ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ପତି ରାଜ କୁନ୍ଦ୍ରା ଗିରଫ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ପତି ରାଜ କୁନ୍ଦ୍ରାଙ୍କୁ ଗିରଫ କଲା ମୁମ୍ବାଇ ପୋଲିସ କ୍ରାଇମବ୍ରାଞ୍ଚ। ଅଶ୍ଲୀଳ ଫିଲ୍ମ ପ୍ରସ୍ତୁତ କରିବା ଓ ତାକୁ ଏକ ଆପ୍ ରେ ଅପଲୋଡ୍ କରିବା ଅଭିଯୋଗରେ ପୋଲିସ ଗିରଫ କରିଛି। ତେବେ ଏହି ଘଟଣାରେ ପ୍ରପର୍ଟିଜ୍ ସେଲ ରାଜ କୁନ୍ଦ୍ରାଙ୍କ ସମେତ ୧୧ ଜଣଙ୍କୁ ଗିରଫ କରିଛି।


ତେବେ ଗତ ଫେବ୍ରୁଆରୀ ମାସରେ ରାଜ କୁନ୍ଦ୍ରାଙ୍କ ବିରୋଧରେ ପୋଲିସ ନିକଟରେ ଅଭିଯୋଗ ହୋଇଥିଲା। ତାଙ୍କ ବିରୋଧରେ ଅଶ୍ଲୀଳ ଭିଡିଓ ପ୍ରସ୍ତୁତ କରିବା ଓ ତାକୁ ସୋସିଆଲ ମିଡିଆରେ ପୋଷ୍ଟ କରିବା ଭଳି ସଙ୍ଗୀନ ଅଭିଯୋଗ ହୋଇଥିଲା। ଏହାପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ପ୍ରାଥମିକ ତଦନ୍ତରୁ ପ୍ରମାଣ ପାଇବା ପରେ ମୁମ୍ବାଇ ପୋଲିସ କ୍ରାଇମବ୍ରାଞ୍ଚର ପ୍ରପର୍ଟିଜ ସେଲ୍ ରାଜ କୁନ୍ଦ୍ରାଙ୍କୁ ଗିରଫ କରିଛି। ଏହା ପୂର୍ବରୁ ମଧ୍ୟ ରାଜ କୁନ୍ଦ୍ରା ବହୁବାର କୋର୍ଟ ଯାଇଛନ୍ତି। ୨୦୨୦ ମସିହା ମାର୍ଚ୍ଚ ମାସରେ ରାଜ କୁନ୍ଦ୍ରା ଓ ଶିଳ୍ପୀ ସେଟ୍ଟୀଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ମୁମ୍ବାଇର ଏନଆରଆଇ ସଚିନ ଯୋଶୀ କରିଥିଲେ। ୨୦୧୪ରେ ଘଟିଥିବା ଏକ ମାମଲାକୁ ଭିତ୍ତି କରି ଏହି ଅଭିଯୋଗ ହୋଇଥିଲା। ସତଯୁଗ ଗୋଲ୍ଡ ପ୍ରାଇଭେଟ୍ ଲିମିଟେଡ୍ ସହ ଏହା ଜଡ଼ିତ ଥିଲା। କେବଳ ଏତିକି ନୁହେଁ, ରାଜ କୁନ୍ଦ୍ରାଙ୍କର ଅଣ୍ଡରୱାର୍ଲ୍ଡ ଡନ୍ ଇକବାଲ ମୀର୍ଚ୍ଚି ସହ ସଂପୃକ୍ତି ନେଇ ମଧ୍ୟ ଅଭିଯୋଗ ହୋଇଛି। ଇଡି କୁନ୍ଦ୍ରାଙ୍କୁ ନୋଟିସ୍ ଜାରି କରିଥିଲା। ସେହି ସମୟରେ ରାଜ କୁନ୍ଦ୍ରା ସବୁ ଅଭିଯୋଗକୁ ଖଣ୍ଡନ କରିଥିଲେ।

Leave a Reply

Your email address will not be published. Required fields are marked *