କୋଭିଡ୍ କଟକଣାରେ ପାଳନ ହେବ ଅଗଷ୍ଟ ୧୫, ଜାଣନ୍ତୁ କ’ଣ ରହିଛି ଗାଇଡଲାଇନ୍ ?

କୋଭିଡ୍ କଟକଣାରେ ପାଳନ ହେବ ଅଗଷ୍ଟ ୧୫, ଜାଣନ୍ତୁ କ’ଣ ରହିଛି ଗାଇଡଲାଇନ୍ ?

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଚଳିତ ବର୍ଷ କୋରୋନା କଟକଣା ଭିତରେ ରାଜ୍ୟରେ ପାଳନ ହେବ ସ୍ୱାଧୀନତା ଦିବସ। ଏଥିପାଇଁ ନୂଆ ଗାଇଡଲାଇନ୍ ଜାରି କରାଯାଇଛି। ଗାଇଡଲାଇନ ଅନୁସାରେ, ସ୍ୱାଧୀନତା ଦିବସରେ କୌଣସି ପିଲା ସ୍କୁଲ ଆସିବେ ନାହିଁ। ପ୍ରଧାନଶିକ୍ଷକ ଓ ଅନ୍ୟ ଶିକ୍ଷକମାନେ ପତାକା ଉତ୍ତୋଳନ କରିବେ। କୋଭିଡ୍ କଟକଣା ମାନି ସ୍କୁଲରେ ପତାକା ଉତ୍ତୋଳନ କରାଯିବ। ସ୍କୁଲ ପରିଚାଳନା କମିଟି ସଭାପତି ଓ ସଦସ୍ୟ ଅତିଥି ଭାବେ ଭାଗ ନେଇପାରିବେ। ସେହିପରି ୧୦ ଜଣରୁ ଅଧିକ ବ୍ୟକ୍ତି କାର୍ଯ୍ୟକ୍ରମରେ ଯୋଗ ଦେଇ ପାରିବେ ନାହିଁ। କୌଣସି ଖାଦ୍ୟ ଜିନିଷ ବଣ୍ଟନ କରାଯିବା ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି। ସକାଳ ୯ଟାରୁ ୧୧ଟା ମଧ୍ୟରେ ପତାକା ଉତ୍ତୋଳନ ଶେଷ କରିବାକୁ କୁହାଯାଇଛି। ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀ, ଡିସିପି ଓ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଚିଠି ମଧ୍ୟ ଲେଖାଯାଇଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: