୬ ଘଣ୍ଟାରେ କୋରୋନା ରିପୋର୍ଟ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: କୋରୋନା କାଳରେ ଦିଲ୍ଲୀବାସୀଙ୍କ ପାଇଁ ଖୁସି ଖବର। କେନ୍ଦ୍ର ଗୃହମନ୍ତ୍ରୀ ମୋବାଇଲ RT-PCR ଭ୍ୟାନର ଉଦଘାଟନ କରିଛନ୍ତି। ମୋବାଇଲ RT-PCR ଲ୍ୟାବରେ ମାତ୍ର ୬ ଘଣ୍ଟା ମଧ୍ୟରେ କୋରୋନା ଯାଞ୍ଚ ରିପୋର୍ଟ ମିଳିପାରିବ। ଏଥିପାଇଁ ଲୋକଙ୍କୁ ମାତ୍ର ୪୯୯ ଟଙ୍କା ଦେବାକୁ ପଡ଼ିବ। ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀରେ ୨୦ଟି ମୋବାଇଲ ଲ୍ୟାବ କାର୍ଯ୍ୟକ୍ଷମ ହୋଇଛି।

ସ୍ପାଇସ୍ ହେଲଥ୍,‌ ସ୍ପାଇସ୍ ଜେଟର ପ୍ରମୋଟରଙ୍କ ପଦକ୍ଷେପ ଏବଂ ସ୍ପାଇସ ହେଲଥ୍ ସିଇଓ ଅଭନୀ ସିଂହଙ୍କ ନେତୃତ୍ବରେ ଏହି ଆରଟିପିସିଆର ଟେଷ୍ଟକୁ ସହଜରେ ଉପଲବ୍ଧ କରାଇବା ପାଇଁ ସାରା ଦେଶରେ ପୋର୍ଟେବଲ ପରୀକ୍ଷା ସୁବିଧା କରାଯିବ। ପ୍ରଥମ ପର୍ଯ୍ୟାୟରେ ଏହିପରି ୨୦ଟି ଲ୍ୟାବ ସ୍ଥାପନ କରିବାର ସମ୍ଭାବନା ରହିଛି। ପ୍ରତ୍ୟେକ ଲ୍ୟାବରେ ଗୋଟିଏ ଦିନରେ ୧୦୦୦ ପରୀକ୍ଷା କରାଯାଇପାରିବ ।