ଶ୍ରୀମନ୍ଦିରରେ ପ୍ରତି ରବିବାର ସର୍ବସାଧାରଣ ଦର୍ଶନ ବନ୍ଦ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ଲକ୍ଷ୍ୟ କରି ଆଜି ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ଏଣିକି ସବୁ ରବିବାର ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିବ ପୁରୀ ଜଗନ୍ନାଥ ମନ୍ଦିର।  କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଏହି ନିଷ୍ପତ୍ତି ନେଇଛନ୍ତି । ପ୍ରତି ରବିବାର ମନ୍ଦିରରେ ବିଶୋଧନ କାର୍ଯ୍ୟ ହେବ। ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ।

https://twitter.com/PrismNewsOdisha/status/1376176086732566539

 ରାଜ୍ୟରେ ଦୈନିକ ବାହାରୁଥିବା ସଂକ୍ରମଣ ଓ ଆକ୍ଟିଭ୍‌ କେସ୍ ଚିନ୍ତା ବଢେଇଛି। ଗତ ୨୪ ଘଣ୍ଟା ରାଜ୍ୟରେ ୨୨ଟି ଜିଲ୍ଲାରୁ ୨୯୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୭୧ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୧୧୯ ଜଣ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୪୦ ହଜାର ୧୯୪କୁ ପହଞ୍ଚିଛି। ତେବେ ପୂର୍ବରୁ ମଧ୍ୟ ହୋଲି ପାଳନ ପାଇଁ ଜିଲ୍ଲା ପ୍ରଶାସନ କଟକଣା ଜାରି କରିଥିଲେ।