ଏହି ଦେଶର ମହିଳା ରୁହନ୍ତି ଚିର ଯୌବନ, ଆପଣ ବି ରହିପାରିବେ, ଯଦି ଏପରି କରିବ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଦୁନିଆର ପ୍ରତ୍ୟେକ ମହିଳା ସୁନ୍ଦର ଦେଖାଯିବାକୁ ଚାହାନ୍ତି । ଦେଶ ବିଦେଶ ସବୁଠି ମହିଳାମାନେ ତାଙ୍କ ସୁନ୍ଦରତା ପାଇଁ ବେଶ ଯତ୍ନଶୀଳ ରହିଥାନ୍ତି । ସେମାନେ ସବୁବେଳେ ଚିର ଯୌବନ ଓ ଆକର୍ଷଣୀୟ ଦେଖାଯିବାକୁ ଚେଷ୍ଟା କରିଥାନ୍ତି। ଯଦି ସେମାନଙ୍କ ମୁଁହରେ ଟିକିଏ ବାର୍ଦ୍ଧକ୍ୟର ଲକ୍ଷଣ ଦେଖାଯାଏ ସେମାନେ ବିଚଳିତ ହୋଇ ପଡନ୍ତି। ଏହା ସେମାନଙ୍କ ପାଇଁ ଦୁଃସ୍ବପ୍ନ ପରି ହୋଇଥାଏ । ଏଥିରୁ ମୁକ୍ତି ପାଇବା ପାଇଁ ଦାମୀ କ୍ରିମଠୁ ଆରମ୍ଭ କରି ନିୟମିତ ପାର୍ଲର ଟିର୍ଟମେଣ୍ଟ କରିବାକୁ ମଧ୍ୟ କେତେକ ମହିଳା ଭୁଲନ୍ତି ନାହିଁ। କେତେକ ମହିଳା ପ୍ଲାଷ୍ଟିକ୍ ସର୍ଜରୀ ମାଧ୍ୟମରେ ସେମାନଙ୍କ ବାର୍ଦ୍ଧକ୍ୟ ଚିହ୍ନ ଲୁଚାଇବାକୁ ଚେଷ୍ଟା କରନ୍ତି । କିନ୍ତୁ ଆମ ଦୁନିଆରେ ଏମିତି ଗୋଟିଏ ସ୍ଥାନ ଅଛି, ଯେଉଁଠି ମହିଳାଙ୍କୁ କେବେ ବାର୍ଦ୍ଧକ୍ୟ ଛୁଇଁ ନଥାଏ କହିଲେ ଚଳେ । ତେବେ ଏହି ସ୍ଥାନଟି ହେଉଛି ତାଇୱାନ। ଏହି ଦେଶର ମହିଳାମାନଙ୍କ ସୌନ୍ଦର୍ଯ୍ୟ ଅନେକ ସମୟରେ ଚର୍ଚ୍ଚାର ବିଷୟ ପାଲଟି ଥାଏ। ତେବେ ଏବେ ସେହି ଦେଶର ମହିଳାମାନଙ୍କ ସୌନ୍ଦର୍ଯ୍ୟ ରହସ୍ୟ ସାମ୍ନାକୁ ଆସିଛି ।
ଏହି ଦେଶର ମହିଳାମାନଙ୍କ ବୟସ ଅନୁମାନ କରିବା ସମ୍ପୂର୍ଣ୍ଣ କଷ୍ଟକର ହୋଇ ପଡେ। କୌଣସି ପାର୍ଲର, ପ୍ରସାଧନ ସାମଗ୍ରୀ ବ୍ୟବହାର ନକରି ମଧ୍ୟ ସେମାନେ ସବୁବେଳେ ଚିର ଯୌବନ ଦେଖାଯାଆନ୍ତି। ଏହି ଦେଶର ମହିଳାମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ଯୁବା ରୁହନ୍ତି। ସେମାନଙ୍କର ସୌନ୍ଦର୍ଯ୍ୟର ରହସ୍ୟ ଜାଣି ସମସ୍ତେ ଆଶ୍ଚର୍ଯ୍ୟ ହୁଅନ୍ତି। ଏହି ଦେଶର ଝିଅମାନେ ପ୍ରାରମ୍ଭରୁ ସେମାନଙ୍କର ତ୍ଵଚାକୁ ନେଇ ବେଶ ସତର୍କ। ସେମାନେ ଅଧିକାଂଶ ସମୟ ସୂର୍ଯ୍ୟକିରଣଠାରୁ ଦୂରେଇ ରୁହନ୍ତି। ସେମାନେ ବିଶ୍ୱାସ କରନ୍ତି ଯେ, ସୂର୍ଯ୍ୟକିରଣ ତ୍ଵଚାରେ ପଡ଼ିବା ଦ୍ୱାରା ଚେହେରା କଳା ହୋଇଯାଏ। ଯେତେ ଜରୁରୀ କାର୍ଯ୍ୟ ହେଉନା କାହିଁକି, ସେମାନେ ସୂର୍ଯ୍ୟକିରଣକୁ ଏଡ଼ାଇ ଦିଅନ୍ତି।

ତାଇୱାନବାସୀ ବିଶ୍ୱାସ କରନ୍ତି ଯେ, ସୂର୍ଯ୍ୟକିରଣ ମଣିଷର ଜୀବନକାଳ ହ୍ରାସ କରେ। ଏହି ଦେଶର ଝିଅମାନେ ସୂର୍ଯ୍ୟକିରଣକୁ ନଯାଇ ନିଜର ସୌନ୍ଦର୍ଯ୍ୟ ଅକ୍ଷତ ରଖନ୍ତି। କେବଳ ସୌନ୍ଦର୍ଯ୍ୟ ନୁହେଁ, ସେମାନଙ୍କ ଫିଗର୍ ମଧ୍ୟ ଜବରଦସ୍ତ। ଏହାର ଏକ ବିଶେଷ କାରଣ ମଧ୍ୟ ରହିଛି। ଏଠାକାର ମହିଳାମାନଙ୍କର କ୍ରୀଡା ପ୍ରତି ବିଶେଷ ଆଗ୍ରହ ରହିଛି। ଏହା ସେମାନଙ୍କୁ ଫିଟ୍ ରଖେ । ସାଧାରଣତଃ ଅନେକ ଲୋକ ବର୍ଷାରେ ଓଦା ହେବାକୁ ପସନ୍ଦ କରନ୍ତି। କିନ୍ତୁ ତାଇୱାନର ଲୋକମାନେ ବର୍ଷା ଠାରୁ ଦୂରଇ ରୁହନ୍ତି। ସେମାନେ ବର୍ଷା ଜଳ ନିଜ ଦେହରେ ପକେଇବାକୁ ଦିଅନ୍ତି ନାହିଁ। ବିଶେଷକରି ଝିଅମାନଙ୍କୁ ବର୍ଷା ପାଣିରେ ଆଲର୍ଜି ରହିଥାଏ । ତାଇୱାନ ବିଷୟରେ ସବୁଠାରୁ ଫେମସ୍ କଥା ହେଉଛି ଏଠାରେ ଥିବା ଲୋକମାନେ ବହୁତ ପରିଶ୍ରମୀ। ଏହି କାରଣରୁ ଏଠାରେ ଅଧିକାଂଶ ଲୋକ ଅଳ୍ପ ବୟସରୁ ଧନୀ ହୋଇଥାନ୍ତି।

Leave a Reply

Your email address will not be published. Required fields are marked *