ନିଜ ସନ୍ତାନଙ୍କୁ ବିବାହ କରିବା ପାଇଁ କୋର୍ଟଙ୍କ ଦ୍ବାରସ୍ଥ ଏହି ବ୍ୟକ୍ତି

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ବିବାହ ହେଉଛି ଦୁଇଟି ହୃଦୟର ମିଳନ । ଯେତେବେଳେ ଦୁଇ ଜଣ ପ୍ରାପ୍ତ ବୟସ୍କ ଏକାଠି ଜୀବନ ବିତାଇବାକୁ ରାଜି ହୁଅନ୍ତି, ସେତେବେଳେ ହିଁ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥାନ୍ତି । ତେବେ ଭାରତୀୟ ସଂସ୍କୃତିରେ ବାହାଘର କେବଳ ଦୁଇଟି ବ୍ୟକ୍ତି ନୁହେଁ ବରଂ ଦୁଇଟି ପରିବାର ମିଳନ କହିଲେ ଭୁଲ୍ ହେବନି । ଆମ ଦେଶରେ ବିବାହ ପୂର୍ବରୁ ଉଭୟ ପକ୍ଷର ପରିବାର ବିଷୟର ସମସ୍ତ ଟିକିନିଖି ତଥ୍ୟ ଅନୁସନ୍ଧାନ କରାଯାଇଥାଏ। ହେଲେ, ବିଦେଶରେ କେବଳ ପୁଅ ଓ ଝିଅମାନେ ସେମାନଙ୍କର ବୁଝାମଣା ପରେ ବିବାହ କରିବାକୁ ସ୍ଥିର କରିଥାନ୍ତି। କିନ୍ତୁ କୌଣସି ଦେଶରେ ନିଜ ସନ୍ତାନ ମାନଙ୍କୁ ବିବାହ କରିବାର ଅନୁମତି ରହି ନଥାଏ। ହେଲେ ନିକଟରେ ଆମେରିକାର ନ୍ୟୁୟର୍କରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକି ସମସ୍ତଙ୍କୁ ଚକିତ କରିଦେଇଛି। ଏଠାରେ ଜଣେ ବ୍ୟକ୍ତି କୋର୍ଟରେ ନିଜ ଜନ୍ମକଲା ସନ୍ତାନକୁ ବିବାହ କରିବାକୁ ଅନୁମତି ମାଗିଛନ୍ତି । ତାଙ୍କର ଏହି ବିବାହ ଆବେଦନ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
କୋର୍ଟଙ୍କୁ ଆବେଦନକରୀ ଜଣାଇଛନ୍ତି ଯେ, ସେ ତାଙ୍କ ପିଲାଙ୍କ ପ୍ରେମରେ ପଡିଯାଇଛନ୍ତି। ସେ ନିଜ ପିଲାଙ୍କୁ ପ୍ରପୋଜ କରିବାକୁ ଚାହୁଁଛନ୍ତି । କିନ୍ତୁ ସମାଜ ତାଙ୍କୁ ବିରୋଧ କରିବ ବୋଲି ସେ ଭୟ କରୁଛନ୍ତି । ଏଥି ସହିତ ସେ ଚାହୁଁଛନ୍ତି ଯେ, ତାଙ୍କ ସନ୍ତାନକୁ ବିବାହ କରିବା ସହ ଭବିଷ୍ୟତରେ ଯେପରି କିଛି ସମସ୍ୟା ନ ହୁଏ ସେଥିପାଇଁ କୋର୍ଟଙ୍କ ତାଙ୍କୁ ଅନୁମତି ଦିଅନ୍ତୁ । ତେବେ କୋର୍ଟରେ ଦାଖଲ ହୋଇଥିବା ଆବେଦନ ପତ୍ରରେ ଆବେଦନକାରୀ ନିଜ ଏବଂ ତାଙ୍କ ପିଲାମାନଙ୍କର ପରିଚୟ ଲୁଚାଇ ରଖିଛନ୍ତି। ଉଭୟଙ୍କ ଲିଙ୍ଗ ମଧ୍ୟ ଗୁପ୍ତ ରହିଛି । ଏହି ଆବେଦନ ମ୍ୟାନହଟାନ ଫେଡେରାଲ କୋର୍ଟରେ ଦାଖଲ କରାଯାଇଛି। ବାସ୍ତବରେ, ଏହିଭଳି ସମ୍ପର୍କକୁ ସେହି ଦେଶରେ ଅସାମ୍ବିଧାନିକ ଘୋଷିତ କରାଯାଇଛି। ଏହିଭଳି ସମ୍ପର୍କଗୁଡିକର ସାର୍ବଜନୀନ କରିବା ଦ୍ୱାରା ସମାଜରେ ଅନେକ ଅସନ୍ତୋଷ ସୃଷ୍ଟି ହୋଇଥାଏ ବୋଲି ସେଠାକାର ଆଇନରେ ଲିପିବଦ୍ଧ ହୋଇ ରହିଛି।
କୋର୍ଟରେ ଦାଖଲ ହୋଇଥିବା ଆବେଦନରେ ବ୍ୟକ୍ତି ଜଣକ ଲେଖିଛନ୍ତି ଯେ., ବିବାହ ଦୁଇ ଜଣଙ୍କ ବ୍ୟକ୍ତିଗତ ବିଷୟ ଅଟେ। ଏହା ଲୋକଙ୍କ ଭାବନା ଉପରେ ଆଧାରିତ। ସେ ଏହା ମଧ୍ୟ କହିଛନ୍ତି ଯେ, ନିଷ୍ପତ୍ତି କୋର୍ଟ ଏବଂ ଆଇନ ଦ୍ୱାରା କରାଯାଇଥିବା ନିୟମ ଉପରେ ନୁହେଁ । ଏହାର ନିଷ୍ପତ୍ତି ଦୁଇ ଜଣଙ୍କ ସମ୍ମତି ଆଧାରରେ ନିଆଯିବା ଉଚିତ। ତେବେ ଏଠାରେ ସୂଚନା ଥାଉ କି ନ୍ୟୁୟର୍କ ଆଇନ ଅନୁଯାୟୀ, ଯଦି କେହି ପରିବାର ସଦସ୍ୟଙ୍କୁ ବିବାହ କରନ୍ତି କିମ୍ବା ତାଙ୍କ ସହ ସମ୍ପର୍କ ରଖନ୍ତି, ତେବେ ତାଙ୍କୁ ଚାରି ବର୍ଷରୁ ଅଧିକ ସମୟ ଦଣ୍ଡିତ କରାଯିବାର ବ୍ୟବସ୍ଥା ରହିଛି ।

Leave a Reply

Your email address will not be published. Required fields are marked *