ରେମଡେସିଭିର ଅଭାବ, ଟିକା ସୂଚନା ନାହିଁ, କେମିତି ହେବ ଟିକାକରଣ ?

ରେମଡେସିଭିର ଅଭାବ, ଟିକା ସୂଚନା ନାହିଁ, କେମିତି ହେବ ଟିକାକରଣ ?

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ରାଜ୍ୟରେ ଦେଖାଦେଲାଣି ରେମଡେସିଭିର ଅଭାବ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଡ୍ରଗ୍ସ କଣ୍ଟ୍ରୋଲର ଅନ୍ନଦା ଶଙ୍କର ଦାସ। କେନ୍ଦ୍ର ସରକାର ନିଜେ ରେମଡେସିଭିର୍ ବିତରଣ କରୁଛନ୍ତି। ଏପ୍ରିଲ ୨୧ରୁ ୩୦ ଯାଏ ଓଡ଼ିଶାକୁ ୨୧ ହଜାର ଭାଏଲ ଦେବାକୁ କେନ୍ଦ୍ର କହୁଛି। ପ୍ରତିଦିନ କିଛି କିଛି ଆସୁଛି। ସୋମବାର ଆବଶ୍ୟକତା ଥିଲା ୨ହଜାର ଭାଏଲ୍ ରେମଡେସିଭିର୍। କିନ୍ତୁ, ଆସିଲା ମାତ୍ର ୯୨ ଭାଏଲ୍। ଫଳରେ ଆଗକୁ ଏହାର ସଙ୍କଟ ଦେଖାଦେବ। ସେହିପରି ଘରୋଇ ହସ୍ପିଟାଲକୁ ଡ୍ରଗ୍ସ କଣ୍ଟ୍ରୋଲର ରେମଡେସିଭିର ଦେଉଛନ୍ତି। ସରକରୀ ହସ୍ପିଟାଲକୁ ରାଜ୍ୟ ଔଷଧ ନିଗମ ଦେବ। କିନ୍ତୁ ଘରୋଇ ମେଡିସିନ୍ ଦୋକାନ ଏହା ରଖି ପାରିବେ ନାହିଁ।
ଅନ୍ୟପଟେ ଆସନ୍ତାକାଲିଠାରୁ ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ପ୍ରକ୍ରିୟା ଆରମ୍ଭ ହେବ। କିନ୍ତୁ ଏଯାଏ ଟିକା ଆସିବା ନେଇ ରାଜ୍ୟ ସରକାରଙ୍କୁ କୌଣସି ସ୍ପଷ୍ଟ ସୂଚନା ଦେଇ ନାହାନ୍ତି କେନ୍ଦ୍ର ସରକାର। ତେଣୁ, ୧୮ରୁ ୪୪ବର୍ଷ ଲୋକଙ୍କୁ କେମିତି ଟିକା ଦିଆଯିବ, ସେନେଇ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: