ଆରବିଆଇର ନୂଆ ଘୋଷଣା, ATM ରୁ ଉଠେଇ ହେବ କଏନ୍‌

ଆରବିଆଇର ନୂଆ ଘୋଷଣା, ATM ରୁ ଉଠେଇ ହେବ କଏନ୍‌

ପ୍ରିଜମ ନ୍ୟୁଜ ବ୍ୟୁରୋ: ଏବେ ATM ରୁ ବାହାରିବ କଏନ୍‌, ଦେଶରେ ମୁଦ୍ରାର ଅଭାବ ଦୂର କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଏହି ପଦକ୍ଷେପ ନେଇଛି। ଆରବିଆଇ ୧୨ ସହରରେ QR କୋଡ୍ କଏନ୍‌ ଭେଣ୍ଡିଂ ମେସିନ୍ ପାଇଁ ପାଇଲଟ୍ ପ୍ରୋଜେକ୍ଟ ଆରମ୍ଭ କରିବାକୁ ଯାଉଛି। କୌଣସି ବି ବ୍ୟକ୍ତି QR କୋଡ୍ ସ୍କାନ୍ କରି ଏବଂ UPI ମାଧ୍ୟମରେ ପେମେଣ୍ଟ କରି କଏନ୍‌ ଭେଣ୍ଡିଂ ମେସିନରୁ ମୁଦ୍ରା ବାହାର କରିପାରିବେ।ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହା ପ୍ରକାଶ କରିବା ସହ କହିଛନ୍ତି ଯେ ଖୁବ୍ ଶୀଘ୍ର ଆରବିଆଇ ଏଥିପାଇଁ ପାଇଲଟ୍ ପ୍ରୋଜେକ୍ଟ ଆରମ୍ଭ କରିବ। ଯଦି ଏହି ପାଇଲଟ୍ ପ୍ରୋଜେକ୍ଟ ସଫଳ ହୁଏ, ତେବେ ବ୍ୟାଙ୍କଗୁଡିକୁ ଏହି ପ୍ରକାରର ମେସିନ୍ ଲଗାଇବା ପାଇଁ ପ୍ରୋତ୍ସାହିତ କରାଯିବ।QR କୋଡ୍ ଆଧାରିତ କଏନ୍‌ ଭେଣ୍ଡିଂ ୧୨ ସହରରେ ଆରମ୍ଭ କରାଯିବ। ଏହି ମେସିନ ଗୁଡ଼ିକ ରେଳ ଷ୍ଟେସନ, ସପିଂ ମଲ୍ ଭଳି ଜନଗହଳି ପୁର୍ଣ୍ଣ ସ୍ଥାନରେ ରଖାଯିବ। ଶ୍ରୀ ଦାସ କହିଛନ୍ତି ଯେ ଏହାଦ୍ୱାରା ମୁଦ୍ରା ପହଞ୍ଚିବାରେ ସହଜ ହେବ। କଏନ୍‌ ଭେଣ୍ଡିଂ ମେସିନ୍ ହେଉଛି ସ୍ୱୟଂଚାଳିତ ମେସିନ୍, ଯାହା ବ୍ୟାଙ୍କ କରେନ୍ସି ନୋଟ୍ ବଦଳରେ ମୁଦ୍ରା ବାଣ୍ଟିଥାଏ। ଆରବିଆଇ ଗଭର୍ଣ୍ଣରଙ୍କ ଅନୁସାରେ, ଏହି ଭେଣ୍ଡିଂ ମେସିନ୍‌ଗୁଡ଼ିକ ବ୍ୟାଙ୍କ ନୋଟ୍‌ ବଦଳରେ UPI ବ୍ୟବହାର କରି ଗ୍ରାହକଙ୍କ ଆକାଉଣ୍ଟରୁ ଟଙ୍କା ନେବ ଏବଂ ସେମାନଙ୍କୁ ସେହି ମୂଲ୍ୟର ମୁଦ୍ରା ବିତରଣ କରିବ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: