ବର୍ଷାରେ ନିଅନ୍ତୁ ପାଳଙ୍ଗ ସୁପର ମଜା

ବର୍ଷାରେ ନିଅନ୍ତୁ ପାଳଙ୍ଗ ସୁପର ମଜା

ପ୍ରିଜମ ନ୍ୟୁଜ ବ୍ୟୁରୋ: ପାଳଙ୍ଗରେ ବହୁତ ଔଷଧୀୟ ଗୁଣ ଅଛି।ପାଳଙ୍ଗକୁ ଭଜା, ରାଇ, ତରକାରୀ, ପକୋଡ଼ି, ପନିର, ଚିକେନ ସହ ମିଶାଇ ତରକାରୀ ପ୍ରସ୍ତୁତ ହୋଇଥାଏ। କିନ୍ତୁ ଆଜି ଆମେ ପାଳଙ୍ଗରେ ପ୍ରସ୍ତୁତ ନୂଆ ଆଇଟମ ଅର୍ଥାତ୍ ପାଳଙ୍ଗ ସୁପ୍ ବିଷୟରେ କହିବୁ। ଏହା ସବୁ ଋତୁ ପାଇଁ ବେଶ ଉପଯୋଗ୍ୟ ପାନୀୟ ହୋଇଥାଏ। ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।

ଆବଶ୍ୟକ ସାମଗ୍ରୀ:

ପାଳଙ୍ଗ ପତ୍ର, ଲୁଣ, ତେଲ, ଅଦା, ରସୁଣ, ପିଆଜ, ଭିନେଗାର, ଗୋଲମରିଚ ଗୁଣ୍ଡ, କର୍ଣ୍ଣଫ୍ଲୋର, କଂଚା ଲଙ୍କା । ଅଳ୍ପ ଧନିଆ ପତ୍ର, ଲେମ୍ବୁ।

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ପାଳଙ୍ଗ ପତ୍ରକୁ ଧୋଇ ସିଝାଇ ଦିଅନ୍ତୁ । ତାପରେ ପାଳଙ୍ଗ ପତ୍ରର ଗ୍ରାଇଣ୍ଡିଂ କରିଦିଅନ୍ତୁ। ଏହାପରେ ଗ୍ୟାସରେ କଡ଼େଇ ବସେଇ ସେଥିରେ ଅଳ୍ପ ତେଲ ପକାନ୍ତୁ । ତେଲ ଗରମ ହେବାପରେ ସେଥିରେ ଛୋଟଛୋଟ କଟା ହୋଇଥିବା ଅଦା, ରସୁଣ ପକାଇ ଗୋଲ୍ଡେନ କଲର ହେବା ଯାଏଁ ଫ୍ରାଏ କରନ୍ତୁ । ତାପରେ ସେଥିରେ ଛୋଟଛୋଟ କଟା ହୋଇଥିବା କଂଚା ଲଙ୍କା ଓ ପିଆଜ ପକାଇ ଫ୍ରାଏ କରନ୍ତୁ। ପିଆଜ ହାଲକା ଭାଜି ହୋଇ ଆସିଲେ ସେଥିରେ, ଗ୍ରାଇଣ୍ଡିଂ କରିଥିବା ପାଳଙ୍ଗ ପେଷ୍ଟ ଏବଂ ଲୁଣ ପକାଇ ମିକ୍ସ କରିବେ। ତାପରେ ସେଥିରେ ଅଳ୍ପ କର୍ଣ୍ଣଫ୍ଲୋରକୁ ପାଣିରେ ଗୋଳାଇ ଦିଅନ୍ତୁ । ତାପରେ ସେଥିରେ ଗୋଲମରିଚ ପାଉଡର, ଅଳ୍ପ ଭିନେଗାର କିମ୍ବା ଲେମ୍ବୁ ରସ ପକାଇ ମିକ୍ସ କରି ଦିଅନ୍ତୁ ଏବଂ ଏବେ ତାକୁ ଅଳ୍ପ ସମୟ ଫୁଟାଇ ଦିଅନ୍ତୁ। ଯଦି ସୁପ ବହଳିଆ ହୋଇଛି ଆପଣ ସେଥିରେ ପାଣି ମିଶାଇ ପାରିବେ। ଯଦି ଖାଲି ପାଳଙ୍ଗ ଆପଣଙ୍କୁ ପସନ୍ଦ ନୁହେଁ ତେବେ ଆପଣ ସେଥିରେ ପରିବା ମିଶାଇ ପାରିବେ। ଆପଣ କ୍ରିମ ମିଶାଇ ମଧ୍ୟ ପାଳଙ୍ଗ ସୁପ ପ୍ରସ୍ତୁତ କରିପାରିବେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: