ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା: ପିଆଇଏଲ୍ ଖାରଜ କଲେ ସୁପ୍ରିମକୋର୍ଟ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା: ପିଆଇଏଲ୍ ଖାରଜ କଲେ ସୁପ୍ରିମକୋର୍ଟ

ପ୍ରିଜମ ନ୍ୟୁଜ ବ୍ୟୁରୋ: ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାର ଆସିଲା ରାୟ । ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ । ଏହାସହ ଦୁଇ ଆବେଦନକାରୀଙ୍କୁ ୨ ଲକ୍ଷ ଲେଖାଏଁ ଜରିମାନା କରିଛନ୍ତି ସୁପ୍ରିମକୋର୍ଟ । ଏହି କାମ ବିପୁଳ ଜନସ୍ବାର୍ଥ ପାଇଁ କରାଯାଉଛି । ଏଭଳି ଭାବେ ପିଆଇଏଲ୍ ଫାଇଲ୍ କରିବା ଆଇନର ଦୁରୁପଯୋଗ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ପରିକ୍ରମା ପ୍ରକଳ୍ପକୁ ବିରୋଧରେ ସୁପ୍ରିମକୋର୍ଟରେ ଦାୟର ହୋଇଥିଲା ମାମଲା । ଗତକାଲି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ସୁପ୍ରିମ କୋର୍ଟ ।

ଗତ ମେ’ ମାସ ୯ ତାରିଖରେ ମାମଲାର ଶୁଣାଣି କରିଥିଲେ ଓଡ଼ିଶା ହାଇକୋର୍ଟ ।ତେବେ ଶ୍ରୀମନ୍ଦିର ଚାରି ପାଖରେ ଚାଲିଥିବା ଖନନ ଓ ନିର୍ମାଣ କାର୍ଯ୍ୟକୁ ବନ୍ଦ କରିବା ପାଇଁ ହାଇକୋର୍ଟ କୌଣସି ସ୍ଥଗିତାଦେଶ ଦେଇନଥିବାରୁ ଏହା ବିରୋଧରେ ସୁପ୍ରିମ କୋର୍ଟରେ ସୁମନ୍ତ କୁମାର ଘଡ଼େଇ ସମେତ ପୃଥକ ଭାବେ ୩ଟି ସ୍ବତନ୍ତ୍ର ଲିଭ୍ ପିଟିସନ ଦାଖଲ ହୋଇଥିଲା । ତେବେ ରାଜ୍ୟ ସରକାର ମେ’ ୧୩ ତାରିଖରେ ସୁପ୍ରିମ କୋର୍ଟରେ ଏହି ମାମଲାରେ କ୍ୟାଭେଟ୍ ଫାଇଲ୍ କରିଥିଲେ ।

ଅନ୍ୟ ପକ୍ଷରେ ସୁପ୍ରିମକୋର୍ଟରେ ପରିକ୍ରମା ପ୍ରକଳ୍ପ ମାମଲା ରଦ୍ଦ ହେବା ପରେ ସାମ୍ନାକୁ ଆସିଛି ନବୀନଙ୍କ ଟ୍ୱିଟ୍ । ସେ ଟ୍ୱିଟରେ ଲେଖିଛନ୍ତି ତୁମ ଇଚ୍ଛା ବିନା ପତ୍ରଟେ ହଲେନି ଆହେ ଜଗନ୍ନାଥ । ଜୟ ଜଗନ୍ନାଥ । ଏହି ଟ୍ୱିଟ ପରେ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ହେଉଛି ।ଏପଟେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ଉପସଭାପତି ଦେବୀ ମିଶ୍ର । ସେ କହିଛନ୍ତି ରାଜ୍ୟ ସରକାରଙ୍କ ଏହି ବିଜୟ । ପୁରୀ ପରିକ୍ରମା ପ୍ରକଳ୍ପ ଲାଗି ଯେଉଁ କାର୍ଯ୍ୟ ହେଉଛି ତାହା ଠିକ ବୋଲି ପ୍ରମାଣିତ ହୋଇଛି । ପରିକ୍ରମା କାର୍ଯ୍ୟ ଶୀଘ୍ର ଶେଷ ହେଉ ଶ୍ରଦ୍ଧାଳୁ ଚାହୁଁଥିଲେ । ରାଜ୍ୟ ସରକାର ଯାହା କରୁଛନ୍ତି ଠିକ ଭାବରେ କରୁଛନ୍ତି । ପ୍ରଭୁ ଜଗନ୍ନାଥଙ୍କ ଶ୍ରଦ୍ଧାଳୁଙ୍କ ପାଇଁ ଏକ ଆଶ୍ୱାସନାର ବିଷୟ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: