ରବିବାର ଭାରତର ପ୍ରଥମ ଆଲୁମୁନିୟମ ପଣ୍ୟବାହୀ ଟ୍ରେନର ଶୁଭାରମ୍ଭ

ରବିବାର ଭାରତର ପ୍ରଥମ ଆଲୁମୁନିୟମ ପଣ୍ୟବାହୀ ଟ୍ରେନର ଶୁଭାରମ୍ଭ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ:ଭାରତର ପ୍ରଥମ ଆଲୁମୁନିୟମ ପଣ୍ୟବାହୀ ଟ୍ରେନ ରେକ (ୱାଗନ)ର ଶୁଭାରମ୍ଭ ଆସନ୍ତା କାଲି। ଏହାକୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରବିବାର ଦିନ ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏହାସହ ମନ୍ତ୍ରୀ ରେଳ ସଦନ ଠାରେ ଓଡ଼ିଶାରେ ଚାଲୁରହିଥିବା ରେଳ ପ୍ରକଳ୍ପ ଗୁଡିକର ସମୀକ୍ଷା କରିବେ।ଏଥି ପାଇଁ ସେ ଆସନ୍ତାକାଲି ଓଡ଼ିଶା ଗସ୍ତ କରୁଛନ୍ତି।ଏହି ଗସ୍ତ ସମୟରେ ଶ୍ରୀ ବୈଷ୍ଣବ ମଧ୍ୟାହ୍ନରେ ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ଭାରତର ପ୍ରଥମ ଆଲୁମୁନିୟମ ପଣ୍ୟବାହୀ (BOBRNALHSM1) ଟ୍ରେନ (ୱାଗନ)ର ଉଦଘାଟନ କରିବେ।ଏହାପରେ ରେଳ ମନ୍ତ୍ରୀ ପୂର୍ବତଟ ରେଳପଥ ମୁଖ୍ୟାଳୟ ରେଳ ସଦନ ଠାରେ ରେଳବାଇ ମହାପ୍ରବନ୍ଧକ ଓ ଅନ୍ୟ ଅଧିକାରୀମାନଙ୍କ ସହିତ ଓଡ଼ିଶାରେ ଚାଲୁରହିଥିବା ରେଳ ପ୍ରକଳ୍ପ ଗୁଡିକର ସମୀକ୍ଷା କରିବେ ବୋଲି ଜଣାପଡିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: