ଏଲଏସି ଉତ୍ତେଜନା ହ୍ରାସ ପାଇଁ ପ୍ରୟାସ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଏଲଏସି ଉତ୍ତଜନା ହ୍ରାସ ପାଇଁ ପ୍ରୟାସ। ସୋମବାର ଦୁଇ ଦେଶର କୋର୍ କମାଣ୍ଡରସ୍ତରୀୟ ଆଲୋଚନା ହୋଇଛି। ସୀମା ଉତ୍ତେଜନା ଭିତରେ ଚୀନର ମୋଲଡୋରେ ହେଉଥିବା ଆଲୋଚନାରେ ବୈଦେଶିକ ମନ୍ତ୍ରାଳୟର ଜଣେ ଯୁଗ୍ମ ସଚିବ ସାମିଲ ହୋଇଛନ୍ତି। ବୈଠକରେ ITBP ଆଇଜି, ଦୁଇଜଣ ମେଜର ଜେନେରାଲ୍ ଏବଂ ୪ ବ୍ରିଗେଡିୟର ଭାରତୀୟ ପ୍ରତିନିଧି ଭାବରେ ଯୋଗ ଦେଇଛନ୍ତି। କୋର୍ କମାଣ୍ଡରସ୍ତରୀୟ ଆଲୋଚନାରେ ଲେହ କୋର୍ କମାଣ୍ଡରଙ୍କ ସହ ସେନା ମୁଖ୍ୟାଳୟରୁ ଜଣେ ଲେଫ୍ଟନାଣ୍ଟ ଜେନେରାଲ ମଧ୍ୟ ସାମିଲ ଅଛନ୍ତି। ଏପର୍ଯ୍ୟନ୍ତ ଚୀନ ସହ ବିବାଦର ସମାଧାନ ପାଇଁ ୫ ଥର ଆଲୋଚନା ହୋଇସାରିଛି । ସେପଟେ କୁଟନୈତିକସ୍ତରରେ ସୀମା ବିବାଦର ସମାଧାନ ଉଦ୍ୟମ ଜାରି ରହିଥିବାବେଳେ ଭାରତୀୟ ସେନା ଲଦାଖର ୨୦ରୁ ଅଧିକ ଉଚ୍ଚ ପୋଷ୍ଟରେ ସେନା ମୁତୟନ କରିଛି। ପ୍ୟାଙ୍ଗଙ୍ଗ ହ୍ରଦର ଉତ୍ତର ଓ ଦକ୍ଷିଣ ଭାଗରେ ରେଜାଙ୍ଗ ଲା, ରେଜିନ ଲା ସହିତ ଫିଙ୍ଗର ଫୋରର ଗୁରୁଙ୍ଗ ହିଲକୁ ମଧ୍ୟ କବଜାକୁ ଆଣିଛି ଭାରତ। ରବିବାର ଏଲଓସି ନିକଟରେ ଭାରତର ମହାଶକ୍ତିଶାଳୀ ଯୁଦ୍ଧ ବିମାନ ରାଫାଲ ପଇଁତରା ମାରିଛି। ୧୯୬୨ ପରେ ଏଲଏସିର ବ୍ଲକ୍ ପୋଷ୍ଟ ସହ ଅନେକ ସ୍ଥାନରେ ଭାରତ ତ୍ରିରଙ୍ଗା ଉଡ଼ାଇଛି। ବିଶ୍ୱାସଘାତକ PLAକୁ ଜବାବ ଦେବା ପାଇଁ ଏପରି କଠୋର ନିଷ୍ପତ୍ତି ନେଇଛି ଭାରତୀୟ ସେନା।

%d bloggers like this: