ସ୍କୁଲ ଫି’ ହ୍ରାସ ପ୍ରସଙ୍ଗ, ସ୍ପଷ୍ଟୀକରଣ ମାଗିଲେ ହାଇକୋର୍ଟ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଘରୋଇ ସ୍କୁଲ ଫି’ ହ୍ରାସ ପ୍ରସଙ୍ଗ। ରାଜ୍ୟ ସରକାର କେତେ ପରିମାଣର ଫି’ ହ୍ରାସ କରିପାରିବେ, ସେନେଇ ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରିବାକୁ ଏଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଡିସେମ୍ବର ୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

କରୋନା କଟକଣା ଯୋଗୁ ସ୍କୁଲ ଗୁଡ଼ିକ ବନ୍ଦ ରହିଛି। ତେବେ ଛାତ୍ରଛାତ୍ରୀମାନେ ସ୍କୁଲକୁ ଆସୁ ନ ଥିବା ବେଳେ ବେସରକାରୀ ସ୍କୁଲମାନେ ଫି’ କମାଇବା ନେଇ କୌଣସି ପଦକ୍ଷେପ ନେଇନାହାନ୍ତି। ଘରୋଇ ସ୍କୁଲ ଫି’ ଅବିଭାବକଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ଏହାକୁ ବିରୋଧ କରି ଅବିଭାବକ ସଂଘ ସ୍କୁଲ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ପିଲା ଯେତେବେଳେ ସ୍କୁଲ ଯାଉ ନାହାନ୍ତି ତ ଅବିଭାବକମାନେ କାହିଁକି ମାସିକ ଦେୟ ଦେବେ ବୋଲି ସେମାନେ ଅଭିଯୋଗ କରିଥିଲେ।

%d bloggers like this: