ଜେଲ୍ ଯିବେ ବଲିଉଡର ବଡ଼ ଷ୍ଟାର ! ବଲିଉଡ ଡ୍ରଗ୍ସ ଗ୍ୟାଙ୍ଗ୍ ଉପରେ ଷ୍ଟ୍ରାଇକ୍

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ବଲିଉଡ ଡ୍ରଗ୍ସ ସିଣ୍ଡିକେଟକୁ ଭାଙ୍ଗିବା ପାଇଁ ପ୍ରୟାସ ଜାରି ରଖିଥିଲା ଏନସିବି। କିନ୍ତୁ ଏନସିବି ଆକ୍ସନ ଉପରେ କିଛି ସମୟ ପାଇଁ ରୋକ୍ ଲଗାଇଥିଲା କୋରୋନା। ଜଣେ ଅଧିକାରୀ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ପ୍ରଭାବିତ ହୋଇଥିଲା ତଦନ୍ତ। ବଲିଉଡ ଡ୍ରଗ୍ସ ଗ୍ୟାଙ୍ଗ ଏନସିବି ତଦନ୍ତରୁ ଖସିଯିବେ ବୋଲି ଭାବିନେଇ ଥିଲେ। କିନ୍ତୁ ଏବେ ପୁଣି ଥରେ ଆକ୍ସନ ମୋଡ଼କୁ ଆସିଛି ଏନସିବି। ଏନସିବିର ସମସ୍ତ ଅଧିକାରୀଙ୍କ କୋରୋନା ରିପୋର୍ଟ ନେଗେଟିଭ ଆସିଛି। ଏବେ ଏନସିବି ଟାର୍ଗେଟରେ ରହିଛନ୍ତି ବଲିଉଡର ୨୫ ସେଲିବ୍ରିଟି। ଜେରା ସମୟରେ ରିୟା ଚକ୍ରବର୍ତ୍ତୀ ଏମାନଙ୍କ ନାମ ପ୍ରକାଶ କରିଥିଲେ। ଏନସିବିର ତଦନ୍ତ ଦ୍ରୁତ ପ୍ରକିୟା ଉପରେ କାହାର ବି ସନ୍ଦେହ ନାହିଁ। ସିବିଆଇ ଓ ଇଡି ତଦନ୍ତ ଜାରି ରହିଥିବାବେଳେ ଏନସିବି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା। ଡ୍ରଗ୍ସ ଲିଙ୍କରେ ଅଭିଯୁକ୍ତ ରିୟା ଚକ୍ରବର୍ତ୍ତୀଙ୍କୁ ଜେଲକୁ ପଠାଇଥିଲା ଏନସିବି। ଏହାପରେ ରିୟାଙ୍କ ଲିଙ୍କରେ ଥିବା ସମସ୍ତ ଡ୍ରଗ୍ସ ପେଡଲରଙ୍କୁ ମଧ୍ୟ ଜଣକ ପରେ ଜଣକୁ ଜେଲରେ ଭର୍ତ୍ତି କରିଥିଲା ଏନସିବି।

ଏବେ ବଲିଉଡର ବଡ଼ ସେଲିବ୍ରିଟିଙ୍କ ଡ୍ରଗ୍ସ ଲିଙ୍କ ଯାଞ୍ଚ ଆରମ୍ଭ ହୋଇଛି। ଖୁବଶୀଘ୍ର ସେଲିବ୍ରିଟିଙ୍କୁ ସମନ ଜାରି କରିବାକୁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇ ସରିଛି। ଏନସିବି ଟିମ୍ ଦ୍ୱିତୀୟ ପର୍ଯ୍ୟାୟ ତଦନ୍ତରେ ପ୍ରଥମ ପର୍ଯ୍ୟାୟରେ ଅଧା ରହିଥିବା କାମକୁ ସମ୍ପୂର୍ଣ୍ଣ କରିବାକୁ କାମ ଆରମ୍ଭ କରିଛି।କୋରୋନା କାରଣରୁ ଗତ ବୁଧବାର ସ୍ଥଗିତ ରହିଥିବା ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଶ୍ରୁତି ମୋଦି ଓ ଜୟା ଶାହାଙ୍କୁ ସୋମବାର ଜେରା ଆରମ୍ଭ କରିଛି ଏନସିବି। ରବିବାର ଦୁହିଁଙ୍କୁ ଜେରା ପାଇଁ ସମନ ଜାରି କରିଥିଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ। ଡ୍ରଗ୍ସ ମାମଲାରେ ଏନସିବି ବର୍ତ୍ତମାନ ସୁଦ୍ଧା ୧୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।କରମଜିତ, ଅଙ୍କୁଶ ଅରେଞ୍ଜା, ଅନୁଜ କେଶବାନୀ, ସୂର୍ଯ୍ୟଦୀପ ମାଲହୋତ୍ରା, ଜୈଦ ବିଲାତ୍ରା ପରି ପେଡଲର ଗିରଫ ହୋଇ ସାରିଛନ୍ତି। ଏବେ ରିୟାଙ୍କ ଲିଙ୍କରେ ଥିବା ସେଲିବ୍ରିଟିଙ୍କ ସହ ଅନ୍ୟ ସେଲିବ୍ରିଟିଙ୍କ ପାଇଁ ସମସ୍ୟା ବଢ଼ିଛି। ଖୁବଶୀଘ୍ର ସାରା ଅଲ୍ଲୀ ଖାନ ଏବଂ ଶ୍ରଦ୍ଧା କପୁରଙ୍କୁ ଏନସିବି ଜେରା କରିବ।

%d bloggers like this: