ବିଷ ବଳୟରେ ରାଜ୍ୟର ୭ ସହର

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ବିଷ ବଳୟରେ ରାଜ୍ୟର ୭ ସହର। ବିଧାନସଭାରେ ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି, ଯାନବାହାନ ଚଳାଚଳ ଓ ଅନ୍ୟାନ୍ୟ ସୂତ୍ରରୁ ବାୟୁ ପ୍ରଦୂଷଣ ହେଉଛି। କଟକ, ଭୁବନେଶ୍ୱର, ବାଲେଶ୍ୱର, ଅନୁଗୁଳ, ତାଳଚେର, ରାଉରକେଲା ଓ କଳିଙ୍ଗନଗରର ବାୟୁ ପ୍ରଦୂଷଣ ମାତ୍ରା ନିର୍ଦ୍ଧାରିତ ମାନ ଭିତରେ ରହୁ ନ ଥିବାରୁ ନନ୍- ଆଟେନମେଣ୍ଟ ସିଟିର ଆଖ୍ୟା ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ଏହି ଅଞ୍ଚଳର ବାୟୁ ମଣ୍ଡଳରେ ସଲଫର ଡାଇ ଅକ୍ସସାଇଡ, ନାଇଟ୍ରୋଜେନ୍ ଅକ୍ସାଇଡ୍, ର ମାତ୍ରା ନିର୍ଦ୍ଧାରିତ ମାନ ଭିତରେ ରହୁଥିବାବେଳେ ପାର୍ଟିକୁଲେଟ୍ ମ୍ୟାଟର PM10 ଓ PM2.5ର ମାତ୍ରା ନିର୍ଦ୍ଧାରିତ ମାନ ଠାରୁ ଉର୍ଦ୍ଧ୍ୱରେ ରହୁଥିବା ଦେଖାଦେଇଛି।

%d bloggers like this: