ବଦଳିଲେ ଟ୍ୱିନ୍ ସିଟି କମିଶନର

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ବଦଳିଲେ ଟୁଇନ ସିଟି ପୋଲିସ କମିସନର। ସୁଧାଂଶୁ ଷଡ଼ଙ୍ଗୀଙ୍କ ସ୍ଥାନରେ ଆଇପିଏସ ଅଫିସର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଦାୟିତ୍ୱ ଦିଆଯାଇଛି। ୧୯୯୫ ମସିହାର ଆଇପିଏସ୍ ଅଫିସର ସୌମେନ୍ଦ୍ର ପ୍ରିୟଦର୍ଶୀ ଏବେ କଟକ-ଭୁବନେଶ୍ୱରର ନୂଆ ପୋଲିସ କମିସନର। ସେ ଏବେ କ୍ରାଇମବ୍ରାଞ୍ଚ ଏଡିଜି ଅଛନ୍ତି। ସେହିପରି ବର୍ତ୍ତମାନ ପୋଲିସ କମିଶନର ଥିବା ସୁଧାଂଶୁ ଷଡ଼ଙ୍ଗୀଙ୍କୁ ରାଜ୍ୟ ପୋଲିସ ଗୃହ ନିର୍ମାଣର ସିଏମଡି ଦାୟିତ୍ୱ ପ୍ରଦାନ କରାଯାଇଛି। ପୋଲିସ କମିଶନର ହେବା ପୂର୍ବରୁ ସେ ପୋଲିସ ଗୃହ ନିର୍ମାଣ ନିଗମ ଅଧ୍ୟକ୍ଷ ଥିଲେ। ସେହିପରି ୧୯୮୮ ମସିହା ବ୍ୟାଚର ଆଇପିଏସ୍ ଅଫିସର ଏମ ଅକ୍ଷୟଙ୍କୁ ଅଗ୍ନିଶମ ବିଭାଗର ଡିଜି ଭାବେ ଦାୟିତ୍ୱ ଦିଆଯାଇଛି। ଏନେଇ ରାଜ୍ୟ ସରକାରଙ୍କ ଗୃହ ବିଭାଗ ତରଫରୁ ସୂଚନା ଦିଆଯାଇଛି।

%d bloggers like this: