କ୍ରିକେଟ ଷ୍ଟାଡିୟମ ନିର୍ମାଣ କରିବେ ଶାହାରୁଖ

କ୍ରିକେଟ ଷ୍ଟାଡିୟମ ନିର୍ମାଣ କରିବେ ଶାହାରୁଖ

ପ୍ରିଜମ ନ୍ୟୁଜ ବ୍ୟୁରୋ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାଁ ରବିବାର ନୂତନ ଘୋଷଣା କରିଛନ୍ତି । ଆମେରିକାର ଲସ ଆଞ୍ଜେଲ୍ସରେ ସେ ଏକ ବିଶ୍ୱସ୍ତରୀୟ କ୍ରିକେଟ ଷ୍ଟାଡିୟମ ନିର୍ମାଣ କରିବା ପାଇଁ ଅଂଟା ଭିଡିଛନ୍ତି । ୧୫ ଏକର ଜମିରେ ୧୦ ହଜାର ଦର୍ଶକ କ୍ଷମତା ବିଶିଷ୍ଟ ଏହି ଷ୍ଟାଡିୟମରେ ଅତ୍ୟାଧୁନିକ ପ୍ରଶିକ୍ଷଣ ବ୍ୟବସ୍ଥା, ଲକର,ପାର୍କିଂ ସବୁ କିଛି ରହିବ । ଆନ୍ତର୍ଜାତୀୟ କ୍ରିକେଟ ପରିଷଦ ମାନ୍ୟତା ପାଇବା ପାଇଁ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ଏଥିରେ ରହିବ ।

ଶାହାରୁଖ ଆଇପିଏଲ ଏବଂ ସିପିଏଲରେ ଗୋଟିଏ ଲେଖାଁଏ ଟିମ କ୍ରୟ କରିଛନ୍ତି । ଷ୍ଟାଡିୟମ ନିର୍ମାଣରେ କେକେଆର ଆମେରିକାର ମେଜର ଲିଗ କ୍ରିକେଟ ଟି୨୦ କ୍ଲବ ସହାୟତାରେ ଏହାକୁ ନିର୍ମାଣ କରିବେ । ଶାହାରୁଖ ଏବେ ତାଙ୍କ ଆଗାମୀ ଫିଲ୍ମ ପଠାନ ଶୁଟିଂରେ ବ୍ୟସ୍ତ ରହିଛନ୍ତି । ଏହା ବ୍ୟତୀତ ସେ ଅନ୍ୟ ୩ଟି ଫିଲ୍ମ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଶାହାରୁଖ ଷ୍ଟାଡିୟମ ନିର୍ମାଣ କରିବା ଖବର ଏବେ ଭାଇରାଲ ହେବାରେ ଲାଗିଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: