ବଲିଉଡରେ ଶେହନାଜଙ୍କ ଏଣ୍ଟ୍ରିକୁ ନେଇ ଚର୍ଚ୍ଚା

ବଲିଉଡରେ ଶେହନାଜଙ୍କ ଏଣ୍ଟ୍ରିକୁ ନେଇ ଚର୍ଚ୍ଚା

ପ୍ରିଜମ ନ୍ୟୁଜ ବ୍ୟୁରୋ: ଭାଇଜାନଙ୍କ ଫିଲ୍ମ ‘କଭି ଇଦ୍‌ କଭି ଦିଓ୍ବାଲୀ’ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି ସୋସିଆଲ ମିଡିଆ ସେନ୍ସେସନ ଶେହନାଜ ଗିଲ୍‌। ସଲମାନଙ୍କ ଫିଲ୍ମରେ ଶେହନାଜଙ୍କ ଏଣ୍ଟ୍ରିକୁ ନେଇ ବି-ଟାଉନରେ ଜୋର୍‌ଦାର ଚର୍ଚ୍ଚା। କାରଣ ଏହି ଫିଲ୍ମରେ ଶେହନାଜଙ୍କୁ ନିଜ ଇଚ୍ଛାରେ ଫି’ବାଛିବା ପାଇଁ ଅନୁମତି ଦେଇଛନ୍ତି ଦବଙ୍ଗ ଖାନ୍‌। ଏମିତିରେ ବି ସଲମାନ ଏବଂ ଶେହନାଜଙ୍କ ମଧ୍ୟ ବହୁତ ଭଲ ବଣ୍ଡିଂ ରହିଛି। ସେଥିପାଇଁ ତାଙ୍କ ଫିଲ୍ମରେ ଅଭିନୟ କରିବା ପାଇଁ ଶେହନାଜଙ୍କୁ ହିଁ ବାଛିଥିଲେ ଭାଇଜାନ।

‘କଭି ଇଦ୍‌ କଭି ଦିଓ୍ବାଲୀ’ ଫିଲ୍ମରେ ସଲମାନଙ୍କ ବ୍ୟତୀତ ତାଙ୍କ ଭିଣୋଇ ଆୟୁଷ ଶର୍ମା, ଜାହିର ଇକବାଲ ଏବଂ ପୂଜା ହେଗଡେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏହି ଫିଲ୍ମରେ ଶେହନାଜ ଅଭିନେତା ଆୟୁଷ ଶର୍ମାଙ୍କ ବିପକ୍ଷରେ ନଜର ଆସିବେ। ତାଙ୍କୁ ଏହି ଫିଲ୍ମରେ ଜଣେ ଶାନ୍ତ ସରଳ ଯୁବତୀ ଭୂମିକାରେ ଦେଖିବାକୁ ମିଳିବ। ଫିଲ୍ମଟି ଆସନ୍ତା ଡିସେମ୍ବର ୩୦ରେ ରିଲିଜ ହେବ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: