ପିପିଲି ମଇଦାନରେ ୧୦ ପ୍ରାର୍ଥୀ

ପିପିଲି ମଇଦାନରେ ୧୦ ପ୍ରାର୍ଥୀ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ପିପିଲି ଉପନିର୍ବାଚନ ପାଇଁ ଏବେ ମଇଦାନରେ ୧୦ ଜଣ ପ୍ରାର୍ଥୀ। ମୋଟ ୧୫ ଜଣ ନାମାଙ୍କନ ଭରିଥିବା ବେଳେ, ତିନି ଜଣଙ୍କର ନାକଚ ହୋଇଛି। ସେହିପରି ଦୁଇ ଜଣ ପାର୍ଥିପତ୍ର ପ୍ରତ୍ୟାହାର କରିଛନ୍ତି। ଉପନିର୍ବାଚନ ପାଇଁ ଏବେ ମୋଟ ୧୦ ଜଣଙ୍କ ମଧ୍ୟରେ ହେବ ଲଢ଼େଇ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ। ପିପିଲି ନିର୍ବାଚନ ମଣ୍ଡଳୀରେ ମୋଟ୍ ଭୋଟର ସଂଖ୍ୟା ୨ ଲକ୍ଷ ୨୯ ହଜାର ୯୯୮। ସେମାନଙ୍କ ମଧ୍ୟରୁ ପୋଷ୍ଟାଲ ବାଲାଟରେ ଭୋଟ ଦେବେ ୧୦୭୭ ଜଣ । ସେଥିରୁ ୯୦୯ ଜଣ 8୦ ବର୍ଷରୁ ଉର୍ଦ୍ଧ୍ବ ଥିବା ବେଳେ, ୧୬୮ ଜଣ ଦିବ୍ୟାଙ୍ଗ । ବାଲାଟ ଭୋଟ ଆସନ୍ତା ୬ ତାରିଖରୁ ଆରମ୍ଭ ହୋଇ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ । ନିର୍ବାଚନ ପାଇଁ ୧୭୪୦ଟି ପୋଲିଂ କର୍ମଚାରୀ ମୁତୟନ ହେବେ । ବୁଥ୍ ସଂଖ୍ୟା ପୂର୍ବରୁ ୩୪୮ ଥିବା ବେଳେ, ଆଉ ୭୫ଟି ବୃଦ୍ଧି ପାଇଛି । କୌଣସି ବୁଥରେ ୧ ହଜାରରୁ ଅଧିକ ଭୋଟିଂ ହେବ ନାହିଁ । ଏଠାରେ ୧୦୨ଟି କ୍ରିଟିକାଲ ବୁଥ ରହିଛି। ସେହିପରି ଖୋଲାସ୍ଥାନରେ ସର୍ବାଧିକ ୨୦୦ ଲୋକଙ୍କୁ ନେଇ ସଭା ସମିତି କରାଯାଇପାରିବ । ସମ୍ମିଳନୀ କକ୍ଷରେ କ୍ଷମତା ଠାରୁ ୫୦ ପ୍ରତିଶତ ଲୋକ ରହିପାରିବେ । ଯଦି ଏହି ନିୟମକୁ କେହି ନମାନିବେ ତେବେ କୋଭିଡ ଗାଇଡଲାଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: