ଅକ୍ଷୟ ତୃତୀୟା ଉପଲକ୍ଷେ ଘୋଷଣା ହେଲା…

ଅକ୍ଷୟ ତୃତୀୟା ଉପଲକ୍ଷେ ଘୋଷଣା ହେଲା…

ପ୍ରିଜମ ନ୍ୟୁଜ ବ୍ୟୁରୋ:ଚାଷୀଙ୍କ ପାଇଁ ଖୁସି ଖବର। ଆସନ୍ତାକାଲି ଅର୍ଥାତ୍‌ ଅକ୍ଷୟ ତୃତୀୟା ଅବସରରେ ଚାଷୀଙ୍କ ଆକାଉଣ୍ଟକୁ ‘କାଳିଆ’ ଯୋଜନା ଟଙ୍କା ଯିବ ବୋଲି ଘୋଷଣା କରାଯାଇଛି।ଏହି ଯୋଜନାରେ ପୂର୍ବପରି ହିତାଧିକାରୀଙ୍କ ଆକାଉଣ୍ଟକୁ ୨୦୦୦ ଟଙ୍କା ପଠାଯିବ। ଏହାଦ୍ୱାରା ୪୦ ଲକ୍ଷରୁ ଊର୍ଦ୍ଧ୍ୱ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଉପକୃତ ହେବେ। କାଳିଆ କିସ୍ତି ବାବଦରେ ରାଜ୍ୟ ସରକାର ଚାଷୀମାନଙ୍କୁ ୮ ଶହ କୋଟି ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଅକ୍ଷୟ ତୃତୀୟା ଅବସରରେ ଲୋକସେବା ଭବନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ମୁଖ୍ୟମନ୍ତ୍ରୀ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନ କରିବେ।ସୂଚନାଯୋଗ୍ୟ, ବର୍ଷକୁ ଦୁଇଟି କିସ୍ତିରେ ‘କାଳିଆ’ ଯୋଜନା ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ପଠାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ଉଭୟ ଖରିଫ୍‌ ଏବଂ ରବି ଚାଷ ପାଇଁ ୨ ଥରରେ ୪୦୦୦ ଟଙ୍କା ଦିଆଯିବାକୁ ଘୋଷଣା କରାଯାଇଥିଲା।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: