ଫସିଲା ବିଶାଳକାୟ ଜାହାଜ, ତା’ପରେ ଯାହା ହେଲା….

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ହାତୀକୁ ଉଦ୍ଧାର କରିବାକୁ ଆସିଛି ପିମ୍ପୁଡ଼ି l କଣ ଆଶ୍ଚର୍ଯ୍ୟ ଲାଗୁଛି ? ଏଠି ହାତୀ ହେଉଛି ଏକ ବିଶାଳ ଜାହାଜ ଆଉ ପିମ୍ପୁଡ଼ି ହେଉଛି ବୁଲଡୋଜର l ଫଶିରହିଥିବା ଏକ ବିଶାଳକାୟ ଜାହାଜକୁ ଉଦ୍ଧାର କରିବାକୁ ନିୟୋଜିତ ହୋଇଛି ଏକ ଛୋଟିଆ ବୁଲଡୋଜର l ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଦୁନିଆର ବ୍ୟସ୍ତବହୁଳ ଜଳ ମାର୍ଗ ସୁଇଜ୍ କେନାଲରେ ସବୁଠୁ ବଡ କଣ୍ଟେନର ଜାହାଜ ଏଭରଗ୍ରୀନ୍ ଗତ ତିନି ଦିନ ହେଲା ଅଟକି ରହିଛି। ଏହି ରାସ୍ତାଟି ଜଳ ପଥରେ ବ୍ୟବସାୟ କରୁଥିବା ଦୁନିଆର ଅଧାରୁ ଅଧିକ ଦେଶମାନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ହୋଇଥିବା ବେଳେ ସେମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ତେବେ ଏହି ବିଶାଳକାୟ ଜାହାଜକୁ ହଟାଇବା ପାଇଁ ଏକ ବୁଲଡୋଜର ଡକାଯାଇଥିଲା। ଯାହାର ଫଟୋ ଏବେ ଇଣ୍ଟରନେଟରେ ବେଶ ଭାଇରାଲ ହେବାରେ ଲାଗିଛି।ସୋସିଆଲ ମିଡ଼ିଆ ବ୍ୟବହାର କରିମାନେ ଏହାର ଆକାରକୁ ଦେଖି ପରିହାସ କରିଛନ୍ତି। ବାସ୍ତବରେ, ଜାହାଜକୁ ହଟେଇବା ପାଇଁ ଡ଼କାଯାଇଥିବା ବୁଲଡୋଜର ବହୁତ ଛୋଟ ଥିଲା। ଏଭଳି ପରିସ୍ଥିତିରେ ସୋସିଆଲ ମିଡିଆରେ ଲୋକମାନେ ବଡ଼ ଜାହାଜ ନିକଟରେ ସେହି ଛୋଟ ବୁଲଡୋଜରକୁ ଦେଖି ମନଭରି ପରିହାସ କରିବାରେ ଲାଗିଛନ୍ତି। ଏବଂ ଅନେକ ମେମେ ସେୟାର କରିବାରେ ଲାଗିଛନ୍ତି।


ଅନ୍ୟପକ୍ଷରେ ଏହି ଜାହାଜ ଅଟକି ରହିଥିବାରୁ ବିଭିନ୍ନ ଦେଶକୁ ପେଟ୍ରୋଲିୟମ ଉତ୍ପାଦ ବିତରଣରେ ବାଧା ସୃଷ୍ଟି ହୋଇଛି। ସେଠାରେ ୧୦ ଟି ଅଶୋଧିତ ଟ୍ରାକର୍ ଟ୍ରାଫିକ୍ ଜାମରେ ଫସି ରହିଛନ୍ତି ଯେଉଁଥିରେ ୧୩ ନିୟୁତ ବ୍ୟାରେଲ୍ ଅଶୋଧିତ ତୈଳ ଲୋଡ୍ ହୋଇଛି। ଜାହାଜ ଅଟକି ରହିବା ପରେ ଅଶୋଧିତ ତୈଳ ମୂଲ୍ୟ ମଧ୍ୟ ବିଭିନ୍ନ ଦେଶରେ ବୃଦ୍ଧି ପାଇବାରେ ଲାଗିଛି। ବାସ୍ତବରେ, ସୁଇଜ୍ କେନାଲ ଦେଇ ପ୍ରତିଦିନ ୫୦ ଟି ଜାହାଜ ଯାତାୟାତ କରୁଥିବା ବେଳେ ବିଶ୍ଵର ୧୨ ପ୍ରତିଶତ ବାଣିଜ୍ୟ କାରବାର ଏହି କେନାଲ ଦେଇ କରାଯାଇଥାଏ। ତେଣୁ ଏହି ଜାହାଜଟି ଅଟକି ରହିଥିବାରୁ ଲକ୍ଷ ଲକ୍ଷ ଲୋକଙ୍କର କ୍ଷତି ହେଉଛି। ଏଭରଗ୍ରୀନ୍ ନାମକ ଏହି ଜାହାଜ ମଙ୍ଗଳବାର ଦିନ ପ୍ରବଳ ପବନ ପରେ ସୁଇଜ୍ କେନାଲରେ ଫସି ରହିଥିଲା ଏବଂ ଏହା ମାଝୀ ରାସ୍ତାରେ ଅଟକି ରହିବା କାରଣରୁ ଦୁନିଆର ସାମୁଦ୍ରିକ ଯାତାୟାତ ବନ୍ଦ ହୋଇଯାଇଛି।

ସୂଚନା ଅନୁଯାୟୀ, ଏହି ଜାହାଜର ଲମ୍ବ ୪୦୦ ମିଟର ଏବଂ ଚଉଡା ୫୯ ମିଟର। ତେଣୁ ଏହାକୁ ହଟାଇବା ଅତ୍ୟନ୍ତ କଷ୍ଟକର ହୋଇପଡିଛି। ଏହାକୁ ହଟାଇବା ପାଇଁ ଆହୁରି ୨ ରୁ ୩ ଦିନ ସମୟ ଲାଗିପାରେ ବୋଲି କୁହାଯାଉଛି। ତେବେ ଏହି ବିଶାଳକାୟ ଜାହାଜ ନିକଟରେ ଛୋଟ ବୁଲଡୋଜର ଛିଡା ହୋଇଥିବା ଫଟୋ ସେୟାର ହେବା ମାତ୍ରେ ଭାଇରାଲ ହୋଇଥିଲା ଏବଂ ଉପଭୋକ୍ତାମାନେ ଏଥିରେ ଅନେକ ମଜାଳିଆ କମେଣ୍ଟ କରିଥିବାର ମଧ୍ୟ ଦେଖିବାକୁ ମିଳିଛି। ଏଥି ସହିତ ବ୍ୟଙ୍ଗ ଚିତ୍ରକର ଚାଜ୍ ହାଟନ୍ ଟ୍ରାଫିକ୍ ଜାମ ଉପରେ ଏକ ଚିତ୍ର ତିଆରି କରି ପୋଷ୍ଟ କରିଛନ୍ତି।

%d bloggers like this: