ଶସ୍ତା ହେବ ଖାଇବା ତେଲ, କେନ୍ଦ୍ର ସରକାର କରିଲେ ଏମିତି ବ୍ୟବସ୍ଥା

ଖାଉଟିଙ୍କ ପାଇଁ ଖୁସି ଖବର କମିବ ଖାଇବା ତେଲ। ଖାଇବା ତେଲ ଉପରୁ କଷ୍ଟମ ଡ୍ୟୁଟି ବା ଆମଦାନୀ ଶ୍ଲୁକ ହ୍ରାସ କରିଛନ୍ତି କେନ୍ଦ୍ର ସରକାର। ଏହାଦ୍ବାରା ଖାଇବା ତେଲ ଦର ହ୍ରାସ ପାଇବ ବୋଲି ଆଶା କରାଯାଉଛି। ଏନେଇ ଆଜି ଟ୍ୱିଟ କରି ସୂଚନା ଦେଇଛନ୍ତି କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀ ପିୟୁଷ ଗୋୟେଲ । ଆଜି ଠାରୁ କେନ୍ଦ୍ର ସରକାର ପାମ୍‌, ସୋୟାବିନ୍ ଓ ସୂର୍ଯ୍ୟମୁଖୀ ଭଳି ଖାଇବା ତେଲ ଦରରେ ନିୟନ୍ତ୍ରଣ ଲଗାଇବାକୁ ନିଷ୍ପତି ନେଇଛନ୍ତି । ପୁରା ଦେଶରେ କଷ୍ଟମ ଡ୍ୟୁଟି ହ୍ରାସ ହେବା ସହିତ ୨୦୨୨ ମସିହା ମାର୍ଚ୍ଚ ପର୍ଯ୍ୟନ୍ତ ଏହି ନିୟମ ଲାଗୁ ହେବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ମିଳିଛି । ଖାଇବା ତେଲ ଉପରେ ପ୍ରାୟ ୧୬-୧୯ ପ୍ରତିଶତ ଟ୍ୟାକ୍ସ ହ୍ରାସ କରାଯାଇଥିବା ବେଳେ ଲିଟର ପିଛା ପାଖାପାଖି ୨୦ ଟଙ୍କା ଦର କମିବ ବୋଲି ଅନୁମାନ କରାଯାଉଛି । ଗତ କିଛି ମାସ ହେବ ଦେଶରେ ଖାଇବା ତେଲ ଦର ବଢି ଚାଲିଥିବା ବେଳେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତିରେ ନିହାତି ଭାବରେ ଗ୍ରାହକଙ୍କୁ ଆଶ୍ୱସ୍ତି ଆଣି ଦେବ ବୋଲି ଆଶା କରାଯାଉଛି । ଗୋଟିଏ ପଟେ ଇନ୍ଧନ ତେଲ ବୃଦ୍ଧି ହେଉଥିବା ବେଳେ ଅନ୍ୟ ପକ୍ଷରେ ଗତ ୮ ମାସରେ ଖାଇବା ତେଲ ଦର ଲିଟର ପିଛା ୫୦ ରୁ ୬୦ ଟଙ୍କା ବୃଦ୍ଧି ପାଇଥିଲା।

Leave a Reply

Your email address will not be published. Required fields are marked *