଚାଟ୍‍ ମସଲା ,ଧନିଆପତ୍ର,ଲେମ୍ବୁ ରସ ପକାଇ ଗରମାଗରମ ଖାଆନ୍ତୁ। ଆପଣ ଏହାକୁ ଚାହିଁଲେ ଅଳ୍ପ ଗ୍ରେଭି କରି ପାରିବେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: