ସବୁଠୁ କମ ଶୋଉଥିବା ପ୍ରାଣୀ

ସବୁଠୁ କମ ଶୋଉଥିବା ପ୍ରାଣୀ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଦୁନିଆରେ ଏପରି ଅନେକ ପ୍ରାଣୀ ଅଛନ୍ତି, ଯାହାର ଅଧିକାଂଶ ସମୟ ଖାଇବା ଏବଂ ଶୋଇବାରେ ବିତାଇଥାଏ । ଯେପରି ପଣ୍ଡା,କୋଆଲା ଆଦି ପ୍ରାଣୀ। ଯେଉଁମାନେ କି ୨୪ ରୁ ୨୨ ଘଣ୍ଟା ଶୋଇଥାଏ । ଯେଉଁଥି ପାଇଁ ଏହା ଦୁନିଆର ସବୁଠାରୁ ଶୋଉଥିବା ପ୍ରାଣୀ ଭାବରେ ପରିଗଣିତ ହୁଏ, କିନ୍ତୁ ଆପଣ ଜାଣନ୍ତି କି ଦୁନିଆରେ ସବୁଠାରୁ କମ୍ ଶୋଇଥିବା ପଶୁ କେଉଁଟି? ଆସନ୍ତୁ ଏହା ବିଷୟରେ କେତେକ କୌତୁହଳପୂର୍ଣ୍ଣ ଜିନିଷ ଜାଣିବା।

ଆପଣ ନିଶ୍ଚୟ ଜିରାଫ୍ ଦେଖିଥିବେ। ସତରେ ହେଉ ବା ଫଟୋରେ। ଏହା ଅନେକ ଫୁଟ ଲମ୍ବା ଏହି ପଶୁମାନେ ଦୂରରୁ ଦୃଶ୍ୟମାନ ହୁଅନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଜିରାଫ୍ ୨୪ ଘଣ୍ଟାରେ କେବଳ ୩୦ ମିନିଟ୍ ପାଇଁ ଶୋଇଥାଏ ଏବଂ ସେ ମଧ୍ୟ ଗୋଟିଏ ଥରରେ ମାତ୍ର ୫ ମିନିଟ୍ ଶୋଇପାରେ। ସାଧାରଣତଃ ମନୁଷ୍ୟର ହୃଦୟର ଓଜନ ମାତ୍ର ୩୦୦ ରୁ ୩୫୦ ଗ୍ରାମ, କିନ୍ତୁ ଜିରାଫ୍ ଏପରି ଏକ ପ୍ରାଣୀ, ଯାହାର ହୃଦୟର ଓଜନ ପ୍ରାୟ ୧୧ କିଲୋଗ୍ରାମ । ଜିରାଫ୍ ହୃଦୟ ଏକ ମିନିଟରେ ପ୍ରାୟ ୧୭୦ ଥର ଧକ୍ ଧକ ହୋଇଥାଏ।

ଆପଣ କ୍ୱଚିତ୍ ଜାଣିଥିବେ ଯେ ଜିରାଫର ଶରୀରରୁ ଝାଳ ବାହାରି ନଥାଏ ବୋଲି। ବୋଧହୁଏ ଏହି କାରଣରୁ ସେ କମ୍ ପାଣି ପିଇବା ଆବଶ୍ୟକ କରୁଥିବାବେଳେ ଜଣେ ମଣିଷକୁ ପ୍ରତିଦିନ ୩-୪ ଲିଟର ପାଣି ପିଇବାକୁ କୁହାଯାଏ। ଅନ୍ୟ ପ୍ରାଣୀ ମାନେ ମଣିଷ ଓ ଜିରଫ ଅପେକ୍ଷା ଢେର ଅଧିକ ପାଣି ପିଅନ୍ତି।ଆପଣ ନିଶ୍ଚୟ ଦେଖିଥିବେ ଯେ ଜିରାଫର ଶରୀରରେ ଦାଗ ଅଛି, କିନ୍ତୁ ଏହି ଦାଗଗୁଡ଼ିକ ବିଷୟରେ କୁହାଯାଇଛି ଯେ ସେଗୁଡିକ ଯେତେ ଗାଢ଼ ସେମାନଙ୍କ ବୟସ ସେତେ ଅଧିକ ହୋଇଥାଏ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: