କିଏ ଜିତିବ ଟି-ଟ୍ୱେଣ୍ଟି ଓ ଦିନିକିଆ ସିରିଜ?

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଟେଷ୍ଟ ସିରିଜ ଉପରେ ଏବେ ଟି-ଟ୍ୱେଣ୍ଟି ଓ ଦିନିକିଆ ସିରିଜ ଉପରେ ଭାରତ ଓ ଇଂଲଣ୍ଡର ନଜର। କିଏ ଜିତିବ ଏହି ସିରିଜ। ଟିମ୍ ଇଣ୍ଡିଆର ସାମ୍ନା କରିବାକୁ ଭ୍ରମଣକାରୀ ଇଂଲଣ୍ଡ ତୟାର। ଆସନ୍ତା ୧୨ ତାରିଖରୁ ଆରମ୍ଭ ହେବ ଟି-ଟ୍ୱେଣ୍ଟି ସିରିଜ। ଦଳକୁ ବହୁ ୟଙ୍ଗ ପ୍ଲେୟାର କମବ୍ୟାକ୍ କରୁଥିବା ବେଳେ ଜବରଦସ୍ତ ମୁକାବିଲା ଦେଖିବାକୁ ମିଳିବ। ପୁଣି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ ଲକି ସାବ୍ୟସ୍ତ ହେବ କି ? ଟିମ୍ ଇଣ୍ଡିଆ ଏହାର ଫାଇଦା ନେବ କି ? କାରଣ ୧୨ ତାରିଖରେ ଭାରତ-ଇଂଲଣ୍ଡ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା ହେବ। ମଇଦାନରେ ହେବ ଜୋରଦାର ଲଢ଼େଇ। ବର୍ଷିବ ଚୌକା ଓ ଛକା। କିଛି ଟେଷ୍ଟ ପ୍ଲେୟାର ଆଉଟ୍ ପରେ ଏଣ୍ଟ୍ରି କରୁଛନ୍ତି ହାର୍ଡ ହିଟର।

କୋହଲିଙ୍କ ନେତୃତ୍ୱରେ ମଇଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ। ଅଧିନାୟକ କୋହଲିଙ୍କ ସାଥ୍ ଦେବେ ହିଟ୍ ମ୍ୟାନ୍ ରୋହିତ ଓ ଅଭିଜ୍ଞ ଧାୱନ। IPLର ଇନଫର୍ମ ବ୍ୟାଟସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ ଓ ଶ୍ରେୟସ ଆୟାର ମଧ୍ୟ ଧୁମ୍ ମଚାଇବେ। ସେହିପରି ଦଳକୁ କମବ୍ୟାକ୍ କରୁଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା। ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ସେ ପୂରାପୂରି ତୟାର ଅଛନ୍ତି। ସେହିପରି ଟେଷ୍ଟରେ ଦମଦାର ପ୍ରଦର୍ଶନ କରିଥିବା ଅଲରାଉଣ୍ଡର ୱାଶିଂଟନ ସୁନ୍ଦର ଓ ଅକ୍ଷର ପଟେଲଙ୍କ ଉପରେ ମଧ୍ୟ ଭରସା କରିଛି ଟିମ୍ ଇଣ୍ଡିଆ। କେ.ରାହୁଲ ଓ ରିଷଭ ପନ୍ତଙ୍କ ସମେତ ଈଷାନ କିଷନଙ୍କ ବ୍ୟାଟ୍ ଲାଗିଲେ ଇଂଲଣ୍ଡ ଧରାଶାୟୀ ହେବ। ଭୁବନେଶ୍ୱର କୁମାର ଟିମରେ ସାମିଲ ହୋଇଥିବା ବେଳେ ଚହଲ ସ୍ପିନ୍ ଡିପାର୍ଟମେଣ୍ଟ ସମ୍ଭାଳିବେ। ଦୀପକ ଚହର, ସାର୍ଦ୍ଦୁଲ ଠାକୁର, ନଟରାଜନ, ସାଇନିଙ୍କୁ ମଧ୍ୟ ସିଲେକ୍ସନ କମିଟି ନଜରରେ ରଖିଛି।


ସେପଟେ, ଟି-ଟ୍ୱେଣ୍ଟିର ଶକ୍ତିଶାଳୀ ଟିମ୍ ଇଂଲଣ୍ଡ ଏବେ ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି। ଟେଷ୍ଟ ସିରିଜର ବଦଲା ନେବା ଲକ୍ଷ୍ୟରେ ପଡ଼ିଆକୁ ଦଳ ଓହ୍ଲାଇବ। ୟଙ୍ଗ, ହାର୍ଡ ହିଟର ଏବଂ ଇନଫର୍ମ ଖେଳାଳିଙ୍କୁ ନେଇ ଲଢ଼ିବ ମୋର୍ଗାନ ବାହିନୀ। ଡି. ମାଲନ, ଲିଭିଙ୍ଗ ଷ୍ଟୋନ, ଜସନ ରୟ କିଏ କାହାଠାରୁ କମ୍ ନୁହନ୍ତି। ସେହିପରି ବେୟାରଷ୍ଟୋ, ବଟଲର, ବିଲିଂସଙ୍କ ସମେତ କରନ୍ ବ୍ରଦର୍ସଙ୍କ ପରଫରମାନ୍ସ ଉପରେ ଦଳ ଡିପେଣ୍ଡ କରୁଛି। ମ୍ୟାଚ୍ ୱିନର ବେନ୍ ଷ୍ଟୋକ୍ସଙ୍କ ବ୍ୟାଟ୍ ଚାଲିଲେ ଭାରତ ଜିତିବା କଷ୍ଟକର ହେବ। ଅନ୍ୟପଟେ ମୋଇନ୍ ଅଲ୍ଲୀଙ୍କ ସମେତ ରସିଦ, ଟପଲେ, ମାର୍କ ଉଡ୍, ଜୋର୍ଡାନ ଏବଂ ଜୋଫ୍ରା ଆର୍ଚର ଟିମ୍ ଇଣ୍ଡିଆ ଘାତକ ସାଜିପାରନ୍ତି। ଆସନ୍ତା ୧୨ ତାରିଖରୁ ୫ ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ଲଢ଼େଇ ହେବ। ଏହାପରେ ଖେଳାଯିବ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ। ଏଥିରେ ଦମଦାର ପ୍ରଦର୍ଶନ କରିବା ପାଇଁ ଉଭୟ ଟିମ୍ ତୟାର ଅଛନ୍ତି। ଟେଷ୍ଟ ସିରିଜ ଜିତିଥିବାରୁ ଭାରତୀୟ ଖେଳାଳି ପୂରା ଦମରେ ଅଛନ୍ତି। ଅନ୍ୟପଟେ ଟି-ଟ୍ୱେଣ୍ଟି ଏବଂ ଦିନିକିଆରେ ଟପ୍ ପରଫରମାନ୍ସ ପାଇଁ ଇଂଲିଶ ଟିମ୍ ମଧ୍ୟ ପ୍ରସ୍ତୁତ କରିଛି ରଣନୀତି।

%d bloggers like this: