କେଉଁଠି ଶୋଇଥିଲା ASI?

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଏକାମ୍ର କ୍ଷେତ୍ର ଲାଗି NMA ପକ୍ଷରୁ ପ୍ରସ୍ତାବିତ ବାଇ-ଲ’କୁ ନେଇ ବର୍ଷିଛି ବିଜେଡି। ବିଜେଡି ବିଧାୟକ ତଥା ଦଳୀୟ ମୁଖପାତ୍ର ପ୍ରତାପ ଦେବ ଏହି ପ୍ରସଙ୍ଗରେ ଏଏସଆଇକୁ ଟାର୍ଗେଟ୍ କରିଛନ୍ତି। ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗ ଏତେ ଦିନରୁ କେଁଉଠି ଶୋଇଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ଏକାମ୍ର କ୍ଷେତ୍ରର ବିକାଶ କରୁଛନ୍ତି। ଏକାମ୍ର ପାଇଁ ସେମାନଙ୍କ କ’ଣ ବଜେଟ୍ ଥିଲା ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି। ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ପୂରାତନ ଧର୍ମାନୁଷ୍ଠାନର ଉନ୍ନତିକରଣ କରୁଛନ୍ତି। ଉନ୍ନତିକରଣ ଓ ବିକାଶରେ ବାଧା ପହଞ୍ଚାଇବାକୁ ନୂଆ ନୂଆ ଆଇନ ବାହାର କରାଯାଉଛି। ସେମାନେ ନିଜେ କରିବେନି, ଅନ୍ୟମାନେ କଲେ ବାଧା ସୃଷ୍ଟି କରିବେ ବୋଲି ପ୍ରତାପ କହିଛନ୍ତି। ଏହାସହ ସେମାନେ ଏଥିରେ ସଫଳ ହେବେନାହିଁ ବୋଲି କହିଛନ୍ତି ପ୍ରତାପ।
ଦୀର୍ଘଦିନ ଧରି ବାଇ ଲ’କୁ ନେଇ ବିବାଦ ଲାଗି ରହିଛି। ପୁରୀ ଶ୍ରୀମନ୍ଦିରରୁ ବାଇ ଲ’ ପ୍ରତ୍ୟାହାର ହେବାପରେ ଏବେ ଏକାମ୍ର କ୍ଷେତ୍ରରୁ ବାଇ ଲ’ ଉଚ୍ଛେଦ କରିବାକୁ ଜୋରଦାର ଦାବି ହେଉଛି। କିଛିଦିନ ପୂର୍ବେ ରାଜ୍ୟର ଅଧିକାଂଶ ମନ୍ଦିର ସମ୍ମୁଖରେ ଘଣ୍ଟ ବାଡ଼େଇ ସେବାୟତମାନେ ପ୍ରତିବାଦ ମଧ୍ୟ କରିଥିଲେ।

%d bloggers like this: