ପଜିଟିଭ ହେଲେ ମହାରାଷ୍ଟ୍ରକୁ ନୋ ଏଣ୍ଟ୍ରି

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ଜାରି କରିଛନ୍ତି ନୂଆ ଗାଇଡଲାଇନ। ଘରୋଇ ବିମାନରେ ଦିଲ୍ଲୀ ଏନସିଆର, ରାଜସ୍ଥାନ, ଗୁଜରାଟ ଓ ଗୋଆରୁ ଆସୁଥିବା ଲୋକଙ୍କ ପାଇଁ ଆରଟିପିସିଆର ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ କରିଛନ୍ତି ମହାରାଷ୍ଟ୍ର ସରକାର। ବିମାନବନ୍ଦରରେ ସେମାନଙ୍କ ନେଗେଟିଭ ରିପୋର୍ଟ ଯାଞ୍ଚ କରାଯିବ। ରିପୋର୍ଟ ୭୨ ଘଣ୍ଟା ମଧ୍ୟରେ ହୋଇଥିବା ଆବଶ୍ୟକ। ରିପୋର୍ଟ ନେଗେଟିଭ ନଥିଲେ ମୁମ୍ବାଇ ଏୟାରପୋର୍ଟରେ ନମୁନା ପରୀକ୍ଷା କରାଯିବ। ଏହା ପରେ ଯିବା ପାଇଁ ଅନୁମତି ମିଳିପାରିବ।

ସେହିପରି ଦିଲ୍ଲୀ ଏନସିଆର, ରାଜସ୍ଥାନ, ଗୁଜରାଟ ଓ ଗୋଆରୁ ଚଳାଚଳ କରୁଥିବା ଟ୍ରେନର ସବୁ ଯାତ୍ରୀଙ୍କ ପାଇଁ ମଧ୍ୟ ଆରଟିପିସିଆର ନେଗେଟିଭ୍ ରିପୋର୍ଟ ଆବଶ୍ୟକ। ମହାରାଷ୍ଟ୍ରକୁ ଆସିବାର ଅତିକମରେ ୯୬ ଘଣ୍ଟା ପୂର୍ବର ରିପୋର୍ଟ ହୋଇଥିବା ଆବଶ୍ୟକ। ରିପୋର୍ଟ ନଥିଲେ ଷ୍ଟେସନରେ ଆଣ୍ଟିଜେନ ଟେଷ୍ଟ କରାଯିବ। ନେଗେଟିଭ୍ ଆସିଲେ ହିଁ ଯିବାକୁ ଅନୁମତି ମିଳିବ।

%d bloggers like this: