କିଆରାଙ୍କୁ ଜୀବନ ସାଥି କଲେ ସିଦ୍ଧାର୍ଥ

କିଆରାଙ୍କୁ ଜୀବନ ସାଥି କଲେ ସିଦ୍ଧାର୍ଥ

ପ୍ରିଜମ ନ୍ୟୁଜ ବ୍ୟୁରୋ:ବଲିଉଡ୍‌ ଅଭିନେତ୍ରୀ କିଆରା ଆଡଭାନୀ ଓ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ମଙ୍ଗଳବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ରାଜସ୍ଥାନସ୍ଥିତ ଜୈସାଲମିରର ସୂର୍ଯ୍ୟଘାଟ ରିସୋର୍ଟରେ ଏହି ଭିଆଇପି ଓ୍ବେଡିଂ ଅନୁଷ୍ଠିତ ହୋଇଥିବାର ଜଣା ପଡିଛି। ବହୁ ବଲିଉଡ୍‌ ସେଲିବ୍ରିଟି ଏହି ବିବାହରେ ଯୋଗ ଦେଇଥିଲେ। ମଙ୍ଗଳବାର ପାରମ୍ପରିକ ରୀତିନୀତିରେ ଦୁଇ ଷ୍ଟାରଙ୍କ ବିବାହ ସମ୍ପନ୍ନ ହୋଇଥିଲା। ସିଦ୍ଧାର୍ଥ ବର ବେଶରେ ଘୋଡ଼ାରେ ବସି ବରଯାତ୍ରୀ ନେଇ ବାହା ହେବାକୁ ମଣ୍ଡପରେ ପହଞ୍ଚିଥିଲେ। କିଆରା ଗୋଲାପି ଓ ଗୋଲ୍ଡେନ୍‌ ରଙ୍ଗର ଲେହେଙ୍ଗା ପିନ୍ଧିଥିବାବେଳେ ସିଦ୍ଧାର୍ଥ କ୍ରିମ୍‌ କଲର୍‌ ଶେର୍‌ଓ୍ବାନି ପିନ୍ଧି ଥିବାର ଉଭୟ ସେୟାର କରିଥିବା ଫୋଟରୁ ଜାଣି ହେଉଛି। ମଙ୍ଗଳବାର ରାତିରେ ସିଦ୍ଧର୍ଥ ମାଲହୋତ୍ରା ଇନ୍‌ଷ୍ଟାଗ୍ରାମରେ ବିବାହ ଫଟୋ ସେୟାର କରିଛନ୍ତି। ସିଦ୍ଧାର୍ଥ ୩ଟି ଫଟୋ ଶେୟାର କରିଥିବାବେଳେ ଦର୍ଶକଙ୍କ ଆଶୀର୍ବାଦ କାମନା କରିଛନ୍ତି। ସୋସିଆଲ ମିଡିଆ ୟୁଜର୍ସ ସିଦ୍ଧାର୍ଥଙ୍କ ଫଟୋରେ ଶୁଭେଚ୍ଛା ଜଣାଇଛନ୍ତି। ୨୦୨୧ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଶେରଶାହ’ରେ କିଆରା ଓ ସିଦ୍ଧାର୍ଥ ପ୍ରଥମଥର ପାଇଁ ଏକାଠି ନଜରକୁ ଆସିଥିଲେ। ଫିଲ୍ମଟି ସୁପରହିଟ୍‌ ହେବା ସହ ସେମାନଙ୍କ ଯୋଡ଼ି ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିଥିଲା। ଏହାପରଠାରୁ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିବା ନେଇ ମିଡିଆରେ ଚର୍ଚ୍ଚା ହୋଇଥିଲା। କିନ୍ତୁ ଦୁହେଁ କେବେ ସମ୍ପର୍କକୁ ଖୋଲାଖୋଲି ଭାବେ ସ୍ବୀକାର କରି ନ ଥିଲେ। ତେବେ ଉଭୟଙ୍କ ବାହାଘର ସହ ଜଡ଼ିତ ଅନ୍ୟ କୌଣସି ଫୋଟ ସାମ୍ନାକୁ ଆସିପାରି ନାହିଁ। ଫୋଟ ସେୟାର କରିବା ସହ ଉଭୟ ଲେଖି ଛନ୍ତି ଯେ ଏବେ ଆମର ପର୍ମାନେଣ୍ଟ ବୁକିଂ ହୋଇଗଲା।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: