ବ୍ୟବହୃତ ମାସ୍କରୁ ତିଆରି ହେବ ଡବଲ୍ ଲେନ୍ ରାସ୍ତା

ବ୍ୟବହୃତ ମାସ୍କରୁ ତିଆରି ହେବ ଡବଲ୍ ଲେନ୍ ରାସ୍ତା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଗତ ବର୍ଷରୁ ଆରମ୍ଭ ହୋଇଥିବା କରୋନା ମହାମାରୀ ପାଇଁ ଏବେ ପର୍ଯ୍ୟନ୍ତ ମଧ୍ୟ ବିଶ୍ୱ ସଂଘର୍ଷ କରୁଛି। ଏହି ମହାମାରୀର ପ୍ରତିରୋଧ ପାଇଁ ଟିକା ଦିଆଯାଉଛି, କିନ୍ତୁ ଏଥିରୁ ସୁରକ୍ଷିତ ରହିବା ପାଇଁ ମାସ୍କ୍ ପିନ୍ଧିବା, ବାରମ୍ବାର ହାତ ଧୋଇବା, ସାମାଜିକ ଦୂରତା ନିୟମ ମାନିବା ସବୁଠାରୁ ଅଧିକ ପ୍ରଭାବି ଉପାୟ ବୋଲି କୁହାଯାଏ । ତେବେ କରୋନା ସମୟରେ, ଦୁନିଆର ଫେସ୍ ମାକ୍ସ ଅଳିଆ ସବୁଠୁ ଅଧିକ ଜବତ ହୋଇଛି। ସବୁ ଦେଶ ପରି ଅଷ୍ଟ୍ରେଲିଆ ମଧ୍ୟ ଏହି ଅଳିଆ ସହିତ ସଂଘର୍ଷ କରୁଛି। ଏହାର ଉପଚାର ପାଇଁ ଅଷ୍ଟ୍ରେଲିଆ ଏକ ନୂତନ ଟେକ୍ନୋଲୋଜି ବାହାର କରିଛି। ଏଠାରେ ବ୍ୟବହୃତ ମାସ୍କରୁ ରାସ୍ତା ତିଆରି ପାଇଁ ଉପାୟ ବାହାର କରିଛନ୍ତି କିଛି ବିଶେଷଜ୍ଞ। ଏହି ପଦ୍ଧତି ଦ୍ଵାରା ଆଳିଆ ପରିଚାଳନା ସହ ମଜଭୁତ ରାସ୍ତା ମଧ୍ୟ ତିଆରି ହୋଇ ପାରିବ।

ଅଷ୍ଟ୍ରେଲୀୟାର ମେଲବନେରେ ଥିବା RMIT ବିଶ୍ୱବିଦ୍ୟାଳୟ ଏହି ନିଆରା ଉପାୟ ବାହାର କରିଛି। ଏଥିରେ ମାସ୍କକୁ କଞ୍ଚାମାଲ ଭାବରେ ବ୍ୟବହୃତ କରାଯିବ । ଦୁଇ ଲେନ୍ ବିଶିଷ୍ଟ ୧ କିଲୋମିଟର ରାସ୍ତା ନିର୍ମାଣ କରିବାକୁ ୩୦ ଲକ୍ଷ ମାସ୍କ ଉପଯୋଗ ହେବ। ଏଥିରେ ପ୍ରାୟ ୯୩ ଟନ୍ ଆବର୍ଜନା ବ୍ୟବହୃତ ହେବ। ଏହି ରାସ୍ତାଟି ଯଥେଷ୍ଟ ଶକ୍ତିଶାଳୀ ହେବ ଏବଂ ଫେସ୍ ମାସ୍କ ସହିତ ଗୃହ ନିର୍ମାଣ ପାଇଁ ବ୍ୟବହୃତ ସିମେଣ୍ଟ ପରି ଉପାଦାନ ବ୍ୟବହୃତ ହେବ ।

 କରୋନା ମହାମାରୀ କାରଣରୁ ପ୍ରତିଦିନ ସାରା ବିଶ୍ବରୁ ୬୮୦ କୋଟି ଟନ୍ ଆବର୍ଜନା ବାହାରୁଛି। ସେହିଭଳି ବର୍ଜ୍ୟବସ୍ତୁ ଯୋଗୁଁ ବିଶ୍ୱରେ କ୍ରମାଗତ ଭାବେ ବିଶ୍ୱତାପନ ସମସ୍ୟା ବଢ଼ିବାରେ ଲାଗିଛି । କିନ୍ତୁ ଗତ ଗୋଟିଏ ବର୍ଷ ଭିତରେ କରୋନା ଯୋଗୁଁ ଆହୁରି ଅଧିକ ବର୍ଜ୍ୟବସ୍ତୁ ବୃଦ୍ଧି ପାଇଛି। ଏଭଳି ପରିସ୍ଥିତିରେ ଅଷ୍ଟ୍ରେଲିଆର ବିଶେଷଜ୍ଞମାନେ ଫେସ୍ ମାସ୍କରୁ ରାସ୍ତା ନିର୍ମାଣ ଉପାୟ ବାହାର କରି ବିଶ୍ୱକୁ ଏକ ନୂଆ ରାହା ଦେଖାଇଛନ୍ତି। କେବଳ ସେତିକି ନୁହେଁ, ବର୍ତ୍ତମାନ ବିଶେଷଜ୍ଞମାନେ ଚେଷ୍ଟା କରୁଛନ୍ତି ଯେ ରାସ୍ତାଟି PPE କିଟରେ ତିଆରି ହୋଇପାରିବ କି ନାହିଁ? 

ତେବେ ଲୋକମାନେ କରୋନାରୁ ରକ୍ଷା ପାଇବା ପାଇଁ ଫେସ୍ ମାସ୍କ ବ୍ୟବହାର କରୁଥିବାରୁ ସେଥିରେ ରାସ୍ତା ତିଆରି କରିବା ପୂର୍ବରୁ ସେଗୁଡିକୁ ଭଲ ଭାବେ ପରିଷ୍କାର କରାଯିବ। ଏଥିପାଇଁ ଷ୍ଟରାଲାଇଜ ବ୍ୟବହାର କରି କୀଟାଣୁ ମୁକ୍ତ କରାଯିବ। ଯାହାଫଳରେ ରାସ୍ତା କାର୍ଯ୍ୟ ସମୟରେ ନିୟୋଜିତ ଶ୍ରମିକମାନେ ବା କୌଣସି କର୍ମଚାରୀ ଯେମିତି କରୋନା ସଂକ୍ରମିତ ହେବେ ନାହିଁ । ତେବେ ଏହା ଏକ ନିଆରା ପଦକ୍ଷେପ ହୋଇଥିବା ବେଳେ ସାର ବିଶ୍ଵ ଏହାକୁ ପ୍ରସଂଶା କରିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: