ଅଧିକାଂଶ ଘଟଣା ମୁମ୍ୱାଇରେ ଘଟିଛି, ବିହାର ପୋଲିସର ତଦନ୍ତ କ୍ଷେତ୍ର ନୁହେଁ: ସିବିଆଇ

ଅଧିକାଂଶ ଘଟଣା ମୁମ୍ୱାଇରେ ଘଟିଛି, ବିହାର ପୋଲିସର ତଦନ୍ତ କ୍ଷେତ୍ର ନୁହେଁ: ସିବିଆଇ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟ ମାମଲାରେ ଦିନକୁ ଦିନ ନୂଆ ମୋଡ଼ ବଦଳୁଛି। ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟଙ୍କ ଶୁଣାଣି କରିବାର ଅଛି। ଏହା ପୂର୍ବରୁ ପାଟନାରେ କରାଯାଇଥିବା ଅଭିଯୋଗକୁ ମୁମ୍ୱାଇ ଟ୍ରାନ୍ସଫର କରିବାକୁ ରିୟା ଚାହୁଁଛନ୍ତି। ଏହି ମାମଲାରେ ଆଜି ସିବିଆଇ ମଧ୍ୟ ପ୍ରତିକ୍ରିୟା ରଖିଛି। ସିବିଆଇର କହିବା କଥା, ଏହି ମାମଲାରେ ଜଡ଼ିତ ଏକାଧିକ ଘଟଣା ମୁମ୍ୱାଇରେ ଘଟିଛି । ତେଣୁ, ଏହା ବିହାର ପୋଲିସର ତଦନ୍ତ କ୍ଷେତ୍ରରେ ଆସୁ ନାହିଁ। ଆମକୁ ଏବଂ ଇଡିକୁ ନିଜ ହିସାବରେ ତଦନ୍ତ କରିବାକୁ ଦିଆଯାଉ ବୋଲି ସିବିଆଇ କହିଛି।

ଅଧିକାର କ୍ଷେତ୍ର ଆଧାରରେ ତଦନ୍ତ ରୋକା ଯାଇ ପାରିବନି: ବିହାର ପୋଲିସ
ବିହାର ପୋଲିସ ଏହି ମାମଲାରେ କହିଛି, ବିନୟ ତିୱାରୀଙ୍କୁ କ୍ୱାରେଣ୍ଟାଇନରୁ କାଢ଼ିବା ପାଇଁ ବିହାର ଆଇଜିଙ୍କୁ ମୁମ୍ୱାଇ ପୋଲିସକୁ ଅପିଲ କରିବାକୁ ପଡ଼ିଥିଲା। ଯେକୌଣସି ଅଫିସରଙ୍କ ପାଇଁ ଏଫ୍ଆଇଆର୍ ଓ ତଦନ୍ତ ଉଭୟ ଜରୁରୀ ହୋଇଥାଏ। ଏହାପରେ ରିପୋର୍ଟ କୋର୍ଟଙ୍କ ନିକଟକୁ ପଠାଯାଇଥାଏ।

ବିହାର ସରକାର ଓ ରିୟାଙ୍କ ତରଫରୁ କ’ଣ କୁହାଯାଇଛି:

  • ବିହାର ସରକାର କହିଛନ୍ତି, ସିବିଆଇ ତଦନ୍ତରେ କୌଣସି ପ୍ରକାର ବ୍ୟାଘାତ ସୃଷ୍ଟି କରାଯିବ ନାହିଁ। ମାମଲାର ଠିକ୍ ଭାବେ ତଦନ୍ତ କରାଯିବ।
  • ରିୟା ନିଜ ଜବାବରେ କହିଛନ୍ତି, ସୁଶାନ୍ତଙ୍କ ମାମଲା ସିବିଆଇକୁ ହସ୍ତାନ୍ତର କରିବା ପଛରେ ବିହାର ପୋଲିସର ଅବଦାନ ରହିଛି।
  • ସୁଶାନ୍ତଙ୍କ ଭଉଣୀ କ’ଣ କହିଛନ୍ତି ?
  • ସୁଶାନ୍ତ ସିଂହ ରାଜପୁତଙ୍କ ଭଉଣୀ ଶ୍ୱେତା ସିଂହ କୀର୍ତ୍ତି ନିଜର ଇନଷ୍ଟାଗ୍ରାମରେ ନିଜର ଏକ ଫଟୋ ପୋଷ୍ଟ କରିଛନ୍ତି। ହାତରେ ଧଳା ରଙ୍ଗର ବୋର୍ଡ ଧରି ଲେଖିଛନ୍ତି, ମୁଁ ସୁଶାନ୍ତ ସିଂହ ରାଜପୁତଙ୍କ ଭଉଣୀ ଶ୍ୱେତା ସିଂହ ରାଜପୁତ ଏବଂ ମୁଁ ସିବିଆଇ ତଦନ୍ତ ପାଇଁ ଅନୁରୋଧ କରୁଛି। ଏହାସହ ଏହି ସମୟରେ ଆମ ପରିବାରକୁ ସହଯୋଗ କରାଯାଉ, ନଚେତ୍ ଆମେ କେବି ବି ଖୁସିରେ ରହି ପାରିବୁନି ବୋଲି ସେ କହିଛନ୍ତି।

ମୁମ୍ୱାଇ ପୋଲିସର ତଦନ୍ତ ସଠିକ୍ ଦିଗରେ ଯାଉନି: ସୁଶାନ୍ତଙ୍କ ବାପାଙ୍କ ଓକିଲ
ଆଇନଜୀବୀ ଅଜୟ ଅଗ୍ରୱାଲଙ୍କ ଆବେଦନର ଶୁଣାଣି ସୁପ୍ରିମକୋର୍ଟ ଅଗଷ୍ଟ ୨୧ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି। ଆବେଦନରେ ସୁଶାନ୍ତ ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବା ନେଇ ଉଲ୍ଲେଖ ରହିଛି। ସେହିପରି ସୁଶାନ୍ତଙ୍କ ପିତାଙ୍କ ଓକିଲ ବିକାଶ ସିଂହ କହିଛନ୍ତି, ମୁ୍ମ୍ୱାଇ ପୋଲିସ ବହୁତ ପ୍ରଫେସନାଲ। ମାତ୍ର, କେତେକ କାରଣ ଯୋଗୁ ମୁମ୍ୱାଇ ପୋଲିସ ଭୁଲ ଦିଗକୁ ଚାଲି ଯାଇଛି। ତେଣୁ, ସିବିଆଇକୁ ସହଯୋଗ କରିବା ପାଇଁ ସୁପ୍ରିମକୋର୍ଟ ମୁମ୍ୱାଇ ପୋଲିସକୁ ନିର୍ଦ୍ଦେଶ ଦେବା ଆବଶ୍ୟକ ବୋଲି ସେ କହିଛନ୍ତି।
ଉଜ୍ଜଲ ନିକମ କ’ଣ କହିଛନ୍ତି ?
ମୁମ୍ୱାଇର ବରିଷ୍ଠ ଆଇନଜୀବୀ ଉଜ୍ଜଲ ନିକମ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି। ତାଙ୍କ କହିବାନୁସାରେ, ଯଦି ସୁପ୍ରିମକୋର୍ଟ ରିୟାଙ୍କ ଆବେଦନ ଉପରେ ଶୁଣାଣି କରି ପାଟନାରେ ଦାୟର ହୋଇଥିବା ମାମଲାକୁ ମୁମ୍ୱାଇ ପୋଲିସକୁ ହସ୍ତାନ୍ତର କରିବାକୁ କୁହନ୍ତି, ତେବେ ସିବିଆଇ ତଦନ୍ତ ରଦ୍ଦ ହୋଇଯିବ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: